ରସୁଣ ଖାଇବାର 7 ଟି ସବୁଠୁ ବଡ ଫାଇଦା…Heart ରୋଗୀ ଓ କୋଲେଷ୍ଟ୍ରୋଲ ଥିଲେ ଜାଣନ୍ତୁ ରସୁଣ କେତେ ଖାଇବେ ଓ କିପରି ଖାଇବେ ?

। ସୂଚନା ଅନୁସାରେ ବିଭିନ୍ନ ପ୍ରକାର ପନିପରିବାରେ ଆମ ଶରୀରକୁ ବିଭିନ୍ନ ପୋଷକ ତତ୍ଵ ମିଳିଥାଏ । ସେଥି ମଧ୍ୟରୁ ରଶୁଣ ଏପରି ଏକ ଖାଦ୍ୟ ସାମଗ୍ରୀ ଯାହାକୁ ଆମେ ଆମର ରୋଷେଇ କାର୍ଯ୍ୟରେ ବହୁଳ ମାତ୍ରାରେ ବ୍ୟବହାର କରିଥାଉ । ଏହା ଛଡା ରସୁଣର ଆହୁରି ମଧ୍ୟ ଅନେକ ଔଷଧୀୟ ଫାଇଦା ରହିଅଛି । ସାଧରଣତଃ ଥଣ୍ଡା ହୋଇଥିବା ସମୟରେ ଆପଣମାନେ ରଶୁଣ ଖାଇଥାନ୍ତି ।
ଏହି ରଶୁଣକୁ ଆପଣମାନେ ବ୍ୟବହାର କରି ଆହୁରି ମଧ୍ୟ ସ୍ଵାସ୍ଥ ସମ୍ବଦ୍ଧୀୟ ଅନେକ ଉପକାର ପାଇପାରିବେ । ରଶୁଣର ପ୍ରତିଦିନ ସେବନ ଦ୍ଵାରା ଆପଣଙ୍କ ଶରୀରରେ ନାଇଟ୍ରିକ ଅକ୍ସାଇଡ ର ପରିମାଣ ବୃଦ୍ଧି ପାଇଥାଏ । ଯାହା ଆପଣଙ୍କର ରକ୍ତ ସଂଚାଳନ ଠିକ ଭାବରେ କରିଥାଏ । ତେଣୁ ବ୍ଲଡ଼ ପ୍ରେସର ନିୟନ୍ତ୍ରିତ ହୋଇକି ରହିଥାଏ । ରଶୁଣକୁ ପ୍ରତିଦିନ ଖାଦ୍ଯରେ ସେବନ କରିବା ଦ୍ଵାରା ଶରୀରରେ କ୍ରନିକ ଜନିତ ରୋଗ ହୋଇନଥାଏ ।
କ୍ରନିକ ରୋଗ ଗୁଡିକ ହେଉଛି ଯେପରି ଡାଇବେଟିସ, କ୍ୟାନ୍ସର ଓ ହାର୍ଟ ସମ୍ବଦ୍ଧିତ ଏହିପରି କିଛି ଜୀବନ ବ୍ୟାପୀ ରୋଗ ହେବାର ସମ୍ଭାବନା କମ୍ ରହିଥାଏ । କୋଲେଷ୍ଟ୍ରଲ୍ କମାଇବା ପାଇଁ ମଧ୍ୟ ରଶୁଣର ବହୁତ ବଡ ଭୂମିକା ରହିଥାଏ । ରଶୁଣ ଖାଇବା ଦ୍ଵାରା ଶରୀରରେ ଥିବା ସମ୍ପୂର୍ଣ କୋଲେଷ୍ଟ୍ରଲ୍ ର ମାତ୍ରା ଧୀରେ ଧୀରେ କମିବା ଆରମ୍ଭ ହୋଇଥାଏ । ଏହା ସହିତ ଆପଣଙ୍କର ଯେଉଁ ଖରାପ କୋଲେଷ୍ଟ୍ରଲ୍ ରହିଥାଏ ।
ତାହା ଶରୀରରୁ ବହୁତ ଶୀଘ୍ର କମିଥାଏ ରଶୁଣ ଖାଇବା ଛଡା ଆପଣଙ୍କ ଡାଏଟ୍କୁ ମଧ୍ୟ ଠିକ ଭାବେ କରି ଖାଇବା ଦରକାର ଓ ଜଙ୍କ ଫୁଡ୍କୁ ବହୁତ ମାତ୍ରାରେ ଇଗନୋର କରିବା ଦରକାର । ତେବେ ଆପଣଙ୍କ କୋଲେଷ୍ଟ୍ରଲ୍ ନିହାତି ଭାବେ କମିବ । ରଶୁଣରେ ଆଣ୍ଟି ବ୍ୟକ୍ଟେରିଆଲ ଓ ଆଣ୍ଟି ଭାଇରାଲ ଏହି ଦୁଇଟି ପୋଷକ ତତ୍ଵ ରହିଥାଏ । ଏହା ଆପଣଙ୍କ ଇମ୍ୟୁନିଟି ପାୱାର ବଢାଇଥାଏ ।
ତେଣୁ ଏହାକୁ ସେବନ ଦ୍ଵାରା ଆପଣମାନେ ବ୍ୟକେଟେରିଆ ଓ ଭାଇରସ ଦୁଇ ପ୍ରକାର ଆଟାକରୁ ନିଜକୁ ସୁରକ୍ଷା ଦେଇପାରିବେ । ରଶୁଣ ଖାଇବା ଦ୍ଵାରା ଶରୀରରେ ରକ୍ତ ଠିକ ଭାବେ ତ୍ବରାନିତ ହୋଇପାରିଥାଏ । ଯାହାଯୋଗୁ ହାର୍ଟ ଜନିତ କିଛି ମଧ୍ୟ ସମସ୍ଯା ହେବାର ସମ୍ଭାବନା ବହୁତ କମ୍ ଥାଏ । ଶରୀରକୁ ଯେଉଁ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟର ଆବଶ୍ୟକତା ଥାଏ । ଏହି ରଶୁଣକୁ ସେବନ ଦ୍ଵାରା ସେହି ଆବଶ୍ୟକତା ପୂରଣ ହୋଇଥାଏ ।
ଖାଦ୍ଯରେ ରଶୁଣର ବ୍ୟବହାର ଦ୍ଵାରା ଖାଦ୍ଯରେ ଏକ ନିଆରା ସ୍ଵାଦ ମିଳିଥାଏ । ତେଣୁ ପ୍ରତିଦିନ ନିଜ ଖାଦ୍ୟରେ ଆପଣ ଆରାମରେ ରଶୁଣର ସେବନ କରିପାରିବେ । ରଶୁଣକୁ ଖାଦ୍ଯରେ ରୋଷେଇ କରି ଖାଇପାରିବେ । ରଶୁଣକୁ ଯଦି ଆପଣ କଞ୍ଚା ଖାଇବେ । ତେବେ ଏହାର ଫାଇଦା ବହୁତ ଅଧିକ ମାତ୍ରାରେ ମିଳିଥାଏ । ଆପଣ ରଶୁଣଙ୍କୁ ଚୋବାଇ କିମ୍ବା ଛେଚି ଖାଇ ଦେବେ।