ଦେଶ- ବିଦେଶ
ଆନ୍ଧ୍ର ପ୍ରଦେଶରେ ବର୍ଷା ବିତ୍ପାତ, ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ

ଆନ୍ଧ୍ର ପ୍ରଦେଶରେ ବର୍ଷା ବିତ୍ପାତ । ଭୂସ୍ଖଳନାରେ ୭ ଜଣଙ୍କ ମୃତ୍ୟୁ । କାର୍ ଭାସି ଯିବାରୁ ୩ ଜଣ ପ୍ରାଣ ହରାଇଛନ୍ତି । ପୃଥକ ପୃଥକ ସ୍ଥାନରେ ଘଟିଛି ଅଘଟଣ । ଆନ୍ଧ୍ରପ୍ରଦେଶ ବିଜୟୱାଡ଼ା ସହରରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ପାହାଡାରୁ ବଡ଼ବଡ଼ ପଥର ଖଣ୍ଡ ଖସି ମୋଗଲରାଜପୁରମ କଲୋନୀକୁ ମାଡ଼ି ଆସିଥିଲା ।
ଗୋଟିଏ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘର ଭିତରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟିଛି ।
ଆଉ ୩ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଘର ଭିତରେ ଥିବା ଜଣେ ବ୍ୟକ୍ତି ପ୍ରାଣ କରାଛନ୍ତି। ଭୂସ୍ଖଳନ ଯୋଗୁଁ ୬ ଜଣ ଆହତ ହୋଇଛନ୍ତି। ବିଜୟୱାଡ଼ା ପୋଲିସ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି। ସେହିପରି ଗୁଣ୍ଟୁର ଜିଲ୍ଲାରେ ଅନ୍ୟ ଏକ ବର୍ଷା ଅଘଟଣ ଘଟିଛି। ପ୍ରବଳ ବର୍ଷା ଯୋଗୁ କାର୍ ଭାସି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।