ଜ୍ଵର, ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ ଜମା କଫକୁ ତୁରନ୍ତ ଭଲ କରିଦେବ ଏହି ଚମତ୍କାରୀ ଘରୋଇ ଉପାୟ !

ସୂଚନା ଅନୁସାରେ ଋତୁ ପରିବର୍ତ୍ତନ ହେବା ସମୟରେ ପ୍ରାୟତଃ ଲୋକଙ୍କର ଶରୀରରେ ଜ୍ଵର, ଥଣ୍ଡା, କାଶ, ନାକ ବନ୍ଦ ଓ ଛାତିରେ କଫ ଜମା ହେଲା ଭଳି ସମସ୍ଯା ଆସିଯାଇଥାଏ । ଏହାକୁ ଭଲ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାରର ମେଡ଼ିସିନର ସେବନ କରିଥାନ୍ତି । ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ପାଇଁ ହେବ ଯେ ବାରମ୍ବାର ମେଡ଼ିସିନର ସେବନ ସ୍ଵାସ୍ଥ ପକ୍ଷେ ହିତକର ହୋଇନଥାଏ । ସେଥିପାଇଁ ଏକ ସହଜ ଘରୋଇ ଇପାୟ ନିଜେ ପ୍ରସ୍ତୁତ କରି ଦେଖନ୍ତୁ ।
ଥଣ୍ଡା, ସର୍ଦ୍ଧୀ ସମସ୍ଯା ସମ୍ପୂର୍ଣ ଗାୟବ ହୋଇଯିବ । ଆପଣ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ୩ ଗ୍ଲାସ ପାଣି ପୁରାନ୍ତୁ । ଅଧ ଚାମଚ ଗୋଲମରୀଚ, ଅଧ ଚାମଚ ଜୀରା, ଛୋଟ ଖଣ୍ଡ ଅଦାକୁ ଟିକି ଟିକି କରି କାଟିଦିଅନ୍ତୁ । ସେହି ୩ ଟି ଜିନିଷକୁ ଛେଚି ଛେଚି ଦର ଛେଚା କରିଦିଅନ୍ତୁ । ତାପରେ ସେହି ଫୁଟୁଥିବା ପାଣିରେ ଏହାକୁ ପକାଇ ଦିଅନ୍ତୁ ।
କିଛି ସମୟ ପାଣିକୁ ଭଲ ଭାବରେ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଯେପରି ପାଣିରେ ପକାଇଥିବା ସମସ୍ତ ପୋଷକ ତତ୍ଵ ପାଣି ମଧ୍ୟକୁ ଆସିଯିବ । ୧୦ ମିନିଟ ପର୍ଯ୍ୟନ୍ତ ପାଣି ଫୁଟିସାରିବା ପରେ ଗ୍ଯାସ ବନ୍ଦ କରି ପାଣିକୁ ଢାଙ୍କି କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ତାପରେ ସେହି ପାଣିରେ ଲେମ୍ବୁର ପୟୋଗ କରନ୍ତୁ । ଲେମ୍ବୁ ଭିଟାମିନ-c ରେ ପରିପୂର୍ଣ୍ଣ ହୋଇଥାଏ ।
ଲେମ୍ବୁରୁ ମିଳୁଥିବା ଭିଟାମିନ ଥଣ୍ଡା, କାଶ ଭଲ କରିବା ପାଇଁ ଅନେକ ମାତ୍ରାରେ ସାହାଜ୍ଯ କରିଥାଏ । ଏକ ଗ୍ଲାସ ପାଣିରେ ଫାଳେ ଲେମ୍ବୁକୁ ଚୁପୁଡି ଦିଅନ୍ତୁ । ଆପଣ ଦିନକୁ ଏହି କାଢାକୁ ସକାଳେ ଓ ସନ୍ଧ୍ୟା ବେଳେ ୨ ଥର ସେବନ କରିପାରିବେ । ଖାଇବାର ଅଧ ଘଣ୍ଟା ପୂର୍ବରୁ କିମ୍ବା ଖାଇବାର ଅଧ ଘଣ୍ଟା ପରେ ଏହି କାଢାକୁ ସେବନ କରିପାରିବେ ।
ଏହା ଆପଣଙ୍କ ଜ୍ଵର, ଥଣ୍ଡା, କାଶ, ଛାତିରେ କଫ ଜମିବା ଓ ନାକ ବନ୍ଦ ଭଳି ସମସ୍ୟାକୁ ଠିକ କରିବାରେ ସାହାଜ୍ଯ କରିଥାଏ । ଥଣ୍ଡା ଓ କାଶ ପାଇଁ ଦିତୀୟ ରେମିଡିଟି ହେଉଛି । ଏକ ପାତ୍ରରେ ଏକ ଚାମଚ ମହୁ, ଚିମୁଟାଏ ଡାଲଚିନି ଗୁଣ୍ଡ ଓ କିଛି ବୁନ୍ଦା ଲେମ୍ବୁ ରସ ପକାଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।
ଦିନକୁ ଏହି ସିରପକୁ ୨ ଥର ସେବନ କରନ୍ତୁ । ଏହି ରେମିଡି ମଧ୍ୟ ଥଣ୍ଡା ସର୍ଦ୍ଧୀ ଜନିତ ସମସ୍ଯାକୁ ସଂପୂର୍ଣ୍ଣ ଶରୀରରୁ ଦୂର କରିଥାଏ ।




