ରାଜ୍ୟ

ଜାଲ୍ ନୋଟ୍ କାରବାରରେ ଓଡିଶା ଲିଙ୍କ୍: ବାସୁଦେବପୁରରେ ଅଭିଯୁକ୍ତଙ୍କ ଘର

ଦ୍ରକ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସା ରେ ଗତ ୨୮ ତାରିଖରେ ସନ୍ଦେହଜନକ ଗତିବିଧି ନେଇ ବିଶ୍ଵସ୍ତସୂତ୍ରରୁ ଖବର ପାଇବା ପରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ପୁଲିସ୍ କୁ ଏପରି ଏକ ତଥ୍ୟ ମିଳିଛି , ଯାହା ସମସ୍ତଙ୍କୁ ଚକିତ କରିଛି। ସେଠାରେ ପାଠପଢା ଯିବା ବଦଳରେ ଛପାଯାଉଥିଲା କୋଟି କୋଟି ଟଙ୍କାର ଜାଲ ନୋଟ୍।

ଏପରିକି ମଦ୍ରାସା ଭିତରୁ ଆରଏସଏସ୍ ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ମଧ୍ୟ ପ୍ରକାଶିତ ହେଉଥିବା ଜଣାପଡିଛି। ତେବେ ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ଏଥିରୁ ଜଣେ ଓଡିଶାର ଥିବା ଜଣାପଡିଛି। ସମ୍ପୃକ୍ତ ଯୁବକଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୧୪ନଂ ୱାର୍ଡ ଶୁକଦେବପୁର ଗାଁରେ ।

ଯୁବକ ଜଣକ ସାଜିଦ ଖାନ ଙ୍କ ପୁଅ ଜାହିର ଖାନ୍ । ଜାହିର ଆଜକୁ ୭ ବର୍ଷ ହେବ ପ୍ରୟାଗରାଜ ମାଦ୍ରାସରେ ରହି ମୌଲାନା ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଗତ ୮ ଦିନ ପୂର୍ବରୁ ପୁଅ ଜାହିରକୁ ଜାଲ ନୋଟ କାରବାରରେ ପୁଲିସ୍ ଗିରଫ କରିଥିବା କହିଛନ୍ତି ବାପା ସାଜିଦ। ଘଟଣାକୁ ନେଇ ବାସୁଦେବପୁର ପୁଲିସ୍ ସାଜିଦକୁ ପଚରାଉଚରା ଜାରି ରଖିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button