ରାଜ୍ୟ

୭ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ୍ ୱାର୍ଣ୍ଣିଂ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା

ଭୁବନେଶ୍ୱର, ୮।୯: ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗର । ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ରେଡ୍ ୱାର୍ଣ୍ଣି ଜାରି ହୋଇଥିବା ୭ ଜିଲ୍ଲା ମଧ୍ୟରେ ରହିଛି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ । ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟାକୁ ୪୦ରୁ ୫୦ କିମି ପବନ ବହିବ ବୋଲି ପାମଇପାଗ ବିଭାଗ ସୂଚନା ଦେଇଛି ।

ଅନ୍ୟପଟେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ନେଇ ମଧ୍ୟ ସୂଚମା ମିଳିଛି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ପୁରୀ, ଗୋପାଳପୁର, ଧାମରା, ପାରାଦ୍ୱୀପ ପୋର୍ଟକୁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button