ଦେଶ- ବିଦେଶ

ଭୁଲରେ ବି ଏକା ସହିତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ଯ, ଭୋଗିବାକୁ ପଡିଥାଏ ଭୟଙ୍କର ପରିଣାମ !

ସୂଚନା ଅନୁସାରେ ସମସ୍ତ ପ୍ରକାର ପୁଷ୍ଟିକର ଖାଦ୍ୟ ଶରୀର ପାଇଁ ଉପଯୋଗୀ ହୋଇଥାଏ । ଆପଣଙ୍କୁ ଧ୍ୟାନ ଦେବା ପାଇଁ ହେବକି ଏପରି କିଛି ଖାଦ୍ୟ ପଦାର୍ଥ ଅଛି ଯାହାକି ଗୋଟିଏ ସହ ଅନ୍ୟ ଖାଦ୍ୟ ପଦାର୍ଥକୁ ମିଶାଇ ଖାଇବା ଅନୁଚିତ । ଯଦି ଆମେ ଭୁଲ ବଶତଃ ଯେଉଁ ଖାଦ୍ୟ ସହ ଯେଉ ଖାଦ୍ୟକୁ ମିଶାଇ ଖାଇବା ଉଚିତ ନୁହେଁ ତାହାକୁ ଖାଇ ଦେଇଥାଉ । ତେବେ ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ । ଯାହା ଫରେ ବାନ୍ତି ହେବା ସହ ଶରୀର ଅସୁସ୍ଥ ଅନୁଭବ କରିଥାଏ ।

 

ବର୍ଗର, ପାସ୍ତା, ପୁରୀ ଏପରି କିଛି ମଧ୍ୟ ତେଲ ଜାତୀୟ ଖାଦ୍ୟ ସାମଗ୍ରୀ ସହିତ କୋଲଡ୍ରିଂକ ସେବନ କରିବା ଉଚିତ ହୋଇନଥାଏ । ଏପରି କରିଥିବା ବ୍ୟକ୍ତି ମାନଙ୍କର ଲିଭର ଖାଦ୍ୟ ହଜମ କରିବାରେ ବିଳମ୍ବ କରିଥାଏ । ଏହା ସହିତ ଶରୀରରେ କୋଲେଷ୍ଟ୍ରଲ୍ ବହୁତ ଶୀଘ୍ର ବଢିଯାଇଥାଏ । ତେଣୁ କେବେ ମଧ୍ୟ କ୍ୟାଲୋରୀ ଖାଦ୍ୟ ସହ କୋଲଡ୍ରିଂକ ସେବନ କରିବା ଉଚିତ ହୋଇନଥାଏ ।

କୌଣସି ପ୍ରକାର ମେଡ଼ିସିନ ଖାଇବା ସମୟରେ କ୍ଷୀର କିମ୍ବା ଜୁଷ ସହିତ ସେବନ କରିବା ଉଚିତ ନୁହେଁ । ମେଡ଼ିସିନ ଖାଇବା ସମୟରେ କେବଳ ପାଣି ସହିତ ହିଁ ମେଡ଼ିସିନ ଖାଇବା ଉଚିତ ହୋଇଥାଏ । ଯଦି ଆପଣ ଏପରି ଭୁଲ୍ କରିଥାନ୍ତି । ତେବେ ଆପଣଙ୍କ ଶରୀର ପାଇଁ ମେଡ଼ିସିନ ଫଳପ୍ରଦ ହୋଇପାରିନଥାଏ ।

 

କାକୁଡି ଓ ବିଲାତି ଦୁହେଁ ଶରୀର ପାଇଁ ସ୍ଵାସ୍ଥ ଉପଯୋଗୀ ଖାଦ୍ୟ ହୋଇଥାଏ କିନ୍ତୁ ଦୁହିଁଙ୍କୁ ଏକ ସହ ଖାଇବା ଉଚିତ ନୁହେଁ । କାକୁଡି ଓ ବିଲାତିକୁ ଏକା ସହିତ ଖାଇବା ଦ୍ଵାରା ପେଟରେ ଗ୍ଯାସଟ୍ରିକ ହୋଇଯାଇଥାଏ । ଲଞ୍ଚ କିମ୍ବା ଡିନର ଖାଇବାର ସଙ୍ଗେ ସଙ୍ଗେ ଫଳ କିମ୍ବା ସ୍ଯାଲାଡ ଖାଇବା ଉଚିତ ନୁହେଁ କିମ୍ବା ଖାଦ୍ୟ ଖାଇବା ପୂର୍ବରୁ ଫଳ କିମ୍ବା ସ୍ଯାଲାଡ ସଙ୍ଗେ ସଙ୍ଗେ ଖାଇ ଖାଦ୍ୟ ଖାଇବା ଠିକ ହୋଇନଥାଏ ।

ଆପଣ ଫଳ ଓ ସ୍ଯାଲାଡ ଖାଇପାରିବେ କିନ୍ତୁ ଖାଇବାର ୧ ଘଣ୍ଟା ପୂର୍ବରୁ ଓ ୧ ଘଣ୍ଟା ପରେ ଖାଇପାରିବେ । କଦଳୀ ଓ କ୍ଷୀରକୁ ଏକା ଖାଇବା ଠିକ ହୋଇନଥାଏ । ଆୟୁରଭେଦିକ ଅନୁସାରେ କ୍ଷୀର ଓ କଦଳୀ ଏକା ସହିତ ଖାଇବା ଦ୍ଵାରା ପେଟ ତାହାକୁ ହଜମ କରିବାରେ କଷ୍ଟକର ହୋଇଯାଇଥାଏ । ଯାହା ଫଳରେ ପେଟରେ ତାହାର ସାଇଡିଫେକ୍ଟ ବାହାରିବା ଆରମ୍ଭ ହୋଇଯାଇଥାଏ ।

 

ଯେଉଁ ମାନଙ୍କର କଦଳୀ ସହିତ କ୍ଷୀର ମିଶାଇ ଖାଇବାରେ କୌଣସି ପ୍ରକାର ସମସ୍ଯା ଆସିନଥାଏ । ସେମାନେ ଆରାମରେ ୨ ଟି ଖାଦ୍ୟ ପଦାର୍ଥକୁ ଏକା ସହିତ ଖାଇପାରିବେ । କ୍ଷୀର ଓ କମଳାକୁ ଏକା ସହିତ ଖାଇବା ଉଚିତ ହୋଇନଥାଏ । ଯେଉଁ ମାନେ ଖାଦ୍ୟ ହଜମ କରିବାର ଶକ୍ତି ବହୁ କମ୍ ରହିଥାଏ । ସେମାନେ ଭୁଲ୍ ରେ ମଧ୍ୟ କମଳା ଓ କ୍ଷୀର ଏକା ସହିତ ଖାଇବା ଉଚିତ ହୋଇନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button