ଦେଶ- ବିଦେଶ

ଶ୍ରୀକୃଷ୍ଣ କହିଛନ୍ତି ଏହି 9 ସ୍ବପ୍ନ ସର୍ବଦା ଗୁପ୍ତ ରଖିବା ଉଚିତ ତେବେ ଯାଇ ତାହାର ଫଳ ମିଳିଥାଏ |

ମହାଭାରତ ଅନୁସାରେ କର୍ଣ୍ଣ ଙ୍କୁ ମହାଭାରତ ଯୁଦ୍ଧ ପୂର୍ବରୁ ଅନେକ ସ୍ବପ୍ନ ଆସିଥିଲା | ଏହା ପରେ କର୍ଣ୍ଣ ଶ୍ରୀକୃଷ୍ଣ ଙ୍କୁ ସ୍ୱପ୍ନର ରହସ୍ୟ ବିଷୟରେ ପଚାରିଲେ | ଭଗବାନ କୃଷ୍ଣ ଏହାର ଉତ୍ତର କହିଥିଲେ କି କିଛି ସ୍ବପ୍ନ କାହା ଆଗରେ କହିବା ଉଚିତ ନୁହେଁ | ଅନ୍ୟଥା ସେହି ସ୍ବପ୍ନ ବ୍ୟର୍ଥ ହୋଇଯାଏ | ବନ୍ଧୁଗଣ ସ୍ବପ୍ନ ଦେଖିବା ଗୋଟିଏ ସାମାନ୍ୟ ପ୍ରକ୍ରିୟା ଅଟେ ଯାହା ସମସ୍ତ ଙ୍କ ସହ ଘଟିଥାଏ |

ତେବେ କିଛି ସ୍ବପ୍ନ ନିଦ ଭାଙ୍ଗିବା ପରେ ଆମର ମନେ ରହିଥିବା ବେଳେ ଆଉ କିଛି ଭଲରେ ମନେ ରହିନଥାଏ | ଆମେ ଆଜି ସେଇ ସ୍ବପ୍ନ ର ଦୁନିଆ ବିଷୟରେ କହିବୁ, ଯାହା ଆମ ଭବିଷ୍ୟତ କଥା ଦେଖାଇ ଥାଏ, ଅନ୍ତର ମନରେ ଥିବା କଥା କୁ ପ୍ରକାଶ କରିଥାଏ | ତେବେ ବନ୍ଧୁଗଣ ସ୍ବପ୍ନ ରେ ଦେଖୁଥିବା ସମସ୍ତ ଘଟଣାର ଅର୍ଥ କଣ? ଆସନ୍ତୁ ଜାଣିବା କେଉଁ ପ୍ରକାରର ସ୍ବପ୍ନ ଦେଖିଲେ କେଉଁ ଫଳ ମିଳେ |

ଯଦି ସ୍ବପ୍ନ ରେ ଆପଣଙ୍କୁ ଭଗବାନ ଶିବ ଲିଙ୍ଗ ଏବଂ ମନ୍ଦିର ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ | ଏହା ଆପଣଙ୍କର ଧନ ସମ୍ପତ୍ତି, ଚାକିରୀ, ବିବାହ କିମ୍ବା କୌଣସି ବଡ କାର୍ଯ୍ୟ ପୁରା ହେବାର ସଂକେତ ହୋଇଥାଏ | ଏବଂ ଯଦି ଆପଣଙ୍କୁ ଅନ୍ୟ କୌଣସି ଭଗବାନ ଙ୍କ ସ୍ବପ୍ନ ଆସିଥାଏ ତ ତାହା ମଧ୍ୟ ଶୁଭ ହୋଇଥାଏ | ଏହା ଆପଣଙ୍କର କୌଣସି ଏକ ମନସ୍କାମନା ପୂର୍ଣ୍ଣ ହେବାର ସଂକେତ ହୋଇଥାଏ |

ଯଦି ଆପଣଙ୍କୁ କୌଣସି ସମ୍ପର୍କୀୟ ଙ୍କ ସ୍ବପ୍ନ ଆସୁଛି ତେବେ ଏହାର ଅର୍ଥ ଆପଣଙ୍କୁ କିଛି ନୁଆ ପ୍ରସ୍ତାବ ମିଳିବାକୁ ଯାଉଛି | ଯଦି ବାପା ମା ଙ୍କ ସ୍ବପ୍ନ ଆସେ ତେବେ ଆପଣଙ୍କୁ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ର ରେ ମାନ ସମ୍ମାନ ମିଳିବ | ଜେଜେ, ଜେଜେମା ଙ୍କ ସ୍ବପ୍ନ ଆସିବା ପ୍ରେମ ସହ ବୁଦ୍ଧି ର ବିକାଶ ହୋଇଥାଏ | ବନ୍ଧୁ ଙ୍କ ସ୍ବପ୍ନ ଆସିବା ଦ୍ୱାରା ଆପଣଙ୍କୁ କର୍ମ କ୍ଷେତ୍ର ରେ ସହାୟକ ହୋଇଥାଏ |

ଯଦି ପତି କିମ୍ବା ପତ୍ନୀ ଙ୍କ ସ୍ବପ୍ନ ଆସେ ତେବେ ଆପଣଙ୍କ ସମ୍ପର୍କ ଆହୁରି ନିବିଡ ହୋଇଥାଏ ଏବଂ ସୁଖ ସମୃଦ୍ଧି ବଢିଥାଏ | ଯଦି ଆପଣଙ୍କ ସ୍ବପ୍ନ ରେ ଗୁରୁଜୀ କିମ୍ବା ଆପଣଙ୍କ ଗୁରୁମା ଙ୍କ ସ୍ବପ୍ନ ଆସେ ତେବେ ଆପଣଙ୍କୁ ସଫଳତା ପ୍ରାପ୍ତ ହୋଇଥାଏ ଏବଂ ପାଠ ପଢ଼ାରେ ଉନ୍ନତି ହୋଇଥାଏ

ଯଦି ବିବାହ ସମ୍ଭଧୀୟ କୌଣସି ବରଯାତ୍ରୀ, କିମ୍ବା ନିର୍ବନ୍ଧ ସ୍ବପ୍ନ ଆସୁଛି କିମ୍ବା କୌଣସି ପାର୍ଟି, ସମାରୋହ ର ସ୍ବପ୍ନ ଆସୁଛି ତେବେ ଏହା ଦୁଃଖ ଏବଂ କଷ୍ଟ ଆସିବାର ସଂକେତ ହୋଇଥାଏ | ଯଦି ସ୍ବପ୍ନ ରେ କାହାକୁ ହସୁଥିବାର କିମ୍ବା ନିଜେ ହସୁଥିବାର ଦେଖୁଛନ୍ତି ତେବେ ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ | କିନ୍ତୁ ଯଦି କାନ୍ଦୁଥିବାର ସ୍ବପ୍ନ ଦେଖନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ | ସ୍ବପ୍ନ ରେ ଯଦି ଆପଣ ଗନ୍ଦଗି ଦେଖୁଛନ୍ତି କିମ୍ବା ମଳ ମୂତ୍ର କରୁଥିବା ର ଦେଖନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ | ଧନ ଲାଭ ହୋଇଥାଏ|

ଯଦି ସ୍ବପ୍ନ ରେ ସିଂହ ଦେଖାଯାଏ ତେବେ ଆପଣଙ୍କ ଶତ୍ରୁ କମ ହୋଇଥାନ୍ତି, କୋର୍ଟ କଚେରୀ ମାମଲା ରେ ସଫଳତା ମିଳିଥାଏ | ବିଲେଇ ଦେଖିବା ଅଶୁଭ ହୋଇଥାଏ ଏହାର ଅର୍ଥ ନିଜ ଲୋକ ସହ ଝଗଡା ହେବାର ସଂକେତ ହୋଇଥାଏ, ଯଦି ବାଛୁରୀ ଦେଖାଯାଏ ତେବେ ଏହା ଶୁଭ ସଂକେତ ହୋଇଥାଏ | ଯଦି ଆପଣଙ୍କୁ କୁକୁର ଦେଖାଯାଏ ତେବେ ଆପଣଙ୍କ ପୁରୁଣା ବନ୍ଧୁ ସହ ଭେଟ ହେବାର ସଂକେତ ହୋଇଥାଏ, କାନ୍ଦୁଥିବା କୁକୁର ଦେଖିବା ଅଶୁଭ ହୋଇଥାଏ | ଏହିପରୀ ଯଦି ଓଟ ସ୍ବପ୍ନ ରେ ଦେଖାଯାଏ ତାହା ମଧ୍ୟ ଅଶୁଭ ସଂକେତ ହୋଇଥାଏ | ଏହାର ଅର୍ଥ ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ |

ଯଦି ଆପଣଙ୍କୁ କଳା ନାଗ ଦେଖାଯାଏ ତେବେ ଏହାର ଅର୍ଥ ଆପଣଙ୍କୁ ଧନ ଲାଭ ହେବ | ଯଦି ସ୍ବପ୍ନ ରେ ଆପଣ ସାପ କୁ ଡରୁଥିବାର ଦେଖନ୍ତି ତେବେ ଏହା ଶତ୍ରୁ ବୃଦ୍ଧି ର ସଂକେତ ହୋଇଥାଏ | ଯଦି ଆପଣ ବହୁତ ସାପ ଏକା ସାଙ୍ଗ ରେ ସ୍ବପ୍ନ ରେ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି | ଯଦି ସ୍ବପ୍ନ ରେ ହାତୀ, ଘୋଡା କିମ୍ବା ମାଛ ଦେଖାଯାଏ ତାହେଲେ ଏହା ମା ଲକ୍ଷ୍ମୀ ଙ୍କ ଆଗମନ ର ସଂକେତ ହୋଇଥାଏ | ଯଦି ଆପଣଙ୍କୁ ସ୍ବପ୍ନ ରେ ମଇଁଷି ଦେଖାଯାଏ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏହାର ଅର୍ଥ ଆପଣଙ୍କୁ ମୁର୍ତ୍ୟୁ ର ସଂକେତ ହୋଇଥାଏ | ଝିଟିପିଟି ଦେଖିବା ମଧ୍ୟ ଅଶୁଭ ହୋଇଥାଏ ଏହାର ଅର୍ଥ କୌଣସି ଦୁର୍ଘଟଣା ହେବାର ସଂକେତ ହୋଇଥାଏ |ଯଦି ମାଙ୍କଡ ଦେଖାଯାଏ ତେବେ ଏହାର ଅର୍ଥ ଆପଣଙ୍କର ଅତି ନିକଟତାର ବନ୍ଧୁଙ୍କ ସହ ଝଗଡା ହୋଇପାରେ |

ଯଦି ସ୍ବପ୍ନ ରେ ଆପଣଙ୍କୁ କୌଣସି ମୃତ୍ୟୁ ସମ୍ବଧୀୟ ସ୍ୱପ୍ନ ଆସେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ |ଏହାର ଅର୍ଥ ଆପଣଙ୍କୁ ଅନେକ ଶୁଭ ସମାଚାର ମିଳିବାର ସଂକେତ ହୋଇଥାଏ କିନ୍ତୁ ଯଦି ଆପଣଙ୍କୁ କୌଣସି ବ୍ୟକ୍ତି ଆତ୍ମହତ୍ୟା କରୁଥିବାର ଦେଖାଯାଏ ତେବେ ଏହାର ଅର୍ଥ ଆପଣଙ୍କ ଆପଣଙ୍କ ଜୀବନ ରେ ବହୁତ ଅଧିକ ସମସ୍ୟା ରହିଛି | ତେବେ ଏହି ସ୍ବପ୍ନ ଦର୍ଶାଇ ଥାଏ କି ଆପଣ ବହୁତ ଶୀଘ୍ର ସବୁ ସମସ୍ୟା ରୁ ମୁକ୍ତି ପାଇଯିବେ | ଯଦି ଆପଣଙ୍କ ସ୍ବପ୍ନ ରେ କାହାର ହତ୍ୟା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଅଶୁଭ ସଂକେତ ହୋଇଥାଏ | ସ୍ବପ୍ନ ରେ ଶବ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ଏହାର ଅର୍ଥ ଆପଣଙ୍କୁ ଜୀବନ ରେ ବହୁତ ବଡ ପରିବର୍ତ୍ତନ ଆସିବାକୁ ଯାଉଛି |

ଯଦି ଆପଣ ସ୍ବପ୍ନ ରେ ନିଆଁ ଦେଖୁଛନ୍ତି ତେବେ ଏହା ଶୁଭ ହୋଇଥାଏ ଏହାର ଅର୍ଥ ଆପଣଙ୍କୁ ରୋକି ହୋଇଥିବା ଧନ ଆପଣଙ୍କୁ ମିଳିଯିବ | ଯଦି ଆପଣ କୌଣସି ବ୍ୟକ୍ତି କୁ ପୋଡି ହେବାର ଦେଖନ୍ତି ତେବେ ଏହା ଆପଣଙ୍କୁ ବେପାର ରେ କ୍ଷତି ହେବାର ସଂକେତ ହୋଇଥାଏ | ଯଦି ଆପଣଙ୍କୁ ପୂଜା ପାଠ କରୁଥିବାର ସ୍ବପ୍ନ ଆସେ ତେବେ ଏହା ଶୁଭ ହୋଇଥାଏ | ଯଦି ସ୍ବପ୍ନ ରେ ଧୂଆଁ ଦେଖାଯାଏ ତେବେ ଏହା ମଧ୍ୟ ବେପାର ରେ କ୍ଷତି ହେବାର ସଂକେତ ହୋଇଥାଏ | ଯଦି ଦୀପ ଜଳୁଥିବାର ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏହାର ଅର୍ଥ ଆପଣଙ୍କ ଜୀବନ ରେ ଶୁଭ ପରିବର୍ତ୍ତନ ହେବ |

Related Articles

Leave a Reply

Your email address will not be published. Required fields are marked *

Back to top button