ହାଇକୋର୍ଟ ବେଞ୍ଚ ସ୍ଥାପନ ବିଚାରାଧୀନ ଅଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଗୃହରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ହାଇକୋର୍ଟ ବେଞ୍ଚ ସ୍ଥାପନ ସମ୍ପର୍କରେ ସରକାରଙ୍କ ବିଚାରାଧୀନ ଅଛି । ସେ କହିଛନ୍ତି ରାଜ୍ୟରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଗତକାଲି ଯେଉଁ ବିବୃତି ଦିଆଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ନିର୍ଦେଶରେ କୁହାଯାଇଥିଲା I କିନ୍ତୁ ମୁଁ ଗୃହକୁ ଅବଗତ କରାଇବାକୁ ଚାହୁଁଚି ଯେ ହାଇକୋର୍ଟ ବେଞ୍ଚ ସ୍ଥାପନ ସରକାରଙ୍କ ବିଚାରାଧୀନ ରହିଛି ।
ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଗତକାଲି ଯେଉଁ ଉତ୍ତର ଦିଆଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଥିଲା ବୋଲି ସେ କହିଛନ୍ତି। ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କୌଣସି ପ୍ରସ୍ତାବ ନାହିଁ। ସୁପ୍ରିମକୋର୍ଟଙ୍କ ମତ ଅନୁଯାୟୀ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି ସେ ଗତକାଲି କହିଥିଲେ। ସୋମବାର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଥିବାବେଳେ ଆଜି ନିଜ ମତରେ ୟୁ ଟର୍ଣ୍ଣ ନେଇଛନ୍ତି ।
ସେପଟେ ବିଜେଡି ବିଧାୟକ କଳିକେଶ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି କେବେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବେ ସେନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦିଅନ୍ତୁ। ଗତକାଲି ସୁପ୍ରିମକୋର୍ଟଙ୍କ ଆଧାରରେ ପ୍ରସ୍ତାବ ନାହିଁ ବୋଲି କହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ହାଇକୋର୍ଟ ସ୍ଥାପନ ବିଚାରାଧୀନ ରହିଛି ବୋଲି କହୁଛନ୍ତି । କେତେବର୍ଷ ଆମେ ବିଚାରାଧୀନ ରଖିବା । ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରତିଶୃତି ଦେବା କଥା ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ବଲାଙ୍ଗିରର ପ୍ରଥମ ଅଧିକାର ରହିଛି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବି ସେ ଗୃହରେ ପ୍ରତିଶ୍ରୁତି ଦିଅନ୍ତୁ ପଶ୍ଚିମ ଓଡ଼ିଶାରେ କେବେ ହାଇକୋର୍ଟ ବେଞ୍ଚ