ବାର୍ଡ଼ ଫ୍ଲୁ ସ୍ଥିତି ପରଖିବାକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ

ଭୁବନେଶ୍ୱର : ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ଚିନ୍ତା ବଢ଼ିବାରେ ଲାଗିଛି । ପିପିଲି,ସତ୍ୟବାଦୀ ପରେ କେନ୍ଦ୍ରାପଡାରେ ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥିରେ ରୋକ ଲଗାଇବା ପାଇଁ କୁକୁଡ଼ା ମରା ଅଭିଯାନ ଆରମ୍ଭ କରାଯାଇଛି । ତଥାପି ମଧ୍ୟ ବାର୍ଡ ଫ୍ଲୁ ସଂକ୍ରମଣ କମିବାର ନାହିଁ । ସେଥିପାଇଁ ଆସନ୍ତା ୪ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସିବେ ।
ଫଳରେ ବାର୍ଡ ଫ୍ଲୁ ସ୍ଥିତି, ସଂପର୍କ ଉପରେ ଅନୁଧ୍ୟାନ କରିବେ। ବାର୍ଡ ଫ୍ଲୁ ସଂକ୍ରମଣକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ରୀୟ ଟିମ୍ ବାର୍ଡ ଫ୍ଲୁ ବ୍ୟାପି ଥିବା ପିପିଲି ଅଞ୍ଚଳ ଦେଖିବା ସହ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ବୈଠକ କରିବେ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେନ୍ଦ୍ରାପଡାରେ କୁକୁଡା ମଡକ ପରେ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି । ସମସ୍ତ ଜିଲାକୁ ସତର୍କ ରହିବା ସହ କୁକୁଡା ଫାର୍ମରେ କାମ କରୁଥିବା ଲୋକେ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।