ଦେଶ- ବିଦେଶ

ପାଲେଷ୍ଟାଇନ୍‌ ପ୍ରସଙ୍ଗରେ ଇସ୍ରାଏଲକୁ ସାଉଦି କ୍ରାଉନ ପ୍ରିନ୍ସଙ୍କ ଅଲ୍ଟିମେଟମ୍‌

ନୂଆଦିଲ୍ଲୀ: ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପାଲେଷ୍ଟାଇନ୍ର ସ୍ବାଧୀନତା ଲାଗି ସ୍ବର ଉଠାଇଛନ୍ତି । ସ୍ବତନ୍ତ୍ର ପାଲେଷ୍ଟାଇନ୍ ଦେଶ ବିନା ସାଉଦି ଆରବ ଇସ୍ରାଏଲକୁ ମାନ୍ୟତା ଦେବ ନାହିଁ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ପାଲେଷ୍ଟାଇନ୍ ଲୋକଙ୍କୁ କବଜା କରିବା ଲାଗି ଇସ୍ରାଏଲକୁ ସମାଲୋଚନା କରିଛନ୍ତି ସାଉଦି କ୍ରାଉନ ପ୍ରିନ୍ସ ।

ସେ କହିଛନ୍ତି, ସାଉଦି ଆରବ ଏକ ସ୍ବତନ୍ତ୍ର ପାଲେଷ୍ଟାଇନ୍ ଦାବିକୁ ସମର୍ଥନ କରୁଛି । ଏହାର ରାଜଧାନୀ ପୂର୍ବ ଜେରୁସାଲେମ ।

ସାଉଦି କ୍ରାଉନ୍ ପ୍ରିନ୍ସ କହିଛନ୍ତି, ‘ପାଲେଷ୍ଟାଇନ୍ର ସ୍ବାଧୀନତା ବିନା ସାଉଦି କିଙ୍ଗଡମ୍ ଇସ୍ରାଏଲ ସହ ସଂପର୍କ ସ୍ଥାପନ କରିବ ନାହିଁ । ସେପଟେ ଆମେରିକା ଦୁଇ ଦେଶ ମଧ୍ୟରେ ସୁସଂପର୍କ ସ୍ଥାପନ ଲାଗି ଚେଷ୍ଟା କରିଆସିଛି । କିନ୍ତୁ ଗତବର୍ଷ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଆମେରିକାର ଏହି ପ୍ରୟାସ ବିଫଳ ହୋଇଛି । ହମାସ ଆକ୍ରମଣ ପୂର୍ବରୁ ମହମ୍ମଦ ବିନ୍ ସଲାମାନ ସଂକେତ ଦେଇଥିଲେ ଯେ, ସାଉଦି ଆରବ ଇସ୍ରାଏଲ ସହ ଏକ ବୁଝାମଣା କରିବାକୁ ଯୋଜନା କରୁଛି ।

ଆମେରିକା ଦୀର୍ଘ ଦିନ ଧରି ଏହି ଦୁଇ ଦେଶ ମଧ୍ୟରେ ସଂପର୍କ ସୁଧାରିବା ଲାଗି କାର୍ଯ୍ୟ କରୁଥିଲା । ଏହି ସମୟରେ ଆମେରିକା ନିକଟରେ ସାଉଦି ଆରବ ସର୍ତ୍ତ ରଖିଥିଲା ଯେ, ଇସ୍ରାଏଲ ସହ ଭଲ ସଂପର୍କ ସ୍ଥାପନ କରିବା ପ୍ରତିବଦଳରେ ଆମେରିକା ସାଉଦି ଆରବ ସହ ପ୍ରତିରକ୍ଷା ବୁଝାମଣା କରୁ । କିନ୍ତୁ ଏବେ ଚିତ୍ର ବିଲକୁଲ ବଦଳି ଯାଇଛି । ପାଲେଷ୍ଟାଇନ୍କୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ନମିଳିବା ଯାଏଁ ଇସ୍ରାଏଲ ଏବଂ ସାଉଦି ଆରବ ସଂପର୍କରେ ସୁଧାର ଆସିବା ଅସମ୍ଭବ ବୋଲି କୁହାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button