ରଙ୍ଗ୍ ସାଇଡରେ ଯାଇ ଟ୍ରକ ସହିତ ଧକ୍କା ହେଲା ଜିପ୍, ୯ ମୃତ, ୧୫ ଆହତ

ରାଜସ୍ଥାନ ସିରୋହୀରେ ମର୍ମନ୍ତୁଦ ଦୁର୍ଘଟଣା । ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଜିପ୍ ଟ୍ରକକୁ ସାମ୍ନାରୁ ଧକ୍କା ଦେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଦୁଇଜଣ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ଉଦୟପୁର ହସପିଟାଲ ରେଫର କରାଯାଇଛି ।
ଖବର ମୁତାବକ, ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଜିପ୍ ରଙ୍ଗସାଇଡକୁ ଯାଇ ଟ୍ରକରେ ଧକ୍କା ହୋଇଥିଲା । ଏମାନେ ସମସ୍ତେ ପାଲୀ ଜିଲ୍ଲାକୁ କାମ କରିବାକୁ ଯାଉଥିଲେ । ଟ୍ରକ ଓ ଜିପ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ରହିଛନ୍ତି । ସମସ୍ତ ମୃତକ ଉଦୟପୁର ଜିଲ୍ଲାର ଓଗଣାର ବୋଲି ଜଣାପଡିଛି । ପିମ୍ପଓ୍ଵାଡା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।
ଏମାନେ ଜିପରେ ଲଦି ହୋଇ କାମ କରିବାକୁ ଯାଉଥିଲେ । ସେତିକି ବେଳେ ଏଭଳି ଘଟଣା ହୋଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଜିପଟି ରଙ୍ଗ ସାଇଡରେ ଯାଇ ଟ୍ରକକୁ ଧକ୍କା ଦେଇଥିଲା । ଘଟଣାରେ ଜିପ୍ ଡ୍ରାଇଭର ଏକଂ ଠିକାଦାରର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ସମସ୍ତ ମୃତଦେହକୁ ଜବତ କରିଛି । ମୃତକଙ୍କ ପରିବାରକୁ ଶବ ପଠାଇବାକୁ ବ୍ୟବସ୍ଥା କରାଯାଉଛି । ଆହତଙ୍କ ଚିକିତ୍ସା ଚାଲିଛି ।