ସାପ ନିଜ ଗଳା ଚିପି ଜୀବନ ହାରିବାର ଫଟୋ ଭାଇରାଲ! ଏହା ପଛର ସତ୍ୟତା କ’ଣ…
ନୂଆଦିଲ୍ଲୀ: ଅନେକ ଲୋକ ଜୀବନ ଯୁଦ୍ଧରେ ହାରି ନିଜ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥାନ୍ତି। ସୋସିଆଲ ମିଡ଼ିଆରେ ଏହିପରି ଅନେକ ଲୋକଙ୍କ ଭିଡିଓ ଦେଖିବାର ମିଳିଥାଏ। ଏହା ମଣିଷଙ୍କ କ୍ଷେତ୍ରରେ ପ୍ରାୟତଃ ଘଟିଥାଏ। କିନ୍ତୁ କେବେ କୌଣସି ପ୍ରାଣୀ ନିଜ ଜୀବନ ନେଉଥିବାର ଜଣାଯାଇ ନ ଥାଏ। କିନ୍ତୁ ଏବେ ସୋସିଆଲ ମଡ଼ିଆରେ ଭାଇରାଲ ହେଉଥିବା ଏକ ସାପର ଫଟେରେ ଏହା ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ସାପ ନିଜ ଗଳାକୁ ଚିପି ଜୀବନ ହାରୁଥିବାର ଦେଖିବାକୁ ମିଳୁଛି। ଫଟୋ ସେୟାର କରି ଦାବି କରାଯାଉଛି ଯେ ଏହି ସାପଟି ନିଜକୁ ଗଳା ଚିପି ୧୦ ମିନିଟ୍ ମଧ୍ୟରେ ମରି ଯାଇଥିଲା।
ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟକୁ ୭୪ହଜାରରୁ ଅଧିକ ଲୋକ ପସନ୍ଦ କରିଥିବାବେଳେ ପାଞ୍ଚ ହଜାର କମେଣ୍ଟ ଦେଇଛନ୍ତି। କିଛି ଲୋକ ଏହାକୁ ମିଥ୍ୟା ବୋଲି କହୁଛନ୍ତି ଏବଂ କେହି କେହି ଏହାକୁ ମଜା କରୁଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ ଜୀବନ ହାରୁଛି ଏବଂ ଆପଣମାନେ ଫଟୋ ଏବଂ ଭିଡିଓ ତିଆରି କରୁଛନ୍ତି? ଏ ସମ୍ପର୍କରେ ପୁଲିସକୁ ଅବଗତ କରାଯିବା ଉଚିତ୍।
ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ ସାପ ଜୀବନ ନେବାକୁ ଚାହୁଁଛି ନା ଏହା କେବଳ ଗୁଜବ। ଜଣେ ଲେଖିଛନ୍ତି ଯେ ନିଜର ଗଳା ଚିପି ଜୀବନ ହାରିବା ସମ୍ଭବ କି? ଜଣେ ଲେଖିଛନ୍ତି ଯେ ତୁମେ ସେଠାରେ ଠିଆ ହୋଇ ୧୦ ମିନିଟ ପାଇଁ ଏକ ସାପ ନିଜକୁ ମାରୁଥିବାର ଦେଖୁଥିଲ ଏବଂ ତା’ପରେ ଏହାକୁ ମନେ ରଖିବା ପାଇଁ ଏହାର ଫଟୋ ଉଠାଇଥିଲ କି? ଜଣେ ଲେଖିଛନ୍ତି ଯେ ସାପଟି ମରୁଥିବାବେଳେ ଏହି ବ୍ୟକ୍ତି ଫଟୋ କ୍ଲିକ୍ କରିବାରେ ବ୍ୟସ୍ତ ଥିଲେ।