ରାଜ୍ୟ

ଟେର୍ ପାଇଲେନି ମା’ଝିଅ, ଘରୁ ଚୋରି ହୋଇଗଲା ଟଙ୍କା ଓ ସୁନାଗହଣା

ଦ୍ରକ ଟାଉନ ଥାନା ଅଧୀନ ଚରମ୍ପା ଧଳସାହିରେ ଗତକାଲି ରାତିରେ ଏକ ଘରୁ ଟଙ୍କା ଓ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ସୁନାଗହଣା ଓ କିଛି ଚାନ୍ଦି ଜିନିଷର ଦାମ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ସେହିଭଳି ଘରେ ଥିବା ନଗଦ ୧୫ରୁ ୨୦ ହଜାର ଟଙ୍କା ଚୋରି ହୋଇଛି।

ଏକ କୋଠାର ଦ୍ୱିତୀୟ ମହଲାରେ ରହୁଥିବା ସୁମନ ପଟୱାରୀଙ୍କ ଘରୁ ଚୋରି ହୋଇଛି।

ଚୋରମାନେ ଘରର ପଛ ଭାଗରେ ଥିବା ଏକ ରୁମ୍ର ଝରକା ଭାଙ୍ଗି ଓ ସେଥିରେ ଲାଗିଥିବା ଗ୍ରୀଲ ଖୋଲି ଭିତରେ ପ୍ରବେଶ କରିଥିଲେ। ସେମାନେ ସେହି ରୁମ୍ରେ ଥିବା ଆଲମିରା ଭାଙ୍ଗି ସୁନାଅଳଙ୍କାର ସହିତ କିଛି ଚାନ୍ଦିର କଏନ ଓ ଅନ୍ୟାନ୍ୟ ଜିନିଷ ନେଇଯାଇଥିଲେ। ଆଲମିରାରେ ଥିବା ନଗଦ ଟଙ୍କା ବି ନେଇ ଯାଇଥିଲେ। ସେତେବେଳେ ପାଖ ରୁମ୍ରେ ସୁମନ ପଟୱାରୀ ଓ ତାଙ୍କ ଝିଅ ଶୋଇଥିଲେ ବି କିଛି ଜାଣିପାରି ନଥିଲେ।

ରାତି ପ୍ରାୟ ସାଢ଼େ ୩ଟା ବେଳକୁ ସୁମନଙ୍କ ଝିଅ ମେହେକ ପଟୱାରୀ ଉଠିଥିଲେ। ସେତେବେଳେ ଯେଉଁ ରୁମ୍ରୁ ଚୋରି ହୋଇଥିଲା, ତାହା ଭିତର ପଟୁ ବନ୍ଦ ହୋଇଥିବା ସେ ଦେଖିଥିଲେ। ତେଣୁ ମା’ଝିଅ ଡରି ଯାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ତଳ ମହଲରେ ରହୁଥିବା ଘର ମାଲିକ ଓ ପାଖରେ ରହୁଥିବା ସେମାନଙ୍କର ଜଣେ ସଂପର୍କୀୟଙ୍କୁ ଖବର ଦେଇଥିଲେ। ପରେ ସମସ୍ତେ ଯାଇ ବନ୍ଦ ଥିବା ରୁମ୍ର କବାଟ ବାଡ଼େଇ ଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ସେହି ସମୟରେ ସୁମନଙ୍କ ଦୁଇ ପୁଅ ପହଞ୍ଚିଥିଲେ। ସେମାନେ ଘର ପଛପାଖକୁ ଯାଇ ଯାଞ୍ଚ କରିବା ପରେ ଝରକା ଭଙ୍ଗା ଯାଇଥିବା ଓ ଗ୍ରୀଲ ଖୋଲା ଯାଇଥିବା ଜାଣିବାକୁ ପାଇଥିଲେ। ତା’ପରେ ଘରୁ ଚୋରି ହୋଇଥିବା ଜଣାପଡ଼ିଥିଲା।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button