ଦେଶ- ବିଦେଶ

ବିବାହକୁ ‘Use and throw’ କରି ସାରିଲେଣି ଯୁବପିଢି, ଶାରୀରିକ ସମ୍ପର୍କ ପରେ ସରିଯାଉଛି ସବୁକିଛି, ହାଇକୋର୍ଟ କହିଲେ ଶାରୀରିକ ସମ୍ପର୍କ ପରେ..

ବିଗତ ଦିନମାନଙ୍କରେ ପ୍ରେମ ସମ୍ପର୍କ ଅତୁଟ ରହୁଥିଲା । ଜନ୍ମ ଜନ୍ମ ପାଇଁ ପାର୍ଟନର ମାନେ ସବୁ କିଛି ସହି ବୁଝାମଣା ରେ ଜୀବନ ସାରା ନିଜର ହୋଇ ରହୁଥିଲେ । ହେଲେ ଏବେର ପ୍ରେମ ସମ୍ପୂର୍ଣ୍ଣ ବିନ୍ନ ରୂପ ନେଇସାରିଛି । ମନର ଭୋକ ବୁଝିଗଲେ ଝିଅ ହୁଅନ୍ତୁ କି ପୁଅ ସମସ୍ତେ ‘Use and throw’ ପଲିସିରେ ରହୁଛନ୍ତି ।

ବର୍ତ୍ତମାନ ସମୟରେ ବିବାହ କରିବା ପରେ ଦମ୍ପତ୍ତିଙ୍କ ମଧ୍ୟରେ ‘Use and throw’ ମାନସିକତା ବଢ଼ିବାରେ ଲାଗିଛି । ନିଜ କାମ ସରିଗଲା ପରେ ଲୋକେ ବିବାହ ବନ୍ଧନରେ ବାନ୍ଧିହୋଇ ରହିବାକୁ ପସନ୍ଦ କରୁନାହାଁନ୍ତି । ଯାହାଫଳରେ ଯୁବପିଢ଼ି ବିବାହ କରିବା ବଦଳରେ ‘ଲିଭ୍ ଇଂ ରିଲେସନ୍’ ରେ ରହିବାକୁ ପସନ୍ଦ କରୁଛନ୍ତି । ଏପରି କଥା ଆମ୍ଭେ କହୁନାହୁଁ ବରଂ ଏକ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏଭଳି ରାୟ ରଖିଛନ୍ତି ।

ବିଲକୁଲ, ବିଗତ କିଛି ଦିନ ତଳେ ଏକ ଛାଡପତ୍ର ମାମଲାର ଶୁଣାଣି କରିବାକୁ ଯାଇ କେରଳ ହାଇକୋର୍ଟ ଏଭଳି ଯୁକ୍ତି ବାଢ଼ିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିବାହ କରିବା ପରେ ଲୋକେ ନିଜ ପାର୍ଟନର୍ ସହିତ ଅଧିକ ଦିନ ରହି ପାରୁନାହାଁନ୍ତି ।

ଲୋକେ ଜୀବନକୁ ଉପଭୋଗ କରିବାକୁ ଯାଇ ବିବାହ ଠାରୁ ଦୂରେଇ ରହିବାକୁ ମନ ବଳାଉଛନ୍ତି । ଏପରିକି ଏଥିପାଇଁ ଯୁବପିଢ଼ି ମଧ୍ୟ ବିବାହ କରିବାକୁ ଖରାପ ଦୃଷ୍ଟିରେ ଦେଖୁଛନ୍ତି ।

ବିବାହିତ ଦମ୍ପତ୍ତିଙ୍କ ‘Use and throw’ ମାନସିକତା ପାଇଁ ଯୁବପିଢ଼ି ବିବାହ ବନ୍ଧନରେ ବାନ୍ଧିହେବାକୁ ଚାହୁଁନାହାଁନ୍ତି । ଏହା ବ୍ୟତୀତ ମୁକ୍ତ ଭାବରେ ବଞ୍ଚିବା ପାଇଁ ସେମାନେ ‘ଲିଭ୍ ଇନ୍’ ରେ ରହିବାକୁ ପସନ୍ଦ କରୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କେରଳର ଏକ ଦମ୍ପତି ନିଜ ବିବାହ ବିଚ୍ଛେଦକୁ ନେଇ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ସେମାନଙ୍କର ୩ଟି ସନ୍ତାନ ରହିଥିବା ବେଳେ ମହିଳା ଜଣକ ନିଜ ସ୍ୱାମୀଙ୍କ ଉପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ । ଏପରିକି ବ୍ୟକ୍ତି ଜଣକ ମଧ୍ୟ ନିଜ ସ୍ତ୍ରୀ ଉପରେ ଏପରି ପାଲଟା ଅଭିଯୋଗ ଆଣିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button