ଦେଶ- ବିଦେଶ

ଆଜି ଆରବସାଗରରେ ସୃଷ୍ଟି ହେବ ବାତ୍ୟା, ନାଁ ରହିବ ‘ଆସନା’

ନୂଆଦିଲ୍ଲୀ : ଆଜି ଆରବସାଗରରେ ସୃଷ୍ଟି ହେବ ବାତ୍ୟା । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ଆସନା । କଛ ଓ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତରପୂର୍ବ ଆରବ ସାଗର ଏବଂ ଭୁଜ ଠାରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ପ୍ରାୟ ୯୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ପଶ୍ଚିମ ଦିଗକୁ ଗତିକରି ଆଜି ଏହା ଉତ୍ତରପୂର୍ବ ଆରବ ସାଗର ଉପରେ ଘନୀଭୂତ ହେବ ।

ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ କ୍ରମଶଃ ଗତି କରି ଦୁଇ ଦିନ ଭିତରେ ଭାରତ ଉପକୂଳ ଠାରୁ ଦୂରେଇ ଯିବ। ୧୯୬୪ ମସିହା ପରେ ପ୍ରଥମ ଥର ପାଇଁ ଗୁଜରାଟରେ ଅଗଷ୍ଟ ମାସରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ଗତ ୮୦ ବର୍ଷ ଭିତରେ ଏହା ଚତୁର୍ଥ ସାମୁଦ୍ରିକ ଘଟଣା ।

ଗୁଜରାଟ ଉପରେ ଏହାର ପ୍ରଭାବରେ ଭୀଷଣ ବର୍ଷା ଲାଗି ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଗୁଜରାଟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ନଦୀ ନାଳ ଉଛୁଳିବା ସହ ରାସ୍ତାଘାଟ ସହରବଜାର ଜଳାର୍ଣ୍ଣବ ହୋଇଛି । ଗୁଜରାଟରେ ଏବେ ଜଳ ପ୍ରଳୟ । ବର୍ଷା ଅଘଟଣରେ ୨୫ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି । ବଡ଼ୋଦରାଠାରେ ଥିବା ରାଜ୍ୟ ଇମେର୍ଜେନ୍ସୀ ଅପରେସନ ସେଣ୍ଟରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ଭୂପେନ୍ଦ୍ର ପଟେଲ । ପ୍ରଭାବିତ ଅଞ୍ଚଳରେ ଭାରତୀୟ ସେନା ଯବାନ ରିଲିଫ ଓ ରେସକ୍ୟୁ କାମରେ ନିୟୋଜିତ ହୋଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button