ଦେଶ- ବିଦେଶ

ମୋ ଗିରଫରେ ରାଜଭବନ ମଧ୍ୟ ସମ୍ପୃକ୍ତ : ହେମନ୍ତ ସୋରେନ – Kalinga News

[ad_1]

ନୂଆଦିଲ୍ଲୀ : ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ବିଧାନସଭାରେ ଉପସ୍ଥିତ ରହିଛନ୍ତି। ଚମ୍ପାଇ ସୋରେନଙ୍କ ନେତୃତ୍ବାଧୀନ ରାଜ୍ୟ ସରକାର ପାଇଁ ଆସ୍ଥା ଭୋଟ୍ରେ ଅଂଶଗ୍ରହଣ କରିବାକୁ ପିଏମଏଲଏ କୋର୍ଟ ଅନୁମତି ଦେବାପରେ ସୋରେନ ଆଜି ଆସ୍ଥା ଭୋଟରେ ସାମିଲ ହେବାପାଇଁ ବିଧାନସଭା ଯାଇଛନ୍ତି। ସୋରେନ ଆଜି ବିଧାନସଭାରେ ତାଙ୍କ ଗିରଫକୁ ଏକ ଷଡ଼ଯନ୍ତ୍ର କହିଛନ୍ତି। ହେମନ୍ତ ସୋରେନ ତାଙ୍କ ଗିରଫକୁ ‘ଭାରତୀୟ ଗଣତନ୍ତ୍ରରେ ଏକ କଳା ଅଧ୍ୟାୟ’ କହିଛନ୍ତି। ସୋରେନ କହିଛନ୍ତି ତାଙ୍କ ଗିରଫରେ ରାଜ୍ୟପାଳ ମଧ୍ୟ ସମ୍ପୃକ୍ତ। ସୋରେନ ମଧ୍ୟ ଜମି ଦୁର୍ନୀତି ମାମଲାରେ ତାଙ୍କ ଗିରଫକୁ ପ୍ରମାଣିତ କରିବାପାଇଁ ଇଡିକୁ ଚ୍ୟାଲେଞ୍ଜ କରିଛନ୍ତି। ସେ ମଧ୍ୟ ଇଡି ବିରୋଧରେ ପ୍ରବଳ ବର୍ଷିଛନ୍ତି। ଆଇନର କିଭଳି ଅପବ୍ୟବହା।ର କରିହେବ ତାହା ଜଣେ ଇଡିଠାରୁ ଶିଖିବା ଉଚିତ । ୮.୫ ଏକର ଜମି ଦୁର୍ନୀତି ମାମଲାରେ ଆଜି ମୁଁ ଗିରଫ ହୋଇଛି। ଯଦି ସେମାନଙ୍କର ସାହସ ଅଛି ତେବେ ସେମାନେ ମୋ ନାଁରେ ପଞ୍ଜିକୃତ ଜମିର କାଗଜପତ୍ର ଦେଖାନ୍ତୁ। ଯଦି ଏହା ପ୍ରମାଣିତ ହୋଇଯାଏ। ତେବେ ମୁଁ ରାଜନୀତି ଛାଡ଼ିଦେବି। ସୋରେନ କହିଛନ୍ତି, ୨୦୨୨ରୁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ଜାନୁଆରି ୩୧ରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଗଲା। ଆଜ ଦିନରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମଧ୍ୟ ହେମନ୍ତ ସୋରେନଙ୍କୁ କ୍ଲିନଚିଟ୍ ଦେଇଥିଲେ। ହେମନ୍ତ ସୋରେନ ଯେଉଁ କାମ କରିନାହାନ୍ତି ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି ବୋଲି ଚମ୍ପାଇ ସୋରେନ କହିଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button