ରାଜ୍ୟ

ମଙ୍କିପକ୍ସକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ, ଭୟଭୀତ ହେବାର ଆବଶ୍ୟକତା ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର, ୦୯/୦୯ : ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା। ମଙ୍କିପକ୍ସକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଦେଶର ଜଳ, ସ୍ଥଳ, ଆକାଶ, ସମସ୍ତ ଅନ୍ତର୍ଜାତୀୟ ଏଣ୍ଟ୍ରି ପଏଣ୍ଟରେ ଆଲର୍ଟ ଜାରି ହୋଇଛି। ଯେହେତୁ ମଙ୍କିପକ୍ସ ବହୁଳ ମାତ୍ରାରେ ସଂକ୍ରାମକ, ତେଣୁ ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ଦେଶକୁ ବୁଲି ଆସୁଛନ୍ତି, ମଙ୍କିପକ୍ସ ଲକ୍ଷଣ ଦେଖାଯାଉଛି, ଭାରତ ସରକାରଙ୍କ ତରଫରୁ ସେମାନଙ୍କୁ ଆଇସୋଲେଟ କରି ରଖାଯିବାର ବ୍ୟବସ୍ଥା ହୋଇଛି।

ରବିବାର ଦିନ ଏଭଳି ଜଣେ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଇଛି। ଆଇସୋଲେସନ ଥିବା ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚେକିଂ କଡାକଡ଼ି ହେଉଛି । ଭାରତରେ ଏଯାଏ ସେଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାଁନ୍ତି। ଯଦି ପ୍ରଭାବିତ ଅଞ୍ଚଳରୁ କେହି ଆସନ୍ତି, ତେବେ ଅନ୍ତର୍ଜାତୀୟ ବିମାନବନ୍ଦରରେ ରୋଗୀ ଚିହ୍ନଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରୋଟୋକଲ ଅନୁସାରେ ପରୀକ୍ଷା ନିରୀକ୍ଷା କରାଯାଉଛି। ପ୍ରଭାବିତ ଅଞ୍ଚଳରୁ ଆସିଥିବା ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେଖାଗଲେ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଉଛି । ଏଣୁ ମଙ୍କି ପକ୍ସକୁ ନେଇ କେହି ଭୟଭୀତ ହେବାର ଆଵଶ୍ୟକତା ନାହିଁ । ମଙ୍କିପକ୍ସକୁ ଏଡ଼ାଇବାକୁ ହେଲେ ଡାଇରେକ୍ଟ କଣ୍ଟାକଟକୁ ଏଡାଇବାକୁ ହେବ। ଏନେଇ ପୂର୍ବରୁ WHOରୁ ନିର୍ଦେଶନାମା ଜାରି ହୋଇଛି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟଗୁଡିକରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଟିମ୍ ନଜର ରଖିଛି । ମଙ୍କି ପକ୍ସର ଲକ୍ଷଣ ହେଉଛି, ପ୍ରଥମେ ଜ୍ଵର ସହିତ ଘିମିରିରୁ ଆରମ୍ଭ ହୁଏ। ପରେ ପାଣି ଫୋଟକା ପରି ଶରୀରରେ ଚିହ୍ନ ହୋଇଥାଏ। ଏମିତିକି ଏହା ନିମୋନିଆ ହୋଇପାରେ ଓ ବ୍ରେନକୁ ବି ଧରିପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button