ଦେଶ- ବିଦେଶ

ପୁରା ପାହାଡ଼ରେ ୯୯,୯୯,୯୯୯ ଦେବତା ଦେଖନ୍ତୁ ଏହାର କୀର୍ତ୍ତି ଯୁଆଡ଼େ ଦେଖିବେ ସିଆଡେ ….

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଏମିତି ଏକ ଅଦ୍ଭୁତ ସ୍ଥାନ ରହିଛି ଯାହା ବିଷୟରେ ଆପଣ ମାନେ ଶୁଣିଲେ ବି ଆଶ୍ଚର୍ଯ୍ୟ ହେଇଯିବେ। ସହଜରେ ଆପଣ ମାନେ ବି ବିଶ୍ବାସ କରିପାରିବେ ନାହିଁ। କିନ୍ତୁ ଘଟଣାଟି ହେଉଛି ସତ, ଯେଉଁଠି ରହୁଛନ୍ତି ୯୯ ଲକ୍ଷ, ୯୯ ହଜାର , ୯୯୯ ଦେବତା।
ଆଉ ଏହି ସ୍ଥାନକୁ ଦେଖିବା ପାଇଁ ପର୍ଯ୍ୟଟଙ୍କ ଭିଡ ମଧ୍ୟ ବହୁତ ଜମେ। ପୁରା ପାହାଡ଼ରେ ଭରି ରହିଛି କେବଳ ଏହି କଳାକୃତି। ସେହି କଳାକୃତି ଗୁଡ଼ିକ ରହିଛି ପୁଣି ଦେବଦେବୀଙ୍କର। ପର୍ଯ୍ୟଟକ ମାନେ କେତେ ଦୂରରୁ ଆସିଥାନ୍ତି କେବଳ ଏହି କଳାକୃତିର ଆଶ୍ଚର୍ଯ୍ୟମୟ ଦୃଶ୍ୟକୁ ଦେଖିବା ପାଇଁ।
ଏହା ଏଭଳି ଏକ ଧର୍ମସ୍ଥଳୀ ଯାହା କେବଳ ପ୍ରାକୃତିକ ଅଟେ। ଏହା ସହିତ ଉତ୍ତର ପୂର୍ବ ଭାରତରେ ଏମିତି ଏକ ରାଜ୍ୟ ହେଉଛି ତ୍ରିପୁରା। ତ୍ରିପୁରାର ଏହି ରହସ୍ୟମୟ ସ୍ଥାନ ହେଉଛି ଉନ୍ନାକୋଟି।
ପର୍ଯ୍ୟଟକଙ୍କୁ ଟାଣି ଆଣେ ଏହି ଉନ୍ନାକୋଟି ର ରହସ୍ୟମୟ କଳାକୃତି। ତେବେ କୁହାଯାଏ ଏକ କୋଟି ଦେବତା ଦିନେ ବାହାରିଥିଲେ ବିଶ୍ବ ଭ୍ରମଣରେ।
ମହାଦେବ ଶିବଙ୍କର ପବିତ୍ର ବାସସ୍ଥଳୀ କୈଳାସ ପର୍ବତ ଯିବା ରାସ୍ତାରେ ଦେବଦେବୀ ମାନେ ଏକ ସ୍ଥାନରେ ବିଶ୍ରାମ ନେଇଥିଲେ।
ତେବେ ପୌରାଣିକ କଥା ଅନୁଯାଇ ରାତି ଅଧିକ ହେବାରୁ ଦେବଦେବୀ ମାନେ କ୍ଳାନ୍ତ ହୋଇଯିବାରୁ ସମସ୍ତେ ଉନ୍ନାକୋଟିରେ ଆଶ୍ରୟ ନେବାକୁ ସ୍ଥିର କରିଥିଲେ।
କିନ୍ତୁ ସମସ୍ତ ଦେବଦେବୀଙ୍କୁ ସୂର୍ଯ୍ୟ ଉଦୟ ପୂର୍ବରୁ ନିଦ୍ରା ଭାଙ୍ଗିବାର ଥିଲା ଆଉ ଏହାପରେ ପୁଣି ଯାତ୍ରା ଆରମ୍ଭ ହୋଇଥାନ୍ତା।
ଆଉ ଠିକ୍ ସମୟରେ କେବଳ ପ୍ରଭୁ ଶିବ ହିଁ ଉଠିଥିଲେ। ଆଉ ମହାଦେବ ଶିବ ଉଠିଲା ବେକକୁ ସମସ୍ତ ଦେବଦେବୀ ସେମିତି ନିଦ୍ରାରେ ଶୋଇ ରହିଥିଲେ।
ଆଉ ଯାହା ପରେ କ୍ରୋଧିତ ହୋଇ ଉଠିଥିଲେ ମହାଦେବ ଶିବ ଏହା ସହିତ ଅଭିଶାପ ମଧ୍ୟ ଦେଇଥିଲେ ଦେବାଦେବୀ ମାନଙ୍କୁ।
ପଥରରେ ପରିଣତ ହୋଇଯିବା ପାଇଁ ମହାଦେବ ଅଭିଶାପ ଦେଇଥିଲେ ଦେବଦେବୀ ମାନଙ୍କୁ।ପୌରାଣିକ ପର୍ଥା ଅନୁସାରେ ପୃଥିବୀ ଭ୍ରମଣ ଯେତେବେଳେ କୋଟି କୋଟି ଦେବାଦେବୀ ବାହାରିଥିଲେ
ସେତେବେଳେ କେବଳ ମହାଦେବ ହିଁ ପହଞ୍ଚିଥିଲେ କୈଳାସ ପର୍ବତରେ ଆଉ ବାକି ୯୯ ଲକ୍ଷ, ୯୯ ହଜାର, ୯୯୯ ଦେବତା ସେହିଠାରେ ହିଁ ଶୋଇ ରହିଥିଲେ ଏବଂ ପଥର ପାଲଟି ଯାଇଥିଲେ। ଆଉ ସେଇଥି ପାଇଁ ସେହି ସ୍ଥାନକୁ ଉନ୍ନାକୋଟି ବୋଲି କୁହାଯାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button