ରାଜ୍ୟ

ସାଂସଦ ସମ୍ବିତ ପାତ୍ର ଙ୍କ ଉପହାର ଦେଖି ଖୁସୀ ହୋଇ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରଥଯାତ୍ରାକୁ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଂକୁ ଏକ ସୁନ୍ଦର ଉପହାର ଦେଲେ ପୁରୀ ସାଂସଦ ସମ୍ବିତ ପାତ୍ର | ଯେଉଁ ଉପହାରକୁ ପାଇ ଖୁବ ଖୁସି ହୋଇଗଲେ ରାଷ୍ଟ୍ରପତି | ଉପହାର ଭିତରେ କୌଣସି ଦାମୀ ଜିନିଷ ନୁହେଁ ବରଂ ଥିଲା ଓଡ଼ିଶାର ମା-ଭଉଣୀଙ୍କ ହାତର ତିଆରି ଜିନିଷ | ଯେଉଁ ଜିନିଷ ଅନେକ ଦାମୀ ମୂଲ୍ୟବାନ ଠାରୁ ଢେର ଗୁଣ ଅଧିକ | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଶୁଭ ଅବସରରେ ପ୍ରତିବର୍ଷ ଭଳି ଆୟୋଜିତ ହୋଇଛି ପଲ୍ଲୀଶ୍ରୀ ମେଳା | ଯାହାର ପଲ୍ଲୀ ଅର୍ଥ ହେଉଛି ଗାଁ ଓ ଶ୍ରୀ ଅର୍ଥ ହେଉଛି ଲକ୍ଷ୍ମୀ ଅର୍ଥାତ ଗାଁର ଲକ୍ଷ୍ମୀ | ଯେଉଁମାନେ ଓଡ଼ିଶାରେ ପ୍ରତି ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି |

ପଲ୍ଲୀଶ୍ରୀ ମେଳାରେ ମାତୃ ଶକ୍ତିମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ଗୁଡିକର ଷ୍ଟଲ ବିଶେଷ ଭାବରେ ଅବସ୍ଥିତ ହୋଇଥାଏ | ଚଳିତ ବର୍ଷ ପୁରୀରେ ୯ ଦିନିଆ ପଲ୍ଲୀଶ୍ରୀ ମେଳାକୁ ଉଦ୍ଘାଟନ କରିବା ପରେ ସମ୍ବିତ ପତ୍ର ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ବିଶେଷ ଉପହାର ପେଟି ପୁରୀ ସ୍ଥିତ ରାଜଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭେଟି ଦେଇଛନ୍ତି | ଏହାସହ ସମ୍ବିତ ପାତ୍ର ମଧ୍ୟ କହିଛନ୍ତି ଏଥର ପଲ୍ଲୀଶ୍ରୀ ମେଳାରେ ପୁରୀ ଜିଲ୍ଲା ସମେତ ରାଜ୍ୟର ସମସ୍ତ ୩0ଟି ଜିଲ୍ଲାର ବିଭିନ୍ନ ଉତ୍ପାଦ ଅନ୍ତର୍ଗତ ହୋଇଛି | ଆମ ମା-ଭଉଣୀ ପ୍ରସ୍ତୁତ ହୋଇଥିବା ଦ୍ରବ୍ୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ ଅଟେ | ଏହାସହ ପଲ୍ଲୀଶ୍ରୀ ମେଳାରେ ଚଳିତବର୍ଷ ୧୮ କୋଟି ର ବ୍ୟାପାର ହେବାର ଲକ୍ଷ ରଖାଯାଇଥିବା କଥା ମଧ୍ୟ କୁହାଯାଇଛି |

ତେବେ ସେହି ଉପହାର ପେଟିଟି କଥା ବାଉଁଶରେ ପ୍ରସ୍ତୁତ ହୋଇଛି | ଯେଉଁଥିରେ ହଳଦୀଗୁଣ୍ଡ, ତେଲ, ଘିଅ, ଏବଂ ଏକ ସ୍ୱତନ୍ତ୍ର ଚାଉଳ ମଧ୍ୟ ରହିଛି | ଯାହା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button