ଦେଶ- ବିଦେଶ

1040 ପଦ ପାଇଁ ନିଯୁକ୍ତି କାଢିଲା SBI

SBI ଆଣିଲା ନୂଆ ନିଯୁକ୍ତି ସୁଯୋଗ । ପୂରଣ ହେବାକୁ ଯାଉଛି ୧୦ ହଜାରରୁ ଅଧିକ ପଦବୀ । ଉଭୟ ପୁରୁଷ ଏବଂ ମହିଳା ଏହି ପଦବୀ ପାଇଁ ଆବେଦନ କରି ପାରିବେ । କିନ୍ତୁ ସେମାନେ ବୈଷୟିକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ତେବେ ଜାଣନ୍ତୁ କଣ ରହିଛି ଏହି ୧୦ ହଜାର ପଦବୀ ଏବଂ ଆପଣ କିପରି ଏଥି ପାଇଁ ଆବେଦନ କରି ପାରିବ

କେନ୍ଦ୍ରୀୟ ଅନୁସନ୍ଧାନ ଦଳ କ୍ଷେତ୍ରରେ ୨ଟି ପୋଷ୍ଟ

ପ୍ରକଳ୍ପ ବିକାଶ ପରିଚାଳକ -୧ ଟି ପୋଷ୍ଟ

ବିଜନେସ ପ୍ରକଳ୍ପ ପରିଚାଳକ -୨ଟି ପୋଷ୍ଟ

ରିଲେସନସିପ୍ ମ୍ୟାନେଜର -୩୨ଟି ପୋଷ୍ଟ

ସମ୍ପର୍କ ପରିଚାଳକ -୨୭୩ ଟି ପୋଷ୍ଟ

ଭିପି ସ୍ବାସ୍ଥ୍ୟ-୬୪୩ଟି ପୋଷ୍ଟ

ଆଞ୍ଚଳିକ ମୁଖ୍ୟ- ୬ଟି ପୋଷ୍ଟ

ବିନିଯୋଗ ଅଧିକାରୀ -୪ ୯ଟି ପୋଷ୍ଟ

ଏବଂ ବିନିଯୋଗ ବିଶେଷଜ୍ଞ ପାଇଁ ରହିଛି ୩୦ଟି ପୋଷ୍ଟ । ଏହିପରି ଭାବେ ମୋଟ ୧୦୪୦ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ସୂଚନା ଅନୁସାରେ, ଏହି ପଦବୀ ପାଇଁ ଉପଯୁକ୍ତ ବୟସ ସୀମା ୨୩ ରୁ ୫୦ ବର୍ଷ ରହିଛି । ତେବେ କମ୍ପ୍ୟୁଟର ସାଇନ୍ସ, ଟେକ୍ନୋଲୋଜି, BE କିମ୍ବା B.Tch ଡିଗ୍ରୀ ପ୍ରାପ୍ତ ଛାତ୍ର ଛାତ୍ରୀ ହିଁ ଏଥି ପାଇଁ ଆବେଦନ କରି ପାରିବେ ।

ଏହି ପଦବୀ ଗୁଡ଼ିକ ପାଇଁ ସର୍ବନିମ୍ନ ଦରମା ୨୦.୫୦ଲକ୍ଷ ରହିଥିବା ବେଳେ ସର୍ବାଧିକ ଦରମା ୬୬.୫୦ ଲକ୍ଷ ରହିଛି । ତେବେ ଆପଣ SBI ର ଅଫିସିଆଲ୍ ୱେବସାଇଟକୁ ଯାଇ ଏହି ପଦବୀ ଗୁଡିକ ପାଇଁ ଆବେଦନ କରି ପାରିବେ । ଏହି ଆବେଦନ ପ୍ରକ୍ରିୟା ସବୁ ବର୍ଗର ଲୋକଙ୍କ ପାଇଁ ଦେୟମୁକ୍ତ ଥିବା ବେଳେ ସାଧାରଣ ବର୍ଗ ପାଇଁ ଏହା ୭୫୦ ଟଙ୍କା ରହିଛି । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୯ ଜୁଲାଇରେ ଆରମ୍ଭ ହୋଇ ୦୮ ଅଗଷ୍ଟ ରେ ଶେଷ ହେବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button