ଦାନ୍ତ ପୋକ (Dental Cavity) ଖାଉଛି କି ? ଜାଣନ୍ତୁ କଣ କରିବେ ?

ମିଠାଯୁକ୍ତ ଖାଦ୍ୟ ଯେପରି, ବିସ୍କୁଟ, ଚୋକଲେଟ, ମିଠା ଭଳି ଖାଦ୍ୟ ଖାଇବା ପରେ ପାଟି ନ ଧୋଇବା ଫଳରେ ଏହା ଧୀରେ ଧୀରେ ଦାନ୍ତ ରେ ପରସ୍ତ ହୋଇ ଲାଗି ରହିଥାଏ । ଏହାଫଳରେ ଦାନ୍ତ ରେ ଛୋଟ ଛୋଟ ଛିଦ୍ର ସୃଷ୍ଟି ହେବା ଆରମ୍ଭ ହୋଇଯାଏ । ପରେ ଏହି ଦାନ୍ତ ର ଛିଦ୍ରରେ ପୋକ ଲାଗିବା ଆରମ୍ଭ ହୁଏ । ଏହା ବ୍ଯତୀତ ଦନ୍ତ ରେ ସଂକ୍ରମଣ ହେଲେ ମଧ୍ୟ କ୍ୟାଭୀଟି ସୃଷ୍ଟି ହୋଇ ପାରେ । ଏହାକୁ ଠିକ ସମୟ ରେ ଚିକିତ୍ସା ନ କଲେ ଏହା କାରଣ ରୁ ଦାନ୍ତ ନଷ୍ଟ ମଧ୍ୟ ହୋଇ ଯାଇ ପାରେ ।
ଆସନ୍ତୁ ଏହା ଉପରେ ବିସ୍ତାର ରେ ଜାଣିବା ବିଶିଷ୍ଟ ଓରାଲ ଏବଂ ମ୍ୟାକଷିଲୋଫେସିୟାଲ ସର୍ଜନ ଡାକ୍ତର ପ୍ରିଟିସ ପଟ୍ଟନାୟକ ଙ୍କ ଠାରୁ ତାଙ୍କର ଏହା ଉପରେ କଣ ମତାମତ ରହିଛି । ଦାନ୍ତ ପୋକ ଖାଇବାର ମୁଖ୍ୟ କାରଣ ହେଉଛି ଦାନ୍ତ ରେ ଖାଦ୍ଯ ଜମିବା । ତେଣୁ ଖାଦ୍ୟ ଖାଇ ସାରିବା ପରେ ଦାନ୍ତ କୁ ଭଲ ଭାବରେ ସଫା କରିବା ଉଚିତ । ଏହା ସହ ପ୍ରତିଦିନ ନିୟମିତ ଭାବରେ ୨ ଥର ବ୍ରଶ ମଧ୍ୟ କରିବା ଉଚିତ ।
ଦାନ୍ତ ରେ ଯନ୍ତ୍ରଣା ହେଉଥିଲେ ଡାକ୍ତର ଙ୍କ ନିକଟ କୁ ଯାଇ ଯନ୍ତ୍ରଣା ର ବାସ୍ତବିକ କାରଣ କଣ ଜାଣିବା ଆବଶ୍ୟକ । ବେଳେ ବେଳେ ଦାନ୍ତ ରେ ଜମା ଥିବା କ୍ୟାଭିଟି ର କାରଣରୁ ଦାନ୍ତ ରେ ବିନ୍ଧା ହେବା ଦେଖାଯାଏ । ଏପରି ରେ ସେମାନଙ୍କୁ ଦାନ୍ତ କୁ ୱାସ କରିବା ପାଇଁ କୁହାଯାଇଥାଏ ବା କିଛି କ୍ଷେତ୍ରରେ ଦାନ୍ତ କୁ ଫିଲିଙ୍ଗ କରିବାକୁ ମଧ୍ୟ କୁହାଯାଇଥାଏ । ଦାନ୍ତ ରେ ଯଦି କୌଣସି ଖାଦ୍ୟ ଅଟକି ଯାଉଛି ତେବେ ଏହାକୁ ଏକ ସୂତା ସାହାର୍ଯ୍ୟ ରେ ଦୁଇ ଦାନ୍ତ ମଝିରୁ ସେହି ଅଟକି ରହିଥିବା ଖାଦ୍ୟ କୁ ବାହାର କରି ଦିଅନ୍ତୁ ।
ଏହାଦ୍ଵାରା ଦାନ୍ତ ରେ କ୍ୟାଭିଟି ହୋଇ ନଥାଏ ଓ ଦାନ୍ତ ପାଟି ସଫା ରହେ । ଦାନ୍ତ ରେ ଯନ୍ତ୍ରଣା ଦେଖା ଦେଲେ ଉଷୁମ ପାଣି ରେ ଲୁଣ ଦେଇ ଦିନ କୁ ଦୁଇ ରୁ ତିନି ଥର କୁଳି କରିବା ଆବଶ୍ୟକ । ତାହାସହ ଦାନ୍ତ ଘଷିବା ସମୟ ରେ ଦାନ୍ତ କୁ ଠିକ ଭାବରେ ଦାନ୍ତ ଘଷିବା ଉଚିତ । ସବୁବେଳେ ଦର୍ପଣ ଆଗରେ ଛିଡା ହୋଇ ଦାନ୍ତ ଘଷିବା ଉଚିତ । ଦାନ୍ତ ଘଷିବା ସମୟ ରେ ସବୁବେଳେ ଡାହାଣ ରୁ ବାମ ପଟ କୁ ନେଇ ଦାନ୍ତ ଘଷିବା ଉଚିତ । ଅଧିକ ଜୋର ରେ ଦାନ୍ତ କୁ ଘଷିବା ମଧ୍ୟ ଠିକ ହୋଇ ନଥାଏ ।
ଆମ ପାଟି ଭିତରେ ଥିବା ସ୍ଥାନ ଗୁଡିକ ଖୁବ ସେନ୍ସିଟିଭ ହୋଇଥାଏ । ତେଣୁ ସେହି ସ୍ଥାନ କୁ ଜୋର ରେ ଘଷିବା ଦ୍ଵାରା ସେହି ସ୍ଥାନ କ୍ଷତ ହୋଇ ଯାଇଥାଏ ଓ ରକ୍ତ ବାହରିବାକୁ ଲାଗେ । ତେଣୁ ଦାନ୍ତ କୁ ପୋକ ଦାଉ ରୁ ରକ୍ଷା କରିବାକୁ ହେଲେ ନିୟମିତ ଦାନ୍ତ ଭଲ ଭାବରେ ଘଷିବା ଉଚିତ ।