ଦେଶ- ବିଦେଶ

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତଙ୍କ ଦେହାନ୍ତ – Kalinga News

[ad_1]

ନୂଆଦିଲ୍ଲୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଆସିଛି ଏକ ଦୁଃଖଦ ଖବର I ଅଯୋଦ୍ଧାରେ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତଙ୍କ ଦେହାନ୍ତ ହୋଇଛି । ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତଙ୍କୁ ମୃତ୍ୟୁବେଳକୁ ୮୬ ବର୍ଷ ବୟସ ହୋଇଥିଲା । ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତ ଅନେକ ବର୍ଷ ହେବ ରୋଗରେ ପୀଡିତ ଥିଲେ । ଶନିବାର ସକାଳ ୬.୪୫ ମିନିଟ୍ ସମୟରେ ବାରଣାସୀରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ବରିଷ୍ଠ ବିଦ୍ୱାନ ଶୋକ ପ୍ରକାଶ କରିଛନ୍ତି ।

ଆଚାର୍ଯ୍ୟ ଦିକ୍ଷୀତଙ୍କୁ କାଶୀର ବରିଷ୍ଠ ବିଦ୍ୱାନଙ୍କ ମଧ୍ୟରେ ଗଣତି କରାଯାଏ । ସେ ମୂଳତଃ ମହାରାଷ୍ଟ ସୋଲାପୁରର ବାସିନ୍ଦା । ହେଲେ ଅନେକ ବର୍ଷ ଧରି ସେ ନାଗପୁରର ନାସିକରେ ରହୁଥିଲେ । ସେ ବାରଣାସୀସ୍ଥିତ ମୀରଘାଟ ସ୍ଥିତ ସାଂଗବେଦ ମହାବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଭାବେ ମଧ୍ୟ କାମ କରୁଥିଲେ ।

ପଣ୍ଡିତ ଲକ୍ଷ୍ମୀକାନ୍ତ ଡିସେମ୍ବର ୨୦୨୧ରେ କାଶୀ ବିଶ୍ୱନାଥ ଧାମର ପୂଜାରେ ଯୋଗ ଦେଇଥିଲେ । ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରିବାର ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ସକାଳେ ବାବୁଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା, ଯାହାପରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରା ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ସେ ସର୍ବଦା ଲୋକଙ୍କୁ ଭଗବାନଙ୍କ ପ୍ରତି ସମର୍ପିତ ହେବାର ଭାବନା ବୁଝାଉଥିଲେ । ସେ ମୂଳତଃ ମହାରାଷ୍ଟ ସୋଲାପୁରର ବାସିନ୍ଦା । ହେଲେ ଅନେକ ବର୍ଷ ଧରି ସେ ନାଗପୁରର ନାସିକରେ ରହୁଥିଲେ । ସେ ବାରଣାସୀସ୍ଥିତ ମୀରଘାଟ ସ୍ଥିତ ସାଂଗବେଦ ମହାବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଭାବେ ମଧ୍ୟ କାମ କରୁଥିଲେ ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇ ୧୨୧ ଜଣ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଥିଲେ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ। ତାଙ୍କର ଅନ୍ତିମ ସଂସ୍କାର ମଣିକର୍ଣ୍ଣିକା ଘାଟରେ ସମାପ୍ତ ହେବ ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button