ସ୍ୱାସ୍ଥ୍ୟ

ଯଦି ବାସୀ ରୁଟି ଫିଙ୍ଗୁଛନ୍ତି ତେବେ ଏହାକୁ ଏବେ ହିଁ ଦେଖନ୍ତୁ, ବାସି ରୁଟି ଖାଇବାର ଲାଭ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ!

ବନ୍ଧୁଗଣ ପ୍ରାୟତଃ ଦେଖିବାକୁ ଗଲେ ଯେବେ ବି ଲୋକଙ୍କ ଘରେ ଖାଦ୍ୟ ତିଆରି ହୋଇଥାଏ ରାତି ସମୟରେ ଯଦି ରୁଟି ବଳି ପଡିଥାଏ ତାହାକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ପ୍ରାୟତଃ ବହୁତ ଲୋକ ଏହା ଜାଣନ୍ତି ନାହି କି ବାସୀ ରୁଟି ସ୍ୱାସ୍ଥ୍ୟ ପାଇଁ ବହୁତ ଚମତ୍କାରୀ ଲାଭ ଦେଇଥାଏ । ଏହାର ଲାଭ ଜାଣିପାରିଲେ ଆପଣ ନିଜେ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେଣୁ ଭୁଲରେ ବି ରାତି ରେ ବଳି ପଡିଥିବା ରୁଟି କୁ ପିଙ୍ଗନ୍ତୁ ନାହି ।

ଆଜି ଆମେ ଆପଣଙ୍କୁ କହିବି ବାସୀ ରୁଟି ଖାଇବାର ଫାଇଦା କଣ ହୋଇଥାଏ । ବାସୀ ରୁଟି ରେ ଅଧିକ ଫାଇଭର ରହିଥାଏ । ଏହା ଦ୍ଵାରା ଆପଣଙ୍କୁ ଭୋକ ବି କମ ଲାଗିଥାଏ । ଏହା ସହ ଯେଉଁ ମାନଙ୍କର ମୋଟାପା ସମସ୍ଯା ଥାଏ ତାହା ଦୂର ହୋଇଥାଏ । ପୂର୍ବରୁ ତ ପ୍ରାୟତଃ ବାସୀ ରୁଟି କୁ ସବୁ ଲୋକ ସକାଳେ ଖାଉଥିଲେ । ସେଥିପାଇଁ ସୁସ୍ଥ ରହୁଥିଲେ ବା ଓଜନ ବଢୁ ନ ଥିଲା ।

ସକାଳୁ ବାସି ରୁଟି ଖାଇବା ଦ୍ଵାରା ଭୋଜନ ହଜମ ହେବାରେ ସାହାଜ୍ଯ କରିଥାଏ । ଏହା ଦ୍ଵାରା ସ୍ୱାସ୍ଥ୍ୟ ବି ଠିକ ରହିଥାଏ । ବାସୀ ରୁଟି କୁ ସର୍ବଦା କ୍ଷୀର ରେ ପକାଇ ଛୋଟ ଛୋଟ କରି ଖାଇବା ଉଚିତ । ବାସୀ ରୁଟି ସକାଳ ସମୟରେ ଖାଇବା ଦ୍ଵାରା ଅଗଣିତ ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଲାଭ ଗୁଡିକ ବିଷୟରେ ବିସ୍ତାର ଭାବେ ।

୧- ବାସୀ ରୁଟି ଖାଇବା ଦ୍ଵାରା ପାଚନ କ୍ରିୟା ଠିକ ଭାବେ ହେବା ସହ ପେଟ ଜନିତ ସମସ୍ଯା ହୁଏ ନାହି । କାରଣ ରୁଟିରେ ଫାଇଭର ଅଧିକା ରହିଥାଏ ।

୨- ବାସୀ ରୁଟି ଖାଇଲେ ପୁରା ଦିନ ଫୁର୍ତ୍ତି ଅନୁଭବ ହୋଇଥାଏ । ଆଳସ୍ୟ ଅନୁଭବ ହୁଏ ନାହି । ବାସୀ ରୁଟି କ୍ଷୀର ରେ ପକାଇ ଖାଇବା ଦ୍ଵାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ ।

୩- ବାସୀ ରୁଟି ଖାଇଲେ ବ୍ଲଡ଼ ପ୍ରେସର ରୋଗୀଙ୍କ ପାଇଁ ଲାଭଦାୟକ ଅଟେ । ଆଜିକାଲି ଅନେକ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ ଅଛନ୍ତି । ପ୍ରତିଦିନ କ୍ଷୀରରେ ବାସୀ ରୁଟି ପକାଇ ଖାଇବ ଉଚିତ ।

୪- ଯେଉଁ ଲୋକଙ୍କୁ ଡାଇବେଟିସ ସମସ୍ଯା ଅଛି ସେମାନଙ୍କୁ କ୍ଷୀରରେ ମିଠା ନ ପକାଇ ବାସି ରୁଟି ହାଇବା ଉଚିତ । ଏହା ଦ୍ଵାରା ସୁଗାର ଲେବଲ କଣ୍ଟ୍ରୋଲ ରହିଥାଏ ।

୫- ଯେଉଁ ଲୋକ ବହୁତ ପତଳା ଓ ଶାରୀରିକ ଶକ୍ତି କମ ରହିଥାଏ ସେମାନଙ୍କୁ ପ୍ରତିଦିନ ବାସୀ ରୁଟି ସହ କ୍ଷୀର ପକାଇ ଖାଇବା ଉଚିତ । ଏହା ଦ୍ଵାରା ଜଲ୍ଦି କିଛି ରୋଗ ହୁଏ ନାହି । ବାସୀ ରୁଟିକୁ ଭିଟାମିନ, ଫାଇଭର ର ଗନ୍ତାଘର କୁହାଯାଏ । ତେଣୁ ଆପଣ ମାନେ ବି ବାସି ରୁଟି ଖାଇବା ଆରମ୍ଭ କରି ଦିଅନ୍ତୁ । ବାସୀ ରୁଟି କୁ କେବେବି ନଷ୍ଟ କରନ୍ତୁ ନାହି ଓ ଏହାର ଲାଭ ଉଠାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button