ରାଜ୍ୟ
ଗିରଫ ପ୍ରତିବାଦରେ ତାତିଲେ ଗ୍ରାମବାସୀ, କାଶୀପୁର ଥାନାରେ ପଶି କଲେ ଭଙ୍ଗାରୁଜା

ରାୟଗଡ଼ା, ୧୯।୯ : ଜଣେ ବ୍ୟକ୍ତିଙ୍କ ଗିରଫକୁ ନେଇ ତାତିଲେ ଗ୍ରାମବାସୀ। ଶତାଧିକ ଲୋକ ରାୟଗଡା ଜିଲ୍ଲା କାଶୀପୁର ଥାନା ପରିସରରେ ଘଟଣାଇଛନ୍ତି ତୁମୁଳ କାଣ୍ଡ । କାଶୀପୁର ଥାନାରେ ପଶି ଚାରି ଗ୍ରାମବାସୀ ସଂଘବଦ୍ଧ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ସୁଙ୍ଗେର ପଞ୍ଚାୟତ ବନ୍ତେଜ ଗ୍ରାମର କାର୍ତ୍ତିକ ନାୟକଙ୍କୁ ଆଜି କାଶୀପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଖଣି ଖନନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିଲେ କାର୍ତ୍ତିକ। ତେବେ କାର୍ତ୍ତିକଙ୍କୁ ପୁଲିସ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବନ୍ତେଜ, ସରମ୍ବାଇ, କଣ୍ଟାମାଳ ଓ ବଣ୍ଡେଲ ଗ୍ରାମବାସୀ ଏକତ୍ରିତ ହୋଇଥିଲେ।




