ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରେ ହାତୀ ଛୁଆର ମୃତ୍ୟୁ, କାରଣ ଅସ୍ପଷ୍ଟ

ଶିମିଳିପାଳ: ବିପଦରେ ଗଜରାଜ । ପୁଣି ଠାବ ହେଲା ହାତୀର ମୃତଦେହ । ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀଛୁଆର ମୃତ୍ୟୁ ହୋଇଛି । କ୍ଷତ ସ୍ଥାନରେ ସଂକ୍ରମଣ ଯୋଗୁ ହାତୀ ଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ଛୁଆ ହାତୀର ବୟସ ୧ ବର୍ଷ ହେବ । ବନ ବିଭାଗର ସ୍ଵତନ୍ତ୍ର ଟିମ୍ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ କରାଇଛି ।

ତେବେ କେମିତି ଓ କେଉଁ ପରିସ୍ଥିତିରେ ହାତୀ ଛୁଆର ମୃତ୍ୟୁ ହୋଇଛି, ତାହା ଅସ୍ପଷ୍ଟ କରିଛି । ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ସେପଟେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ।

Related Articles

Leave a Reply

Your email address will not be published. Required fields are marked *

Back to top button