ରାଜ୍ୟ

ପାଗଳ ବିଲୁଆ ଆତଙ୍କ: ୧୩ ଆହତ ଓ ୨ ଗୁରୁତର

ପୁରୀ: ଅସ୍ତରଙ୍ଗ ବ୍ଲକରେ ପାଗଳ ବିଲୁଆ ଆତଙ୍କ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ପାଞ୍ଚଟି ଗାଁରେ ଗତ ଦୁଇ ଦିନ ହେବ ପାଗଳ ବିଲୁଆ ଆତଙ୍କ ଖେଳାଯାଇଛି। ବିଲୁଆ କାମୁଡ଼ାରେ ୧୩ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚାରି ଛକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମସ୍ତ ଆହତଙ୍କୁ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି।

ଗତକାଲି ରାତିରେ ଏହି ବିଲୁଆ ଅସ୍ତରଙ୍ଗ ବ୍ଲକର ବନ୍ଦାରୀ, ବଙ୍କୁରୀରେ ମଣିଷ ଉପରେ ଆକ୍ରମଣ କରିଥିଲା। ଘରେ ପଶି ଲୋକ ମାନଙ୍କୁ କାମୁଡୁଛି ବିଲୁଆ। ଗ୍ରାମବାସୀଙ୍କ ଆଖିରୁ ନିଜ ହଜାଇ ଦେଇଛି ପାଗଳ ବିଲୁଆ।

ଗତ ଦୁଇ ଦିନରେ ଲୋକଙ୍କ ଘରେ ପଶି ୧୩ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ି ଆହତ କରିଛି ପାଗଳ ବିଲୁଆ। ଗତକାଲି ରାତିରେ ବନ୍ଦାରୀ ଗାଁର ନାରାୟଣ ନାୟକ ବିଲୁଆ ସହ ଅଧ ଘଣ୍ଟା ଧରି ଲଢେଇ କରିଥିଲେ। ଫଳରେ ବିଲୁଆ କାମୁଡ଼ାରେ ନାରାୟଣ ଗୁରୁତର ହୋଇଥିଲେ। ପରେ ଲୋକମାନେ ସଙ୍ଘବଦ୍ଧ ଭାବେ ପାଗଳ ବିଲୁଆକୁ କାବୁ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button