ରାଜ୍ୟ

ଆକାଶ ଛୁଆଁ ପଆଜ, ରସୁଣ ଦର

ଭୁବନେଶ୍ୱର: କିଛିଦିନ ତଳେ ଆଳୁ ଦର ବୃଦ୍ଧିକୁ ନେଇ ରାଜ୍ୟବାସୀ ମୁଣ୍ଡରେ ହାତ ଦେଇଥିଲେ। ଖାଉଟିଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ଦର ନିୟନ୍ତ୍ରଣକୁ ଆଣିବା ଲାଗି ନାନା କଟକଣା ଓ ପଦକ୍ଷେପ ନେଇଥିଲେ। ଫଳରେ ଆଳୁ କେ.ଜି. ୬୦ରୁ ଏବେ ୩୫ ତଳକୁ ଖସିଛି। ହେଲେ ଏବେ ପିଆଜ, ରସୁଣ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ହୁ ହୁ ହୋଇ ବଢ଼ି ଚାଲିଥିବାରୁ ଖାଉଟିମାନେ ଶୋଷଣ ହେଉଥିବା ଅନୁଭବ କରୁଛନ୍ତି।

ପିଆଜ ୬୦ ଟପିଥିବାବେଳେ ରସୁଣ ୪୦୦ ଛୁଇଁଛି। ସେହିଭଳି ଅଦା ଦର ମଧ୍ୟ ଉପରମୁହାଁ ହୋଇଛି। ବିଶେଷକରି ଅନ୍ୟ ସହରଠାରୁ ରାଜଧାନୀ ଭୁବନେଶ୍ୱରରେ ଅଧିକ ଦର ପାଖାପାଖି ଦୁଇଗୁଣା ରହୁଥିବାରୁ କଳା ବଜାର ହୋଇଥିବା ଅଭିଯୋଗ ଉଠୁଛି। ଏପରିକି ଆଳୁ ଭଳି ପିଆଜ, ଅଦା, ରସୁଣ ସହ ଅନ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠୁଛି।
ବୁଧବାରର ବଜାର ଅନୁସାରେ, ଭୁବନେଶ୍ୱର ସମେତ ନୟାଗଡ଼, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ପିଆଜ କେ.ଜି. ୬୦ ଟଙ୍କା ଓ ତା’ଠାରୁ ଅଧିକ ଥିଲା। ତେବେ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ତଥ୍ୟକୁ ଦେଖିଲେ ପିଆଜ ଦର ୫୦ଟଙ୍କା ତଳକୁ ଖସି ନ ଥିଲା। ସେହିପରି କୋରାପୁଟ ଓ ଭୁବନେଶ୍ୱରରେ ରସୁଣ ଦର କେ.ଜି. ପ୍ରତି ୪୦୦ ଛୁଇଁଥିବାବେଳେ କେନ୍ଦ୍ରାପଡ଼ାରେ ୩୮୦ଟଙ୍କା, ବ୍ରହ୍ମପୁର ଓ ସୁନ୍ଦରଗଡ଼ରେ ୩୨୦ଟଙ୍କା, ନବରଙ୍ଗପୁର ଓ ଭଦ୍ରକରେ ୩୦୦ଟଙ୍କା, ନୟାଗଡ଼, ମାଲକାନଗିରି ଓ ରାୟଗଡ଼ାରେ ୨୮୦ ଟଙ୍କା, ମୟୂରଭଞ୍ଜରେ ୨୬୦ ଟଙ୍କା, ବାଲେଶ୍ୱର ଓ କେନ୍ଦୁଝରରେ ୨୫୦ଟଙ୍କା ରହିଥିଲା। ଏହା ବ୍ୟତୀତ ଅଦା କେଜି ୨୫୦ ଟଙ୍କା ଟପିଥିଲା। ଭୁବନେଶ୍ୱର ଅଦା ୨୫୦ ଟଙ୍କା ରହିଥିତ୍ବା ବେଳେ କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ଭଦ୍ରକ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଦା ୨୦୦ଟଙ୍କା ରହିଥିଲା। ସେହିଭଳି ବାଲେଶ୍ୱରରେ ୧୫୦ ଟଙ୍କା, ରାୟଗଡ଼ାରେ ୧୪୦ ଟଙ୍କା, ମୟୂରଭଞ୍ଜ ଓ ନୟାଗଡ଼ରେ ୧୩୦ଟଙ୍କା, ବ୍ରହ୍ମପୁରରେ ୧୨୦ ଟଙ୍କା ରହିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button