ରାଜ୍ୟ
ନବରଙ୍ଗପୁରରେ ଲଜ୍ଜା; ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନବରଙ୍ଗପୁରରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁ ନାବାଳିକାଙ୍କୁ ବି ଛାଡ଼ି ନାହାନ୍ତି। ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି। ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀଜଣକ ଶୌଚ ପାଇଁ ଯାଉଛି କହି ଗତକାଲି ମଧ୍ୟାହ୍ନ ସମୟରୁ ଘରୁ ଏକ ଗାମୁଛା ନେଇ ବାହାରିଥିଲା। ବହୁ ସମୟ ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଶେଷରେ ରାତି ୮ଟାରେ ସ୍କୁଲ ପଛ ବୁଦା ମୂଳରୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାର ପାଟିରେ ଗାମୁଛା ବନ୍ଧା ହୋଇଥିଲା ଓ ଉପରେ ଡାଳପତ୍ର ଘୋଡ଼ାଇ ଦିଆଯାଇଥିଲା । ତେଣୁ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l