ରାଜ୍ୟ

ଅସାବଧାନତା ହେତୁ ଟ୍ରକରୁ ତଳକୁ ଖସି ପଡ଼ିଲେ ପ୍ରଭୁ ଗଣେଶ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ପ୍ରତିଷ୍ଠା ହେବାକୁ ଯାଉଥିବା ଭଗବାନ ଗଣେଶଙ୍କ ପ୍ରତିମା ରାସ୍ତାରେ ପଡ଼ିଯାଇଥିଲା। ଉକ୍ତ ପ୍ରତିମା ୨୫ ଫୁଟ ଉଚ୍ଚର ରହିଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବି ସୂଚନା ରହିଛି।

ସୂଚନାଯୋଗ୍ୟ, ଶିନ୍ଦେର ଛାବନିସ୍ଥିତ ଖଲ୍ଲାସିପୁରାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଭଗବାନଙ୍କ ଗଣେଶଙ୍କ ପ୍ରତିମା ରାସ୍ତାରେ ହୋଇଥିବା ଗଭୀର ଖାଲ ଭିତରେ ଖସିପଡ଼ିଥିଲା।

କାରଣ ଗଣେଶଙ୍କ ପ୍ରତିମା ଥିବା ଟ୍ରକର ଚକାଟି ରାସ୍ତାର ଖାଲରେ ଫସି ଯାଇଥିଲ। ଫଳରେ ଟ୍ରକ ଉପରେ ଗଣେଶଙ୍କ ପ୍ରତିମା ଧରି ଯାଉଥିବା ଲୋକେ ଭାରସାମ୍ୟ ରକ୍ଷା କରି ନପାରି ତଳକୁ ଖସି ପଡ଼ିଥିଲେ। ତାଙ୍କ ସହିତ ଭଗବାନ ଗଣେଶଙ୍କ ପ୍ରତିମା ବି ଖସି ପଡ଼ିଥିଲା।
ଏହି ସମୟରେ ଶୋଭାଯାତ୍ରାରେ ଚାଲୁଥିବା ଲୋକମାନେ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣା ପରେ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରାଯାଇଥିଲା। ଆହତ ଲୋକଙ୍କୁ ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button