ଦେଶ- ବିଦେଶ

ଯୌବନର ଉନ୍ମାଦନାରେ ଯେବେ ତନ-ମନ ବୋଲ ମାନେନି, ସେତେବେଳେ ଗୁପ୍ତାଙ୍ଗକୁ କେମିତି ନିୟନ୍ତ୍ରଣରେ ରଖିବେ ଟିପ୍ସ ଫଲୋ କରନ୍ତୁ…

ଯେବେ ବୟସ ବଢ଼େ, ନିଜ ଇନ୍ଦ୍ରୀୟ ଉପରେ ନିୟନ୍ତ୍ରଣ ରଖି ହୁଏନି ସେବେ ଭାବିନେବେ ଆପଣ ଯୌବନର ଉନ୍ମାଦନାରେ ଛଟପଟ ହେଉଛନ୍ତି । ଆପଣଙ୍କୁ ଯଦି ରାତି ଦିନ ସଞ୍ଜ ଓ ସକାଳରେ କେବଳ ନାରୀର ସ୍ପର୍ଶ ପାଇଁ ମନ ବ୍ୟାକୁଳ ହୁଏ ତେବେ ଭାବି ନେବେ ଆଗକୁ ଆପଣ ଅନେକ ଥର କାଉରା ବାଉରା ହେବାକୁ ପଡ଼ିପାରେ ।

କୌଣସି କାମରେ ମନ ଲାଗିବନି ଆପଣ ଯଦି ଜଣେ ଛାତ୍ର ତେବେ ପାଠ ପଢ଼ିବାକୁ ଇଚ୍ଛା ହେବନି, ଟ୍ୟୁସନ ଗଲେ ବି କେମିତି ଶୀଘ୍ର ଘରକୁ ଫେରିଆସି ମନର ନାୟୀକାର ସ୍ୱପ୍ନରେ ବୁଡ଼ି ରହିବେ ପରୀ ରାଇଜରେ ତା ହାତରେ ହାତ ଓ ପାଦରେ ପାଦ ମିଶାଇ ବୁଲିବେ କେତେ କଣ କିଣାକିଣି କରିବେ ଢେର ସାରା ଗପ ବି କରିବେ ବୋଲି ଭାବୁଥିବେ ।

ଏଥିରେ ଯଦି କେହି ଆପଣଙ୍କୁ ଆକଟ କରନ୍ତି ତେବେ ଆପଣ ଅନ୍ୟ ମନସ୍କ ହେବାର ଢେର ସମ୍ଭାବନା ରହିଛି । ଏଣୁ ମନେ ରଖିବେ ନିଜ ଏକତରଫା ପ୍ରେମ ସମ୍ପର୍କରେ ଯେମିତି ଆପଣଙ୍କ ସହପାଠୀ ଯିଏ ଅଧିକ ଘନିଷ୍ଠ ତାକୁ ହିଁ ମନ କଥା କହିଥାନ୍ତୁ କାହିଁକିନା କେବେ କେବେ ସେ ଆପଣଙ୍କ ମନକୁ ବୁଝିପାରିବ । ଯଦି ଆପଣ କେବେ ସମସ୍ୟାରେ ପଡ଼ନ୍ତି ତେବେ ଆପଣ ନିଶ୍ଚିତ ଭାବରେ ସେଥିରୁ ମୁକୁଳି ପାରିବେ ।

ଆଉ ଯଦି ଆମେ ପ୍ରାପ୍ତ ବୟସ୍କ ବିଶେଷ କରି ଅବିବାହିତ ପ୍ରାପ୍ତ ଯୌବନ କ୍ଷମତାଧାରୀ ଯ଼ୁବକଙ୍କ କଥା ପ୍ରସଙ୍ଗକୁ ଆଣିବା ତେବେ ସେମାନଙ୍କ ପାଇଁ ଇନ୍ଦ୍ରୀୟ ନିୟନ୍ତ୍ରଣ ଟିକେ କଷ୍ଟକର ବ୍ୟାପର । ଆପଣ ପଚାରିପାରନ୍ତି ଏମିତି କାହିଁକି ଏହାର କାରଣ ହେଉଛି ଉଚ୍ଚ ଶିକ୍ଷା ପରେ ଘର ଓ ପରିବାରର ବୋଝକୁ ବୋଝେଇ ଯ଼ୁବକ ଜଣଙ୍କ ନିଜକୁ ନିଜେ ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିଥାଏ ।

ଏହି ସମୟରେ ଭାରାକ୍ରାନ୍ତ ମନ ନେଇ ବିପରିତ ଲିଙ୍ଗ ପ୍ରତି ଆକର୍ଷଣ ବଢ଼ିବା ଏବଂ ସେଥିରେ ଥକା ମନକୁ ଟିକେ ହାଲୁକା କରିବା ପାଇଁ  ତାଙ୍କ ସହ ଅନ୍ତରଙ୍ଗ ହେବାକୁ ଯୁବକ ଜଣଙ୍କ କେବେ ବି ପଛଘୁଞ୍ଚା ଦେଇ ନଥାଏ । ଏଥିରେ ଆପଣ କହିବେ କ୍ଷତି କଣ, କ୍ଷତି କିଛି ନୁହେଁ କିନ୍ତୁ ଯୌବନର କ୍ଷୁଧା ମେଣ୍ଟାଇବାକୁ ଯାଇ ଯଦି କିଛି ଅଘଟଣ ଘଟିଯାଏ ତେବେ ନେଡି ଗୁଡ଼ କହୁଁଣିକି ବହିଯିବାର ଆଶଙ୍କା ରହିଛି । ହୁଏତ 9 ମିନିଟର ମଜା ପାଇଁ 9 ମାସର ଯନ୍ତ୍ରଣା ଭୋଗ କରିବାକୁ ପଡ଼ିପାରେ ।

ଏମିତିକି ଏମିତି ଧରଣର ଅନେକ ଖବର ଆମ ନଜରକୁ ଆସିଛି । ଆଉ ଏଥିରୁ ସୃଷ୍ଟି ହେଉଥିବା ଲିଭ୍ ଇନ୍ ର ମଧୁର ସମ୍ପର୍କରେ ତିକ୍ତତା ଆସେ ଅବିବାହିତ ବାପା ମାଆଙ୍କ ଆଇନଗତ ଲଢ଼େଇ ମଧ୍ୟ ଆମ ସାମ୍ନାରେ ଉଦାହରଣ ହୋଇ ରହିଛି ।

ଜଣେ ପ୍ରାପ୍ତ ବୟସ୍କ ଏବଂ ଅନୁଭବୀ ଲୋକ ହିଁ ସଠିକ୍ ଭାବରେ କହିପାରବ ଯେ, ନିଜ ଇନ୍ଦ୍ରୀୟକୁ ଆମେ ଯଦି ନିୟନ୍ତ୍ରଣ ରଖିପାରିବା ତେବେ ଏକ ପତ୍ନୀକ କିମ୍ବା ପତିବ୍ରତା ନାରୀ କେବେ ମଧ୍ୟ ଜୀବନରେ ଅତ୍ୟାଧିକ ଚାପରେ ରହିନଥାଏ । ଆର୍ଥିକ ସମସ୍ୟା ଥିଲେ ସଂସାରର ବୋଝ ଟେନସନ ଦେବ ସିନା କିନ୍ତୁ ସାମାଜିକ ଲୋକ ଲଜ୍ୟାର ଭୟ ନଥିବ ।

ଏବେ ନିଷ୍ପତ୍ତି ଆପଣଙ୍କର କ୍ଷଣିକ ସୁଖ ପାଇଁ ସେକ୍ସ ପ୍ରତି ଆତୁର ହୋଇ କାଉରା ବାଉରା ହେବେ ନା ଏକ ସୁଖଧ ଜୀବନ ଜାପନ ଲାଗି ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବେ, ନିଷ୍ପତ୍ତି ଆପଣଙ୍କ ହାତରେ । ଦିନଟି ଆପଣଙ୍କ ମଙ୍ଗଳମୟ ହେଉ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button