ସ୍ୱାସ୍ଥ୍ୟ

ଦୁନିଆର ସବୁଠୁ ଶକ୍ତିଶାଳୀ ଜୁସ କଣ ଅଟେ ? ଶରୀର ପାଇଁ ହୋଇଥାଏ ଅମୃତ ସମାନ ! ନିଶ୍ଚୟ ଜାଣି ରଖନ୍ତୁ…

। ସୂଚନା ଅନୁସାରେ ବିଭିନ୍ନ ପ୍ରକାର ଫଳରୁ ଜୁଷ ପ୍ରସ୍ତୁତ କରି ସେବନ କରାଯାଇଥାଏ । ଯାହାକି ସ୍ଵାସ୍ଥ ପକ୍ଷେ ଅତ୍ୟନ୍ତ ସ୍ଵାସ୍ଥକର ହୋଇଥାଏ । ଆଜି ଆପଣ ମାନେ ଏକ ପରିବାରୁ ପ୍ରସ୍ତୁତ ଜୁଷ ବିଷୟରେ ଜାଣିବାକୁ ପାଇବେ । ଯେଉଁ ପରିବାର ନାମ ହେଉଛି ପାଣିକଖାରୁ । ଏହାକୁ ଆମେ ସାଧରଣତଃ ରୋଷେଇ କରି ସେବନ କରିଥାଉ । ଆଜି ଏହାର  ଜୁଷକୁ ସେବନ କରିବାର ଶରୀର ପାଇଁ ଥିବା ଫାଇଦା ବିଷୟରେ ଜାଣିବା ।

 

ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଖାଇଥାଉ । ତାହା ଖାଦ୍ୟ ନଳୀ ଦେଇ ପେଟକୁ ଗଲା ପରେ ପେଟରେ ହଜମ ହୋଇ ପୁନଶ୍ଚ ମଳ ଆକାରରେ ବାହାରିଯାଇଥାଏ । ସେହି ଖାଦ୍ୟରୁ କିଛି ଖାଦ୍ୟର ଅନ୍ତନଳୀରେ ଲାଗି କରି ରହିଜାଇଥାଏ । ଏହିପରି ସବୁବେଳେ ଅଳ୍ପ ଅଳ୍ପ ଲାଗି ଲାଗି ଶରୀରରେ ଅନେକ ପ୍ରକାର ରୋଗବେମାରୀ ସୃଷ୍ଟି କରିଥାଏ ।

ଯାହା ଦ୍ଵାରା ବ୍ୟକ୍ତି ଡାଇବେଟିସ, ଥାଇରଏଡ୍, PCOS, ବ୍ଲଡପ୍ରେସର, ମେଦବହୁଳ ତଥା କ୍ୟାନ୍ସର ଭଳି ଅନେକ ମାରାତ୍ମକ ବେମାରୀର କାରଣ ପାଲଟିଥାଏ । ତେଣୁ ପେଟ ଓ ପେଟକୁ ଯାଇଥିବା ସମସ୍ତ ଅନ୍ତନଳୀମାନଙ୍କୁ ଭଲ ଭାବରେ ପରିଷ୍କାର କରିବାକୁ ପାଣିକଖାରୁ ଜୁଷ ସେବନ କରିବା ଉଚିତ।କାରଣ ପାଣି କଖାରୁ ଜୁଷ ଏକ ସ୍କ୍ରବର ବା ଅନ୍ତନଳୀର ସଫେଇ କାର୍ଯ୍ୟ କରିଥାଏ ।

 

ଏହି ଜୁଷ ପ୍ରସ୍ତୁତ କରିବାକୁ ପ୍ରଥମେ ଏକ ବଡ ସାଇଜର ପାଣି କଖାରୁ ଆଣିବେ । ତାପରେ ସେହି ପାଣି କଖାରୁକୁ ସାଇଜ କରି ଛୋଟ ଛୋଟ ସାଇଜରେ କାଟି ସେଥିରୁ ଚୋପା ଓ ମଞ୍ଜି କାଢିଦେବେ । ତାପରେ ତାହାକୁ ଗ୍ରାଇଣ୍ଡିଙ୍ଗ କରି ସେଥିରୁ ସେଥିରୁ ବାହାରୁଥିବା ପଦାର୍ଥକୁ କୌଣସି ଏକ ପତଳା କପଡା ସାହାଜ୍ଯରେ ଚୁପୁଡି ସେଥିରୁ ରସ ବାହାର କରିଦେବେ ।

ତାପରେ ସେହି ଜୁଷରେ କୌଣସି ଜିନିଷ ଆଡ୍ ନକରି ଏକ ଗ୍ଳାସ ଜୁଷକୁ ସକାଳେ ଖାଲି ପେଟରେ ସେବନ କରିଦେବେ । ଖାଇବାର ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟ କୌଣସି ଖାଦ୍ୟର ସେବନ କରିବା ଅନୁଚିତ । ଏହାକୁ ସବୁ ଧରଣର ବ୍ୟକ୍ତି ସେବନ କରିପାରିବେ । ଏହାକୁ ସେବନ କରିବା ଦ୍ଵାରା ଶରୀର ଉପରେ ଏହାର ଅନେକ ଫାଇଦା ରହିଥାଏ ।

 

ଯେପରି ଏହାର ସେବନ କରିବା ଦ୍ଵାରା ପେଟ ଓ ଅନ୍ତନଳୀ ଗୁଡିକ ସଂପୂର୍ଣ୍ଣ ସଫା ହୋଇଯାଇଥାଏ । ଯଦି ଶରୀରରେ କୌଣସି ପ୍ରକାର ରୋଗବେମାରୀ ସୃଷ୍ଟି ହେଉଥାଏ । ତେବେ ଏହି ଜୁଷର ସେବନ ଦ୍ଵାରା ଶରୀରରୁ ନିଷ୍କାସିତ ହୋଇ ପରିସ୍ରା ବାଟେ ବାହାରି ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button