କଣ ଆପଣ ମନ୍ଦିର ଯାଉଥିବା ସମୟରେ ଏମିତି ଭୁଲ୍ କରୁଛନ୍ତି କି ? ସାବଧାନ ! ଭୋଗିବାକୁ ପଡିପାରେ ଭୟଙ୍କର ପରିଣାମ

ସୂଚନା ଅନୁସାରେ ଭଗବାନ ନାମରେ ହିଁ ଏତେ ମାତ୍ରାରେ ପବିତ୍ରତା ଥାଏ । ଯେ ଯେଉଁ ବ୍ୟକ୍ତି ପ୍ରତିଦିନ ଭଗବାନଙ୍କର ନାମ ଜପ କରିଥାଏ । ସେହି ବ୍ୟକ୍ତିର କେତେକ ପାପ ଧୋଇ ହୋଇ ଯାଇଥାଏ । ଭଗବାନଙ୍କର ପୂଜା କରିବା ପାଇଁ ଘରେ ପୂଜାମନ୍ଦିର ଥିବା ବେଳେ ଗ୍ରାମେ ଗ୍ରାମେ ମନ୍ଦିରମାନ ରହିଥାଏ । ମନ୍ଦିରକୁ ଯିବା ସମୟରେ କେତେକ ନୀତି ନିୟମର ପାଳନ କରାଯାଇଥାଏ । ସେହି ବିଷୟରେ ଆଲୋଚନା କରିବା ।
ମନ୍ଦିରକୁ ଚପଲ ନେଇକରି ଯିବା ଉଚିତ ନୁହେଁ । ଯଦି ମଧ୍ୟ ମନ୍ଦିରକୁ ନେଇକି ଯାଉଛନ୍ତି । ତେବେ ମନ୍ଦିର ସମ୍ମୁଖରେ କେବେ ମଧ୍ୟ ଚପଲ ରଖନ୍ତୁ ନାହିଁ। ମନ୍ଦିରକୁ ପ୍ରବେଶ କରିବା ସମୟରେ ଗୋଡକୁ ଧୋଇ ଭଲ ଭାବରେ ଶୁଦ୍ଧ ପୁତ୍ତ ହୋଇ ମନ୍ଦିରକୁ ଯିବା ଉଚିତ । ମନ୍ଦିରକୁ ପ୍ରବେଶ ହୋଇଥିବା ସମୟରେ ପ୍ରଥମ ପାହଞ୍ଚକୁ ଦକ୍ଷିଣହାତରେ ଛୁଇଁକି ଯିବା ଉଚିତ ।
ଯଦି କେଉଁ ଜାଗାରେ ପ୍ରସାଦ, ପାଦୁକା ପଡିଯାଇଥିବାର ଦେଖନ୍ତି । ତେବେ ତାହାକୁ ଉଠାଇ ସେହି ଜାଗା ସଫା କରିଦେବା ଉଚିତ । ମନ୍ଦିରର ଅଳିଆ ଆବର୍ଜନା ପଡିଥିବା ଜାଗାକୁ ସଫା କରିବା ଉଚିତ । ମନ୍ଦିରର ଜୋତା, ଚପଲ ଥୁଆ ହୋଇଥିବା ଜାଗାରେ କେବେ ମଧ୍ୟ ମନ୍ତ୍ର ପାଠ କରିବା ଉଚିତ ନୁହେଁ । ମନ୍ଦିରରେ କେବେ ମଧ୍ୟ ଗୋଟିଏ ହାତରେ ପ୍ରଣାମ କରିବା ଉଚିତ ନୁହେଁ ।ମନ୍ଦିରକୁ ଯିବା ସମୟରେ କେବେ ମଧ୍ୟ କେଶ ମୁକୁଳା କରି ଯିବା ଉଚିତ ନୁହେଁ । ସର୍ବଦା କେଶ ବନ୍ଧନ କରି ଯିବା ଉଚିତ