ଖେଳ ଖବର

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଆଉ ଏକ ରେକର୍ଡ, ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ରଚିଲେ ଇତିହାସ

ଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିଶ୍ୱର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ରେକର୍ଡ କ୍ରୀଡା କ୍ଷେତ୍ରରେ ନୁହେଁ, ବରଂ ସୋଶାଲ ମିଡିଆ ପ୍ଲାଟଫର୍ମରେ ରଚିଛନ୍ତି। ସେ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମରେ 100 କୋଟି ଫଲୋର୍ସରେ ପହଞ୍ଚିବାରେ ପ୍ରଥମ ବ୍ୟକ୍ତି ହୋଇ ପାରିଛନ୍ତି।

ବର୍ତ୍ତମାନ ସୋଶାଲ ମିଡିଆରେ ରୋନାଲ୍ଡୋଙ୍କର 100 କୋଟି ଫଲୋର୍ସ ଅଛନ୍ତି, ଯାହା ଅନ୍ୟ କୌଣସି ବ୍ୟକ୍ତିଙ୍କର ନାହାନ୍ତି।

ରୋନାଲ୍ଡୋଙ୍କର ସର୍ବାଧିକ ଫଲୋର୍ସ ବା ଅନୁସରଣକାରୀ ଇନଷ୍ଟାଗ୍ରାମରେ ଅଛନ୍ତି।

ରିପୋର୍ଟ ଅନୁସାରେ, ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କର 639 ମିଲିୟନ ଫଲୋର୍ସ ଅଛନ୍ତି। ସେହିପରି ଫେସବୁକରେ 170.5 ମିଲିୟନ ଏବଂ X (ପୂର୍ବର ଟ୍ୱିଟର)ରେ 113 ମିଲିୟନ ଫଲୋର୍ସ ଅଛନ୍ତି।

ସେ ଗତକାଲି ସୋଶାଲ ମିଡିଆରେ ଏକ ପୋଷ୍ଟ ଶୋଆର କରି 100 କୋଟି ଫଲୋର୍ସରେ ପହଞ୍ଚି ଥିବା କହିଛନ୍ତି। ଏଥିସହ ଫଲୋର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କିଛି ଦିନ ତଳେ ରୋନାଲ୍ଡ ମଧ୍ୟ ୟୁଟ୍ୟୁବରେ ରେକର୍ଡ କରିଥିଲେ। ସେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲୁ ଖୋଲୁ ଗୋଟିଏ ଦିନରେ 10 ମିଲିୟନ ସବସ୍କ୍ରାଇବର ପାଇଥିଲେ। ୟୁଟ୍ୟୁବରେ ମଧ୍ୟ 10 ମିଲିୟନ ସବସ୍କ୍ରାଇବର ପାଇବାରେ ରୋନାଲ୍ଡୋ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ନାଁ ‘UR. Cristiano’।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button