ଗାର୍ଲଫ୍ରେଣ୍ଡ ସହିତ ଭେଟ କରିବା ପୂର୍ବରୁ ଆପଣାନ୍ତୁ ଏହି ୩ଟି ଉପାୟ, ଦେଖିବେ ସେ ନିଶ୍ଚିନ୍ତ ଇମ୍ପ୍ରେସ ହୋଇଯିବେ…
ରିଲେସନଶିପ ବିଶେଷଜ୍ଞଙ୍କ ମତ ଅନୁଯାୟୀ ପୁଅମାନେ ଝିଅମାନଙ୍କୁ ଇମ୍ପ୍ରେସ କରିବା ପାଇଁ ଜିମ ଯାଇ ବଡ଼ି ବନାଇବା ଆରମ୍ଭ କରିଦେଇଥାନ୍ତି । ମାତ୍ର କେତେକାଂଶରେ ଏହା ସମ୍ଭବ ହୋଇପାରେ ।
କିନ୍ତୁ ସବୁବେଳେ ଏହି ଉପାୟ କାମ କରେ ନାହିଁ । ଏପରି ଅନେକ ଜିନିଷ ଅଛି, ଯାହା ପ୍ରତି ଧ୍ୟାନ ଦେଇ ଜଣେ ଝିଅ ଅନ୍ୟ ଏକ ପୁଅକୁ ନିଜର ମନ ଦେଇଥାଏ । ତେବେ ଆଜିର ଏହି ପୋଷ୍ଟରେ ଆମେ ଉଲେଖ୍ୟ କରିଛୁ ଯେ, କିପରି ଆପଣ ନିଜର ଝିଅସାଙ୍ଗକୁ ଖୁସ୍ କରିପାରିବେ ।
୧) ରିଲେସନସିପ୍ ଟିପ୍ସ ଏକ୍ସପର୍ଟଙ୍କ ଅନୁଯାୟୀ, ଯେ କୌଣସି ଝିଅ ଗୋଟିଏ ପୁଅ ସହିତ ପ୍ରଥମ ଦେଖାରେ ଧ୍ୟାନ ଦିଅନ୍ତି, ଯେଉଁ ପୁଅଟି ତାହା ସମ୍ମୁଖରେ ଠିଆ ହୋଇଛି ତାର ଡ୍ରେସିଂ ସେନ୍ସ କିପରି ଅଛି । ଡ୍ରେସିଂ ସେନ୍ସ ର ଅର୍ଥ ଏହା ଯେ, ମହଙ୍ଗା କିମ୍ବା ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବା ନୁହେଁ ବରଂ ପୋଷାକ ଯାହା ଆପଣଙ୍କ ଶରୀରରେ ସଫା ରହିବା ସଂଗେ ସଂଗେ ଏବଂ ଫିଟ୍ ମଧ୍ୟ ରହିଥାଏ ।
ଏଥିରେ ଆପଣଙ୍କର ଜୋତା ମଧ୍ୟ ଅନ୍ତର୍ଭୁକ୍ତ । ସଠିକ୍ ପରିଧାନ ହୋଇଥିବା ପୋଷାକ ଓ ଜୋତା ଝିଅଙ୍କ ମନ ସହିତ ଆପଣଙ୍କର ମନକୁ ଯୋଡିଥାଏ । ତେଣୁ, ଯେତେବେଳେ ଆପଣ ପ୍ରଥମ ଥର ପାଇଁ କୌଣସି ଏକ ଝିଅକୁ ଭେଟିବାକୁ ଯାଅ ତେବେ, ଆପଣଙ୍କର ପୋଷାକ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
୨) ପ୍ରତ୍ୟେକ ଝିଅ ବା ଯୁବତୀମାନେ ପୁଅମାନଙ୍କୁ ପସନ୍ଦ କରନ୍ତି ଯେଉଁମାନେ କି ତାଙ୍କ ସମ୍ମୁଖରେ ସଫା ଏବଂ ପରିଷ୍କାର ରୁହନ୍ତି । ତେଣୁ ଯେତେବେଳେ ବି ଆପଣ କୌଣସି ଝିଅକୁ ଭେଟିବାକୁ ଯିବେ, ତେବେ ବିଶେଷ ଧ୍ୟାନ ଦେବେ ଯେ ଆପଣ ସ୍ନାନ କରିକି ଏବଂ କେଶ ସୁନ୍ଦର ଭାବରେ କୁଣ୍ଡାଇ ଯିବେ । ଧ୍ୟାନ ରଖିବେ ଝିଅ ସମ୍ନାରେ ଆପଣଙ୍କ ପାଟିରୁ କୌଣସି ଦୁର୍ଗନ୍ଧ ବାହାରିବା ଉଚିତ ନୁହେଁ ।