ଦେଶ- ବିଦେଶ

ନିଜ ହସିବାର ତରିକାରୁ ଜାଣନ୍ତୁ ଆପଣଙ୍କ ସ୍ଵଭାବ କିପରି

ସମସ୍ତଙ୍କର ହସିବାର ବିଭିନ୍ନ ଷ୍ଟାଇଲ ରହିଥାଏ । କେତେକ ଲୋକମାନେ ଅଧିକ ଆବାଜ କରି ହସିଥାନ୍ତି ତ କିଛି ଲୋକମାନେ ଧୀରେ ଧୀରେ ହସିଥାନ୍ତି । ଏହା ଛଡା କିଛି ଲୋକ ଏମିତି ବି ହୋଇଥାନ୍ତି କି ଯେତେ ବି ହସ କଥା କହିଲେ ସେମାନେ ହସନ୍ତି ନାହିଁ । ଅନ୍ୟ କେତେକ ଲୋକମାନେ ହସିବାର ଅଭିନୟ ବି କରନ୍ତି । ଏହିଭଳି ବିଭିନ୍ନ ଲୋକମାନଙ୍କର ବିଭିନ୍ନ ପ୍ରକାରର ହସିବାର ଷ୍ଟାଇଲ ଅଛି ।

ହସିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ । କିନ୍ତୁ ଯେଉଁ ଲୋକମାନେ ବିଲକୁଲ ବି ହସନ୍ତି ନାହିଁ କିମ୍ବା ଯେଉଁ ଲୋକମାନେ ବହୁତ ଅଧିକ ହସନ୍ତି ସେମାନଙ୍କୁ ମାନସିକ ରୋଗୀ କୁହାଯାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ହସିବାର ଷ୍ଟାଇଲ ଦେଖି ବ୍ୟକ୍ତିର ସ୍ଵଭାବ କେମିତି ଜାଣିବେ ସେହି ବିଷୟରେ କହିବାକୁ ଯାଉଛୁ ।

୧. ଖୋଲିକରି ହସିବା

 

ସମୁଦ୍ର ଶାସ୍ତ୍ର ଅନୁସାରେ ଏହିଭଳି ହସୁଥିବା ବ୍ୟକ୍ତି ଖୋଲିକରି ବଞ୍ଚିବା ପାଇଁ ପସନ୍ଦ କରନ୍ତି । ଏମାନଙ୍କ ମନରେ କପଟ ଈର୍ଷା ଭଳି ଭାବନା ନ ଥାଏ ଓ ନା ଏମାନେ ଅନ୍ୟ ବ୍ୟକ୍ତିଙ୍କ ପାଇଁ ଖରାପ ଚିନ୍ତା କରନ୍ତି । ଏହି ଲୋକମାନଙ୍କର ବୁଦ୍ଧି ପ୍ରଖର ହୋଇଥାଏ ଯେଉଁ କାରଣରୁ ଏମାନେ ସବୁ ମଜାଦାର କଥାକୁ ଜଲ୍ଦି ବୁଝି ନିଅନ୍ତି । ଯେଉଁ କାରଣରୁ ଏମାନଙ୍କୁ ଜଲ୍ଦି ହସ ଆସିଥାଏ ଓ ସେମାନେ ହସକୁ ଅଟକାଇ ପାରନ୍ତି ନାହିଁ । ଏହିଭଳି ଲୋକମାନେ ଅଧିକ କଥାବାର୍ତ୍ତା କରିଥାନ୍ତି । ଏହିଭଳି ପୁଅମାନଙ୍କୁ ଝିଅମାନେ ଅଧିକ ପସନ୍ଦ କରନ୍ତି ।

୨. ହସିବା ସମୟରେ ଅଧିକ ଆବାଜ କରିବା

 

ଯେଉଁ ବ୍ୟକ୍ତିମାନେ ହସିବା ସମୟରେ ଅଧିକ ଆବାଜ କରିଥାନ୍ତି ଏମାନଙ୍କ ଠାରୁ ସବୁବେଳେ ସାବଧାନ ହୋଇ ରହିବା ଉଚିତ । କାରଣ ଏମାନେ କେତେବେଳେ କାହାର ଅପମାନ କରିଦେବେ ଏହା ବିଷୟରେ କେହି ବି ଜାଣି ନ ଥାନ୍ତି । ଏମାନେ ଆପଣଙ୍କ ରଙ୍ଗ, ରୂପ, କମଜୋରିର ଲାଭ ଉଠାଇ କେଉଁଠି ବି ଆପଣଙ୍କ ଅପମାନ କରି ପାରନ୍ତି । କିନ୍ତୁ ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ଅନ୍ୟ ବ୍ୟକ୍ତିଙ୍କ ଅପେକ୍ଷା ଏମାନେ ଜଲ୍ଦି ସଫଳତା ହାସଲ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button