ଦେଶ- ବିଦେଶ

ଏହି ତିନୋଟି ଫେସପ୍ୟାକ ଦୂର କରିବ ଆପଣଙ୍କ ବ୍ରଣ ସମସ୍ୟା, ଜାଣନ୍ତୁ ଆଉ ବ୍ୟବହାର କରନ୍ତୁ

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଭୁଲ୍‌ ଖାଦ୍ୟପେୟ ଏବଂ ଭୁଲ ଦିନଚର୍ଯ୍ୟା କାରଣରୁ ମହିଳାଙ୍କ ଚେହେରାରେ ଅନେକ ପ୍ରକାର ସମସ୍ୟା ହୋଇଥାଏ। ଏହି ସବୁ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ବ୍ରଣ। ଯାହାର ଦାଗ ଚେହେରାକୁ ଏକଦମ୍‌ ଖରାପ କରିଦିଏ। ଏହାକୁ ଯଦି ଆପଣ ଅଣଦେଖା କରୁଛନ୍ତି ତାହେଲେ ଭାବନ୍ତୁ ଆପଣ ନିଜ ତ୍ୱଚା ସହିତ ଅନ୍ୟାୟ କରୁଛନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଫେସପ୍ୟାକ ନେଇ ଆସିଛୁ। ଯାହା ସାହାଯ୍ୟରେ ବ୍ରଣର ଦାଗ ଠାରୁ ମୁକ୍ତି ମିଳିପାରିବ। ତାହେଲେ ଆସନ୍ତୁ ଜାଣିବା ସେହି ସବୁ ଉପାୟ।

କମଳା ଚୋପା

OrangesandPeels500କମଳା ଚୋପାରେ ପ୍ରସ୍ତୁତ ପାଉଡରକୁ ଫେସ ପ୍ୟାକ ଭଳି ବ୍ୟବହାର କରିପାରିବେ। ଏହାଦ୍ୱାରା ପୁରୁଣା ଦାଗ ଏବଂ ଚିହ୍ନ ଠାରୁ ମୁକ୍ତି ମିଳେ। କମଳା ଚୋପାରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଏକ ଚାମଚ କମଳା ଚୋପାର ପାଉଡର, କ୍ଷୀର ଏବଂ ମହୁକୁ ମିଶାଇ ପେଷ୍ଟ ବନାଇ ଦିଅନ୍ତୁ ଏବଂ ଚେହେରାରେ ଲଗାଇ ସୁଖିବାକୁ ଦିଅନ୍ତୁ। ପରେ ଏହାକୁ ଥଣ୍ଡା କରି ପାଣିରେ ଧୋଇ ଦିଅନ୍ତୁ।

ଆଳୁ ରସ

potato skinଆଳୁ ରସକୁ ତ୍ୱଚାରେ ଦାଗ-ଚିହ୍ନ ଦୂର କରିବା ପାଇଁ ବରଦାନ ଭଳି କାମ କରିଥାଏ। ଆଳୁକୁ କଦ୍ଦୁକସ୍‌ କରି ସେଥିରେ ରସକୁ ମିଶାଇ ମହୁ ସହିତ ଚେହେରାରେ ଲଗାଇବା ଦ୍ୱାରା ଦାଗ ଏବଂ ଚିହ୍ନ ଦୂର ହୋଇଥାଏ।

ଗ୍ରୀନ ଟୀ ଫେସପ୍ୟାକ

ଦୁଇ ଚିମୁଟା ହଳଦି, ଏକ ଚାମଚ ଗ୍ରୀନ ଟି ଏବଂ ଏକ ଚାମଚ ବେସନକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଚେହେରାକୁ ଭଲଭାବେ ଧୋଇ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଏହାକୁ ତୁଳାରେ ଗୋଲାପ ଜଳ ମିଶାଇ ସୁଖି ଯାଇଥିବା ପ୍ୟାକକୁ ଓଦା କରନ୍ତୁ। ଏହାପରେ ଧିରେ ଧିରେ ମସାଜ କରି ଏହାକୁ ଛଡାଇ ଦିଅନ୍ତୁ। ଚେହେରାକୁ ପାଣିରେ ଧୋଇ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button