କେମିତି ବଢାଇବେ ଆପଣଙ୍କ ନିଜର ଓଜନ ! କିପରି ପାଇବେ ସୁସ୍ଥ ସବଳ ଚେହେରା,

। ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟ ନିଜକୁ ଫିଟ ରଖିବାକୁ ପସନ୍ଦ କରିଥାଏ । ସେଥିପାଇଁ ବିଭିନ୍ନ ପ୍ରକାର ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଯେପରି ଅଧିକ ମୋଟାପଣ ଭଲ ହୋଇନଥାଏ । ସେହିପରି କମ୍ ଓଜନ ହେବା ମଧ୍ୟ ଠିକ ହୋଇନଥାଏ । ଆପଣଙ୍କ ଉଚତା ଅନୁସାରେ ଯେତିକି ଓଜନ ରହିବା ଦରକାର ସେତିକି ରହିବା ହିଁ ଭଲ ହୋଇଥାଏ । ଯେଉଁ ଲୋକ ପତଳା କିମ୍ବା ତାଙ୍କ ଓଜନ ଦରକାରରୁ କମ୍ ରହିଥାଏ ।
ସେମାନେ ନିଜର ଆତ୍ମ ବିଶ୍ବାସ ହରାଇବା ସହିତ ବହୁତ ପ୍ରକାର ସ୍ଵାସ୍ଥ ଜନିତ ସମସ୍ଯାର ଶିକାର ମଧ୍ୟ ହୋଇଥାନ୍ତି । ଲୋକମାନଙ୍କର ଓଜନ ନବଢିବାରେ ଅନେକ ପ୍ରକାର କାରଣ ରହିଥାଏ ଯେମିତି ଆପଣଙ୍କ ପରିବାରରେ ବାପା କିମ୍ବା ଜେଜେବାପା ବଂଶାନୁକ୍ରମେ ପତଳା ପ୍ରାୟ ଥିବେ । ତେବେ ଆପଣଙ୍କର ମଧ୍ୟ ପତଳା ଓ ଓଜନ କମ୍ ରହିବା ସ୍ଵାଭାବିକ ହୋଇଥାଏ । ଆପଣଙ୍କ ଖାଦ୍ଯରେ ଯେତିକି ପରିମାଣରେ ପ୍ରୋଟିନ ଦରକାର ତାହା ଯଦି ଠିକ ଭାବେ ପୂରଣ ହେଉନଥିବ ।
ତାହେଲେ ମଧ୍ୟ ଆପଣଙ୍କର ଓଜନ କମିଯାଇଥାଏ କିମ୍ବା ବଢିନଥାଏ । ଆପଣଙ୍କ ଓଜନ ଯେତିକି ହୋଇଥିବ ସେତିକି ଗ୍ରାମର ଆପଣଙ୍କୁ ପ୍ରୋଟିନର ପରିମାଣ ଦରକାର ହୋଇଥାଏ । 1 କେଜି ଓଜନ ପିଛା ୧ ଗ୍ରାମ ପ୍ରୋଟିନ ଦରକାର, ତେବେ ଯଦି ଜଣେ ୫୦ କେଜିର ଓଜନ ଥିବା ଲୋକ ଦିନକୁ ୫୦ ଗ୍ରାମ ପ୍ରୋଟିନ ଖାଇବା ଉଚିତ । ର ଭୁଲ ଧାରଣା ହୋଇଥାଏ । ପତଳା ଲୋକ ହେଲେ ମଧ୍ୟ ସେମାନଙ୍କୁ ଶାରୀରିକ ପରିଶ୍ରମ ତଥା ଏକ୍ସସାରସାଇଜ କରିବା ନିହାତି ଦରକାର । କାରଣ ନିଜର ଓଜନ ବଢେଇବା ପାଇଁ ଆପଣଙ୍କୁ ମଶଲମାସ ବଢେଇବା ଦରକାର ହୋଇଥାଏ । ବ୍ରେକ ଫାଷ୍ଟରେ ଇଟିଲି, ତରକାରୀ, ରୁଟି, କ୍ଷୀର, ଦହି ବିଭିନ୍ନ ପ୍ରକାର ଫଳ ଓ ଆମିଷରେ ଅଣ୍ଡା ଖାଇବା ଓ ଲଞ୍ଚ ଓ ରାତି ଖାଇବା ଠିକ ସମୟରେ ଠିକ ପରିମାଣରେ ଖାଇବା ଦରକାର ।
ପତଳା ଲୋକମାନେ ବହୁତ କମ୍ ଖାଇଥାନ୍ତି । ସେଥିପାଇଁ ସେମାନଙ୍କୁ ନିଜ ଖାଦ୍ୟର ପରିମାଣ ବଢେଇବା ପାଇଁ ପଡିବ । ବ୍ରେକଫାଷ୍ଟ ରୁ ଲଞ୍ଚ ଓ ଲଞ୍ଚ ରୁ ଡିନର ଖାଇବା ମଝିରେ ଆପଣ କିଛି ଡ୍ରାଏ ଫୃଟ୍, ଓଟ୍ସ କିଛି ହେଲଦି ସ୍ନାକ୍ସ ଖାଇବା କମ୍ ଓଜନ ଥିବା ଲୋକଙ୍କୁ ନିହାତି ଦରକାର । ବହୁତ ଲୋକ ଅଛନ୍ତି ନିଜର ଓଜନ ଶୀଘ୍ର ବଢାଇବା ପାଇଁ ମିଠା ଜାତୀୟ ଓ ଫାଷ୍ଟଫୁଡ଼ ଖାଇଥାନ୍ତି ।
ମିଠା କିମ୍ବା ଫାଷ୍ଟଫୁଡ଼ ଖାଇବା ଦ୍ଵାରା ଓଜନ ବଢିଯାଇପାରେ କିନ୍ତୁ ସେଥିରେ ସୁଗାର ଓ କ୍ୟାଲୋରିଜ ଅଧିକ ପରିମାଣରେ ରହିଥାଏ । ଯାହାକି ଆପଣ ଓଜନ ବୃଦ୍ଧି କରିବା ସହିତ ଦେହର ଚର୍ବି ମଧ୍ୟ ବଢେଇ ଦେଇଥାଏ । ଯାହାକି ସ୍ଵାସ୍ଥ ପାଇଁ ହିତକର ହୋଇନଥାଏ । ତେଣୁ ଆପଣଙ୍କୁ ଓଜନ ବଢାଇବା ପାଇଁ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ ଦରକାର ।
ଯେପରି ଭାତ, ବିଭିନ ପ୍ରକାର ଶସ୍ୟରୁ ତିଆରି ଅଟା ଏପରି ଖାଦ୍ୟ ଦରକାର ପରିମାଣରେ ଖାଇପାରିବେ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଇଲେ ଓଜନ ବଢିଥାଏ । କିଛି ଲୋକ ଓଜନ ବୃଦ୍ଧି କରିବା ମଦ ତଥା ବିଅର ପିଇଥାନ୍ତି । ଏହା ଓଜନ ବଢେଇବାର ସଠିକ ଉପାୟ ହୋଇନଥାଏ ।