ଦେଶ- ବିଦେଶ

ଜୁଲାଇ ୧୫ ଯାଏ ବଢ଼ିଲା ସିସୋଦିଆଙ୍କ ହାଜତ ମିଆଦ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ହାଜତ ମିଆଦ ଜୁଲାଇ ୧୫ ଯାଏ ବଢ଼ିଲା। ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ ସିସୋଦିଆ। ଅବକାରୀ ଦୁର୍ନୀତି ସହ ସଂପୃକ୍ତ ମନି ଲଣ୍ଡରିଂ ମାମଲାରେ ଜେଲରେ ଅଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ସ୍ୱତନ୍ତ୍ର ବିଚାରପତି କାବେରୀ ବାଓ୍ୱେଜା ହାଜତ ମିଆଦକୁ ବୃଦ୍ଧି କରିଛନ୍ତି। ମେ ମାସରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button