ରାଜ୍ୟ

୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ RI ଓ ARI, ମାଡ଼ି ବସିଲା ଭିଜିଲାନ୍ସ

ରବାଡ଼ି ପଟ୍ଟା କରିବାକୁ ମାଗିଲେ ୧୦ ହଜାର ଟଙ୍କା । ୧୦ ହଜାର ନ ହେଲେ କାମ ହେବନି ବୋଲି ବି ରୋକଠୋକ ଶୁଣାଇଦେଲେ। ମାତ୍ର ବହୁ ମୁଲଚାଲ ପରେ ଶେଷରେ ୫ ହଜାରରେ କଥା ଛିଣ୍ଡିଲା। ଆଉ ଆଜି ଏହି ୫ ହଜାର ଟଙ୍କା ନେଉଥିବା ବେଳେ ଜଣେ ରାଜସ୍ୱ ନିରୀକ୍ଷକ(RI) ଓ ଆସିଷ୍ଟାଷ୍ଟ ରାଜସ୍ୱ ନିରୀକ୍ଷକ (ARI)ଙ୍କୁ ମାଡ଼ି ବସିଛି ଭିଜିଲାନ୍ସ।

ଏପରି ଏକ ଘଟଣା ଆଜି ସକାଳୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଘଟିଛି। ଭିଜିଲାନ୍ସ ହାତରେ ଧରା ପଡ଼ିଥିବା କର୍ମଚାରୀଦ୍ୱୟ ହେଲେ ଜିଲ୍ଲା ସାନଖେମୁଣ୍ଡି ତହସିଲ ପୋଡ଼ାମାରିର RI ଆଦିତ୍ୟ କୁମାର ସେନାପତି ଏବଂ ARI ଟିଟୁ ସେଠି ।

ପୋଡ଼ାମାରି ଗ୍ରାମର ବାଳକୃଷ୍ଣ ପଣ୍ଡା ନିଜ ଘରବାଡ଼ି ପଟ୍ଟା ପାଇଁ ପୋଡ଼ାମାରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏଥିପାଇଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଉଭୟ ଆଦିତ୍ୟ କୁମାର ଓ ଟିଟୁ ସେଠି ତାଙ୍କୁ କହିଥିଲେ। ମାତ୍ର ଶେଷରେ ବାଳକୃଷ୍ଣ ୫ ହଜାର ଟଙ୍କା ଦେବା ପାଇଁ ରାଜି ହେଇଥିଲେ l

ଏନେଇ ସେ ଭିଜିଲାନ୍ସକୁ ଖବର ଦେଇଥିଲେ। ଯୋଜନା ମୁତାବକ ଆଜି ସକାଳେ ବାଳକୃଷ୍ଣ ଲାଞ୍ଚ ଟଙ୍କା ଦେବା ନିମନ୍ତେ ଉଭୟ ଆଦିତ୍ୟ କୁମାର ଓ ଟିଟୁ ସେଠିଙ୍କୁ ପୋଡ଼ାମାରିର ବସଷ୍ଟାଣ୍ଡ ନିକଟକୁ ଡକାଇଥିଲେ। ସେଠାରେ ଉଭୟ ପହଞ୍ଚିବା ପରେ ବାଳକୃଷ୍ଣ ସେମାନଙ୍କୁ ଟଙ୍କା ଦେଇଥିଲେ। ଏହାପରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ଉଭୟଙ୍କୁ କାବୁ କରି ନେଇଛନ୍ତି। ଉଭୟଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଉଠାଇ ନେଇ ଅଧିକ ପଚରାଉଚରା କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button