କାହିଁକି ହୁଏ ଅକାଳ ମୃତ୍ୟୁ ? ଅଳ୍ପ ବୟସରେ ମୃତ୍ୟୁ ହେଲେ ଆତ୍ମାକୁ କଣ କଷ୍ଟ ଭଗିବାକୁ ପଡ଼ିଥାଏ ?
। ସୂଚନା ଅନୁସାରେ ସମସ୍ତ ଲୋକ ଏହି ମର୍ତ୍ତ୍ୟ ଲୋକରେ ବହୁତ ଦିନ ବଞ୍ଚିରହିବାକୁ ଇଛା କରିଥାନ୍ତି । ତେଣୁ ମନୁଷ୍ୟ ମୃତ୍ୟୁର ନାମ ଶୁଣିଲେ, ଅତ୍ୟନ୍ତ ଭୟଭୀତ ହୋଇଯାଇଥାଏ । ପ୍ରତ୍ଯେକଟି ମନୁଷ୍ୟକୁ ଜୀବନରେ ୭ ଟି ଚକ୍ର ଅତିକ୍ରମ କରି ତାପରେ ମୃତ୍ୟୁ ଆସିଥାଏ । ଏଥିମଧ୍ୟରୁ କେତେକ ଲୋକଙ୍କର ମୃତ୍ୟୁ ବିଳମ୍ବରେ ହେଉଥିବା ବେଳେ ଅନ୍ୟ କେତେକ ଲୋକଙ୍କର ମୃତ୍ୟୁ ଶୀଘ୍ର ପ୍ରାପ୍ତ ହୋଇଯାଇଥାଏ ।
ଯେଉଁ ମାନେ ମୃତ୍ୟୁକୁ ଶୀଘ୍ର ପ୍ରାପ୍ତ କରଦେଇଥାନ୍ତି । ସେହି ମୃତ୍ୟୁକୁ ଅକାଳ ମୃତ୍ୟୁର ଆକ୍ଷା ମିଳିଥାଏ । ଯେଉଁ ମନୁଷ୍ୟର ଦୁର୍ଘଟଣାରେ, ବିଶ ଖାଇ, ଜଳରେ ବୁଡି, ରୋଗ ଆକ୍ରାନ୍ତ ହୋଇ, ବା କୌଣସି ଖରାପ ଲୋକର କବଳରେ ପଡି ମୃତ୍ୟୁ ହୋଇଥାଏ । ତେବେ ସେମାନଙ୍କର ନିର୍ଧାରିତ ସମୟ ପୂର୍ବରୁ ମୃତ୍ୟୁ ହୋଇଯାଇଥାଏ ।
କାରଣ ଏହି ଲୋକମାନେ କାଳର କରାଳ ଛାୟାରେ ବାନ୍ଧି ହୋଇ ନିଜକୁ ମୁକ୍ତ କରିପାରିନଥାନ୍ତି । ଯାହା ଦ୍ଵାରା ସେମାନଙ୍କର ମୃତ୍ୟୁ ହୋଇଥାଏ । ଯେଉଁ ମାନଙ୍କର ଅକାଳ ମୃତ୍ୟୁ ହୋଇଥାଏ । ସେହି ବ୍ୟକ୍ତି ମାନଙ୍କର ଆତ୍ମାକୁ ଶୀଘ୍ର ମୋକ୍ଷ ବା ଶାନ୍ତି ମିଳିନଥାଏ । କାରଣ ସେହି ବ୍ୟକ୍ତି ମାନଙ୍କର କେତେଗୁଡିଏ ଇଛା ଅଧୁରରହିଜାଇଥାଏ ।
ଯେପରି ସେହି ବ୍ୟକ୍ତି ମାନଙ୍କର ଭୋକ, ଶୋଷ, ବିବାଘର, ସଂଭୋଗ ସୁଖ, ସନ୍ତାନ ସୁଖ, ସାଂସାରିକ ସୁଖ ଓ ଏହିଭଳି ମାୟା ମୋହ ତାଙ୍କର ପୂରଣ ହୋଇନଥାଏ । ଯେଉଁ କାରଣରୁ ସେହି ମୃତ ଆତ୍ମା ଗୁଡିକ ନିଜର ଇଛା ପୂରଣ କରିବା ପାଇଁ ଏଣେ ତେଣେ ଘୁରି ବୁଲିଥାନ୍ତି । ଯେତେବେଳେ ଭଗବାନଙ୍କ ଦ୍ଵାରା ନିର୍ଧାରିତ ସମୟ ଚକ୍ର ସେହି ମୃତ ବ୍ୟକ୍ତିର ପୂରଣ ହୋଇଯିବ ।
ସେତେବେଳେ ସେହି ମୃତ ଆତ୍ମାକୁ ମୋକ୍ଷ ପ୍ରାପ୍ତ ହେବ । ବ୍ୟକ୍ତିର ଜୀବନର ସମୟ ଅବଧି ଆଗରୁ ନିର୍ଧାରିତ ହୋଇଥାଏ । ତଥାପି ମଧ୍ୟ କେତେ ଗୁଡିଏ କାରଣ ଯୋଗୁ କେତେକ ବ୍ୟକ୍ତିଙ୍କର ଜୀବନ କାଳର ସମୟ ଅବଧିକୁ ପରିବର୍ତ୍ତନ କରାଯାଇଥାଏ । କେତେକ ଲୋକଙ୍କ ଆୟୁଷ ବଢିଯିବା ସ୍ଥଳେ କେତେକ ଲୋକଙ୍କର ଆୟୁଷ ଧୀରେ ଧୀରେ କରି କ୍ଷୀଣ ହୋଇଯାଇଥାଏ ।
କଥାରେ ଅଛି ଯେଉଁ ବ୍ୟକ୍ତିର ଅତ୍ୟଧିକ ପାପର ଭାର ଏହି ମର୍ତ୍ତ୍ୟ ଲୋକରେ ବଢିଯାଇଥାଏ । ସେହି ବ୍ୟକ୍ତିକୁ ଅକାଳ ମୃତ୍ୟୁ ପ୍ରାପ୍ତ ହୋଇଯାଇଥାଏ । ଯେଉଁ କାରଣରୁ ସେହି ଲୋକ ତା’ ର ଇଛା ପୂରଣ ନକରି ମଧ୍ୟ ମର୍ତ୍ତ୍ୟଲୋକରୁ ଯମଲୋକକୁ ଯାଇଥାଏ । ଅକାଳ ମୃତ୍ୟୁରେ ଜୀବନ ହାରୁଥିବା ଲୋକମାନେ ଶାନ୍ତିର ମରଣ ପ୍ରାପ୍ତ କରିନଥାନ୍ତି । ସେଥିପାଇଁ ଯେଉଁ ପର୍ଯ୍ୟନ୍ତ ତାଙ୍କ ସମୟ ଅବଧି ପୁରା ହୋଇନଥାଏ ।