ଦେଶ- ବିଦେଶ

ହଷ୍ଟେଲରୁ ମିଳିଲା NIA ଅଧିକାରୀଙ୍କ ଝିଅର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ତ୍ତର ପ୍ରଦଶେର ଲକ୍ଷ୍ନୌର ଆଶିୟାନା ଅଞ୍ଚଳରେ ଥିବା ରାମ ମନୋହର ଲୋହିଆ ଜାତୀୟ ଆଇନ ବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଆଇପିଏସ ଅଧିକାରୀଙ୍କ ଝିଅର ମୃତଦେହ । ୧୯ ବର୍ଷୀୟ ଯୁବତୀଙ୍କ ନାମ ଅନିକା ରସ୍ତୋଗି । ଅନିକାଙ୍କୁ ରୁମରୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି ।

କୁହାଯାଉଛି କି, ଅଙ୍କିତା ଶନିବାର ରାତିରେ ରୁମକୁ ଯିବା ପରେ ଆଉ କାହା କଲ ରିସିଭ କରି ନଥିଲେ କିମ୍ବା କବାଟ ବାଡ଼େଇଲେ ମଧ୍ୟ ଖୋଲି ନଥିଲେ । ସେ କୌଣସି ଉତ୍ତର ଦେଉ ନଥିବାରୁ ତାଙ୍କ ସାଙ୍ଗମାନେ ବ୍ୟସ୍ତ ହୋଇଯାଇଥିଲେ । ଏହାପରେ ସମୋନେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ । ଅନିକା ରୁମର ଚଟାଣରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନି । ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆ ସିଛି । ତାଙ୍କ ଶରୀରରେ କୌଣସି ଆଘାତ କିମ୍ବା ଚିହ୍ନ ନାହିଁ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଙ୍କ ଭିସେରା ଏବଂ ହାର୍ଟକୁ ସୁରକ୍ଷିତ ରଖାଯାଇଛି । ପୋଲିସ ଏବେ ଘଟଣାର ଅଧିକ ତଦନ୍ତ କରୁଛି ।

ଖବର ମୁତାବକ, ଅନିକାଙ୍କର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ତାଙ୍କର ହାର୍ଟ ଅପରେସନ ହୋଇସାରିଛି । ଏଥିପାଇଁ ସେ ମେଡିସିନ ମଧ୍ୟ ଖାଉଥିଲେ । ଅନିକାଙ୍କ ପରିବାର ନୋଏଡାରେ ରହୁଛନ୍ତି । ଅନିକାଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକ ଲକ୍ଷ୍ନୌରେ ପହଞ୍ଚିଥିଲେ । ତେବେ ଆଇନ ଛାତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଚିନ୍ତାରେ ରହିଛି କଲେଜ ପ୍ରଶାସନ । ପୋଲିସ ଏହି ମାମଲାରେ ଅଧିକ ଯାଞ୍ଚ କରୁଛି ।

ଅନିକା ରସ୍ତୋଗି ରାମ ମନୋହର ଲୋହିଆ ଜାତୀୟ ଆଇନ ବିଶ୍ୱବିଦ୍ୟାଳରେ ଏଲଏଲବିର ତୃତୀୟ ର୍ବଷର ଛାତ୍ରୀ । ଅନିକା ହେଉଛନ୍ତି ଆଇପିଏସ୍ ଅଫିସର ସନ୍ତୋଷ ରସ୍ତୋଗିଙ୍କ ଝିଅ । ସନ୍ତୋଷ ଏନଆଇଏର ଆଇଜି ଭାବେ ଦିଲ୍ଲୀରେ କାମ କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button