ଦେଶ- ବିଦେଶ

ଜମ୍ମୁ କଶ୍ମୀର : ବାରମୂଳାରେ ସେନା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ଲାଇଭ ଭିଡିଓ ଜାରି

ମ୍ମୁ କଶ୍ମୀର ବାରମୂଳାରେ ସେନା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟରର ଲାଇଭ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଆତଙ୍କୀ ଜୀବନ ବଞ୍ଚାଇବା ପାଇଁ ବିଲିଡିଂରୁ ଦୌଉଛି । ସେ କୌଣସି ନିରାପଦ ସ୍ଥାନରେ ଲୁଚିବା ପାଇଁ ଚେଷ୍ଟା କରୁଛି, ଠିକ୍‌ ସେହି ସମୟରେ ସେନା ଯବାନ ଗୁଳିମାଡ କରୁଛନ୍ତି ।

ଫଳରେ ଆତଙ୍କୀ ନିହତ ହୋଇଛି ।

ସେନା ପକ୍ଷରୁ ଏହି ଅପରେସନ ରାତିସାରା ଚାଲିଯାଇଥିଲା । ସେନାକୁ ଏହି ଅପରେସନରେ ସଫଳତା ମିଳିଛି । ବାରମୂଳାର ଚାକ୍‌ ଥାପର କ୍ରିରିରେ କରାଯାଇଥିଲା । ୩ ହାର୍ଡକୋର ଆତଙ୍କୀ ନିପାତ ହୋଇଛନ୍ତି । ଏହାସହିତ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆର୍ମି ସେକ୍ଟର ୧୦ ସେକ୍ଟର ରାଷ୍ଟ୍ରୀୟ ରାଇଫଲ ବ୍ରିଗେଡିୟର ସଂଜୟ କନୋଠ ସୂଚନା ଦେଇଛନ୍ତି ।

ଏନକାଉଣ୍ଟରେ ଡ୍ରୋନ ଫୁଟେଜ ଦେଖିବାକୁ ମିଳିଛି । ଏଥିରେ ଆତଙ୍କୀ ଯେଉଁ ବିଲିଡିଂରେ ଲୁଚିଥିଲା, ସେହି ଘରୁ ବାହାରି ଖସିଯିବାକୁ ଚେଷ୍ଟା କରୁଛି । ଆଉ ସେତିକି ବେଳେ ସେନା ପକ୍ଷରୁ ଗୁଳିମାଡ ହେଉଛି । ଗୁଳିମାଡରେ ଆତଙ୍କୀ ତଳେ ପଡିବା ପରେ ପୁଣି ଲୁଚିଯିବାକୁ ଚେଷ୍ଟା କରୁଛି । ଘୋଷାଡି ହୋଇ ଲୁଚିଯିବାକୁ ଆତଙ୍କୀ ଚେଷ୍ଟା କରୁଥିବା ବେଳେ ପୁଣି ସେନା ପକ୍ଷରୁ ଗୁଳିମାଡ ହେଉଛି । ପ୍ରବଳ ଗୁଳିମାଡରେ ଆତଙ୍କୀ ନିହତ ହୋଇଯାଇଛି । ଭିଡିଓରେ ଗୁଳିମାଡ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ହେଲାଣି ଜମ୍ମୁରେ ଆତଙ୍କୀ ସକ୍ରିୟ ରହିଛନ୍ତି । ଏହା ସେନାର ବଡ ସଫଳତା ବୋଲି କୁହାଯାଉଛି । ଏହାପୂର୍ବରୁ କୁପଓ୍ଵାଡାରେ ଆତଙ୍କୀ ଆକ୍ରମଣରେ ୨ ଯବାନ ସହିଦ ହୋଇଥିଲେ । ତେବେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ୧୮ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହାପୂର୍ବରୁ ଆତଙ୍କୀକୁ ନିପାତ କରିଛି ଭାରତୀୟ ସେନା । ଜମ୍ମୁ କଶ୍ମୀରର ପ୍ରତ୍ୟେକ ସ୍ଥାନରେ ଭାରତୀୟ ସେନା କଡା ନଜର ରଖିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button