ଦେଶ- ବିଦେଶ

କୋଲକାତା ଅଭୟା ମାମଲା: ବଡ଼ ବୟାନ ଦେଲେ ପୀଡ଼ିତାଙ୍କ ବାପା,’ ଜଲ୍‌ଦିରେ ଥିଲା ପୁଲିସ..ମାମଲା ବନ୍ଦ କରିବାକୁ ମତେ ଯାଚୁଥିଲା ଟଙ୍କା..’

ନୂଆଦିଲ୍ଲୀ,୦୫/୦୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ସମ୍ବେଦନଶୀଳ ଖୁଲାସା ହୋଇଛି। ବୁଧବାର ଦିନ ଜୁନିୟର ଡାକ୍ତରଙ୍କ ସହ ବିକ୍ଷୋଭରେ ବସିଥିବା ପୀଡିତାଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମାମଲାକୁ ବନ୍ଦ କରିବା ପାଇଁ ପୋଲିସ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଥିଲା ଏବଂ ମାମଲାକୁ ମୁହଁ ବନ୍ଦ ରଖିବା ପାଇଁ ପୋଲିସ ତାଙ୍କୁ ଲାଞ୍ଚ ଦେଇଥିଲା।

ସେ ଅଭିଯୋଗ କରିଛନ୍ତି ଯେ ‘ପୋଲିସ ଆରମ୍ଭରୁ ମାମଲା ବନ୍ଦ କରିବାକୁ ଚେଷ୍ଟା କରୁଥିଲା, ତେଣୁ ପୋଷ୍ଟମର୍ଟମ ହେବା ପୂର୍ବରୁ ଆମକୁ ଶବ ଦେଖିବାକୁ ଦିଆଯାଇନଥିଲା। ଯେତେବେଳେ ଶବ ଆମକୁ ହସ୍ତାନ୍ତର କରାଯାଇଥିଲା, ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆମକୁ ଟଙ୍କା ଯାଚିଥିଲେ, କିନ୍ତୁ ଆମେ ସିଧାସଳଖ ମନା କରିଦେଇଥିଲୁ।’

ବୁଧବାର ନିଜେ କୋଲକାତାର ହଜାର ହଜାର ମହିଳା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ‘ରିକ୍ଳେମ୍ ଦ ନାଇଟ୍’ ନାମକ ଏକ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରାରେ ବିରୋଧୀ ଡାକ୍ତରମାନେ ଲୋକଙ୍କୁ ରାତି ୯ ଟାରେ ନିଜ ଘରର ଲାଇଟ୍ ବନ୍ଦ କରିବାକୁ ଆହ୍ବାନ ଦେଇଥିଲେ, ଯେଉଁଥିରେ ଲୋକମାନେ ରାତିରେ ନିଜ ଘରର ଲାଇଟ୍ ବନ୍ଦ କରି ଏହି ପଦଯାତ୍ରାରେ ଭାଗ ନେଇଥିଲେ। ଏହି ଅଭିଯାନ ଯୋଗୁ ରାଜ ଭବନରେ ମଧ୍ୟ ଲାଇଟ୍ ବନ୍ଦ କରାଯାଇଥିଲା।

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରଠାରୁ କୋଲକାତା ସମେତ ସାରା ଦେଶରେ ବ୍ୟାପକ ବିରୋଧ ଆରମ୍ଭ ହୋଇଥିଲା ଯେଉଁଥିରେ ଡାକ୍ତରଙ୍କ ସମେତ ଲୋକମାନେ ପୀଡ଼ିତାଙ୍କୁ ନ୍ୟାୟ ଦାବି କରିଆସୁଛନ୍ତି। କୋଲକାତାରେ ଏହି ବିରୋଧ ଜାରି ରହିଛି। ବୁଧବାର ଦିନ ପଶ୍ଚିମବଙ୍ଗର ଅଧିକାଂଶ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ବିରୋଧ ଜାରି ରହିଥିଲା, ଯେଉଁଥିପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button