ରାଜ୍ୟ

ସେପ୍ଟେମ୍ବର ୧୫ ସୁଦ୍ଧା ସରିବ ବୈଷୟିକ ଶିକ୍ଷା ନାମଲେଖା, ତୃତୀୟ ସପ୍ତାହରୁ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର,୦୮/୦୯: ଆଗାମୀ ୧୫ ସୁଦ୍ଧା ଶେଷ ହେବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା । ଖାଲିଥିବା ସମସ୍ତ ସିଟ୍ରେ ନାମଲେଖା ଶେଷ କରିବାକୁ କୁହାଯାଇଛି । ନାମଲେଖା ସମୟରେ ସ୍ୱଚ୍ଛତା ଓ ମେଧାକୁ ଗୁରୁତ୍ୱ ଦିଆଯିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ବିଭାଗ ପକ୍ଷରୁ କୁହାଯାଇଛି, ଯେଉଁମାନଙ୍କ ପାଖରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ର ବୈଧ ର୍ୟାଙ୍କ ଥିବ କିମ୍ବା ଜାତୀୟସ୍ତରୀୟ ଏକକ ପ୍ରବେଶିକା ପରୀକ୍ଷାରେ ଭାଗ ନେଇ ର୍ୟାଙ୍କ୍ରେ ଥିବେ ସେମାନେ ଶିକ୍ଷାନୁଷ୍ଠାନସ୍ତରୀୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ।

ଚୂଡ଼ାନ୍ତ ସିଟ୍ ଆବଣ୍ଟନ ପରେ ଖାଲି ଥିବା ସିଟ୍ରେ ଓଜେଇଇର ନିୟମ ଅନୁଯାୟୀ ନାମ ଲେଖା ହେବ । ଯେଉଁ ଶିକ୍ଷାର୍ଥୀମାନେ ପ୍ରାଥମିକ ଓଜେଇଇ କାଉନ୍ସେଲିଂରେ ଭାଗ ନେଇ ନଥିବେ, ଅଥଚ ଓଜେଇଇ କାଉନ୍ସେଲିଂ ପ୍ରକ୍ରିୟାରୁ ଅପସରି ନଥିବେ ସେମାନଙ୍କୁ ମଧ୍ୟ ସୁଯୋଗ ମିଳିବ । ଏଥିସହ ଯେଉଁମାନେ କାଉନ୍ସେଲିଂରେ ଭାଗ ନେଇଥିବେ ମାତ୍ର ସିଟ୍ ପାଇନଥିବେ ସେମାନଙ୍କୁ ନାମଲେଖା ପାଇଁ ମଧ୍ୟ ସୁଯୋଗ ମିଳିବ । ପୁଣି ସିଟ୍ ଆବଣ୍ଟନ ହୋଇଥିବ କିନ୍ତୁ ସୁନିଶ୍ଚିତ କରାଯାଇ ନଥିବ ତାଙ୍କୁ ମଧ୍ୟ ସୁଯୋଗ ମିଳିବ । ଶିକ୍ଷାନୁଷ୍ଠାନ ମାନେ ୩୦ ପ୍ରତିଶତ ପର୍ଯ୍ୟନ୍ତ ସିଟ୍ରେ ରାଜ୍ୟ ବାହାର ପିଲାଙ୍କୁ ନାମଲେଖା ପାଇଁ ସୁଯୋଗ ଦେବେ ।

ତେବେ ଆଗାମୀ ୧୫ ତାରିଖ ସୁଦ୍ଧା ସ୍ନାତକ, ସ୍ନାତକୋତ୍ତର, ଲାଟେରାଲ ଏଣ୍ଟ୍ରି ଆଦି କୋର୍ସରେ ନାମଲେଖା ଶେଷ କରିବାକୁ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏନେଇ ସମସ୍ତ ସୂଚନା ଓଜେଇଇ ୱେବ୍ସାଇଟ୍ରେ ମଧ୍ୟ ଉପଲବ୍ଧ ରହିଛି । ତେବେ ସେପ୍ଟେମ୍ବର ତୃତୀୟ ସପ୍ତାହରୁ ପାଠପଢ଼ା ଆରମ୍ଭ ହେବ । ଏଆଇସିଟିଇ ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ନାମଲେଖା ଓ ପାଠପଢ଼ା ଧାର୍ଯ୍ୟ ସମୟରେ ଆରମ୍ଭ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button