ସକାଳୁ ବାସି ମୁହଁରେ ହାଲକା ଉଷୁମ ପାଣି ପିଇଲେ ଶରୀରରେ କଣ ହୋଇଥାଏ ? ଜାଣିଲେ ଚମକି ପଡିବେ ଆପଣ
। ଯେତେବେଳେ ଆମକୁ ଆମ ଶରୀରର ଯତ୍ନ ନେବାକୁ କୁହାଯାଏ, ସେତେବେଳେ ଆମେ କହିଥାଉ କି ଆମ ପାଖରେ ସମୟ ନାହିଁ । ଆଜିର ବ୍ଯସ୍ତ ବହୁଳତା ର ଜୀବନ ମଧ୍ୟରେ ଆମେ ମାନେ ଏପରି ଭାବରେ ବାନ୍ଧି ହୋଇ ରହି ଯାଇଛୁ କି ଆମ ପାଖରେ ଆମ ନିଜ ଶରୀର ପାଇଁ ମଧ୍ଯ ସମୟ ନାହିଁ । ଏହା କାରଣ ରୁ ଆମକୁ ଦିନ ପ୍ରତିଦିନ ଭିନ୍ନ ଭିନ୍ନ ର ଶିକାର ହେବାକୁ ପଡୁଛି ।
ବନ୍ଧୁଗଣ ଅନେକ ଥର ଦେଖିବାକୁ ମିଳେ କି ଅନେକ ଲୋକ ସକାଳେ ଉଠି ବିଛଣା ରେ ବସି ଚାହା ବା କଫି ପିଇବାକୁ ପସନ୍ଦ କରିଥାନ୍ତି । ଯାହା ବାସ୍ତବରେ ଖୁବ ଭୁଲ ହୋଇଥାଏ । ପୁଣି ଦେଖିବାକୁ ମିଳିଥାଏ କି କିଛି ଲୋକ ନିଦ ରୁ ଉଠିଲା ମାତ୍ରେ ହିନ ଦାନ୍ତ ଘଷିବାକୁ ଚାଲି ଯାଇଥାନ୍ତି ।
କିନ୍ତୁ ଏହା ମଧ୍ୟ ଉଚିତ ହୋଇ ନଥାଏ । କାରଣ ବନ୍ଧୁଗଣ ଆମ ପାଟିରେ ଏକ ଏପରି ଲାଳ ରହିଥାଏ ଯାହାକି ଆମକୁ ଅନେକ ପ୍ରକାରର ରୋଗ ବ୍ୟାଧି ରୁ ମୁକ୍ତ କରି ପାରିବ । ଆପଣ ମାନେ ଦେଖିଥିବେ ଯେତେବେଳେ କୌଣସି ଜୀବ ଜନ୍ତୁ ବା ଏପରିକି କୁକୁର ବିଲେଇ ଙ୍କର କିଛି କୌଣସି ସ୍ଥାନରେ କ୍ଷତ ହୋଇଥାଏ, ସେମାନେ ସେହି ସ୍ଥାନ କୁ ସବୁବେଳେ ସେହି କ୍ଷତ ସ୍ଥାନ କୁ ଚାଟି ଥାନ୍ତି ।
ଏହା ଦେଖି କିଛି ଲୋକ ଭାବନ୍ତି କି ସେ ଚାଟିବା ଦ୍ଵାରା ବୋଧ ହୁଏ ତାର କ୍ଷତ ବଡ ହୋଇଯିବ । କିନ୍ତୁ ବାସ୍ତବରେ ସେମାନଙ୍କର ଏପରି ଚାଟିବା ଦ୍ଵାରା ତାଙ୍କର ଘା ଟି ଶୀଘ୍ର ସୁଖୀ ଯାଇଥାଏ । କାରଣ ପାଟିରେ ଥିବା ଲାଳ ଟି ତାଙ୍କ ପାଇଁ ଯନ୍ତ୍ରଣା କମିବା ଔଷଧ ରୂପେ କାମ କରିଥାଏ । ପାଟି ରେ ଥିବା ଲାଳ ଆଣ୍ଟି ବାକ୍ଟେରିଆଲ ଆଣ୍ଟି ଫଙ୍ଗାଲ, ଆଣ୍ଟି ଭାଇରାଲ ର କାମ କରିଥାଏ ।
ଯେତେବେଲେ କୌଣସି ଘା ଉପରେ ଲାଳ ଲଗାଯାଏ, ସେହି ଘା ଅତି ଶୀଘ୍ର ସୁଖୀ ଯାଏ । ତାହାଛଡା ବନ୍ଧୁଗଣ ଯଦି ଆପଣ ଙ୍କର ଆଖିତଳ କଳା ପଡି ଯାଇଛି ବା ମୁହଁ ରେ କୌଣସି ସ୍ଥାନରେ ବ୍ରଣ ହୋଇଛି, ତେବେ ଆପଣ ସକାଳେ ଉଠି ଯଦି ସେହି ସ୍ଥାନ ମାନଙ୍କ ରେ ବାସି ଛେପ ଲଗାନ୍ତି ତାହାହେଲେ ଖୁବ ଶୀଘ୍ର ଆପଣ ଙ୍କର ଏହି ସବୁ ସମସ୍ଯା ଗୁଡିକ ଆପଣଙ୍କ ଜୀବନ ରୁ ଦୂରେଇ ଯିବ ।
ବନ୍ଧୁଗଣ ସକାଳେ ଉଠି ମୁହଁ ନ ଧୋଇ ଏକ ଗ୍ଳାସ ଉଷୁମ ପାଣି ପିଇବା ଦ୍ଵାରା ଏହା ଆପଣ ଙ୍କର ଜୀବନ କୁ ବଦଳାଇ ଦେବ । ଏହା ଶରୀର ପାଇଁ ଖୁବ ଲାଭଦାୟୀ ହୋଇଥାଏ । ଆମ ଶରୀର ପାଇଁ ପାଣି ଖୁବ ଆବଶ୍ୟକ । ତାହାସହ ଆମ ଶରୀରର ଅଧିକାଂଶ ଅଂଶ ରେ ଜଳ ରହିଛି । ତେଣୁ ପାଣି ସହ ଜଡିତ ଏହି ସବୁ ନିୟମ ଗୁଡିକୁ ଆମକୁ ପାଳନ କରିବା ନିହାତି ଆବଶ୍ୟକ ।
ସେହି ନିୟମ ଗୁଡିକ ମଧ୍ୟରୁ ଅନ୍ୟ ଟି ହେଉଛି ପାଣି କୁ ସବୁବେଳେ ରହି ରହି ପିଇବା ଉଚିତ । ସକାଳେ ବାସି ପାଟି ରେ ଉଷୁମୁ ପାଣି ପିଇବା ଦ୍ଵାରା ପେଟ ର କୌଣସି ରୋଗ ରହି ନଥାଏ । ଗ୍ଯାସ, ପିତ୍ତ, ଅର୍ଶ ବା କୌଣସି କେଶ ଜନିତ ସମସ୍ଯା ମଧ୍ୟ ଦେଖା ଦେଇ ନଥାଏ ।