ରାଜ୍ୟ

ଆସନ୍ତାକାଲି ମୋଦିଙ୍କ ଗସ୍ତ ପାଇଁ ସକାଳ ୭ଟା୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା, ଜୟଦେବ ବିହାରରୁ ନାଲକୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର : ଆସନ୍ତାକାଲି ମୋଦିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ଲାଗୁ ହୋଇଛି। ସକାଳ ୭ଟା୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ଜୟଦେବ ବିହାରରୁ ନାଲକୋ ଛକ ରାସ୍ତା ଓ ଏହାର ଗଳି ରାସ୍ତା ବନ୍ଦ ରହିବ । ନନ୍ଦନକାନନ ପଟୁ ଜୟଦେ ବିହାର ଯାଉଥିବା ଗାଡି ଡମଣା ଛକରୁ ବାମ ମୋଡ ନେଇ ଗୁରୁ କାଳୁଚରଣ ପାର୍କକୁ ଯିବ ।

ସେଠାରୁ ସୈନିକ ସ୍କୁଲ ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବ। ଶିଖରଚଣ୍ଡି-ପଥରଗାଡିଆ-ଡିଏନ ସ୍କୁଲ-କଳଙ୍ଗ ଷ୍ଟୁଡିଓ ଛକ-ଫାୟାର ଷ୍ଟେସନ ଛକରେ ପହଞ୍ଚିବ। ଜୟଦେବ ବିହାରରୁ ନନ୍ଦନକାନନ ଯାଉଥିବା ଗାଡି ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ-ଗୁରୁ କାଳୁଚରଣ ପାର୍କ ପଟେ ଡମଣା ଛକରେ ବାହାରିବ ।

ଫାୟାର ଷ୍ଟେସନ ଛକରୁ କଳଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ ଡିଏନ ସ୍କୁଲ ପଥରଗାଡିଆ ଦେଇ ଶିଖରଚଣ୍ଡି ଯାଇପାରିବେ । କଟକ ପଟୁ ଆସୁଥିବା ଗାଡି ଏନଏଚ -୩୧୬ ଦେଇ ଭୁବନେଶ୍ବର ଆସି ପାରିବେ କିମ୍ବା ନନ୍ଦନକାନନ ରାସ୍ତାରେ ଆସିପାରିବେ । ବେହେରା ସାହି ପଟୁ ଜୟଦେବ ବିହାର ଆଡକୁ ଯାଉଥିବା ଗାଡି ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ। ବରମୁଣ୍ଡା ପଟୁ ଆସୁଥିବା ଗାଡି କ୍ରାଉନ ହୋଟେଲ ଓ ଆଚାର୍ଯ୍ୟ ବିହାର ଠାରୁ ସର୍ଭିସ ରାସ୍ତାରେ ଗାଡ଼ି ଜୟଦେବ ବିହାର ଆଡକୁ ଯିବନି ।

Related Articles

Leave a Reply

Your email address will not be published. Required fields are marked *

Back to top button