ରାଜ୍ୟ

ଶୂନ୍ୟକାଳରେ ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଲା କଂଗ୍ରେସ…

  • ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ଗୁରୁବାର କଂଗ୍ରେସ ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି। ୧୯୯୦ରେ ମଣ୍ଡଳ କମିଶନ ଆସିଥିଲା ସେତବେଳେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ। ୫୩% ଲୋକେ ଓବିସି ଥିଲେ।

    କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ୨୭% ଓବିସି ପାଇଁ ଲାଗୁ କରିଥିଲେ।

    ଓଡ଼ି2hrଶା ସରକାର ଚାକିରୀ କ୍ଷେତ୍ରରେ ୨୭% ସଂରଣକ୍ଷଣ ଦେବା କଥା କିନ୍ତୁ ଦେଇନାହାନ୍ତି। ଏସସି ୮%, ଏସଟି ୧୨%, ଓବିସିକୁ ଶୂନ ପ୍ରତିଶତ ଦେଇଥିଲେ। ଏହାକୁ ସ୍ଥଗିତ କରାଯାଉ।ବିଜେଡି କଂଗ୍ରେସ ଦାବି କରିଛନ୍ତି ଗୁରୁବାରଠାରୁ ଆରମ୍ବ ହେଉଥିବା ଏନଇଇଟି ଆଡ଼ମିସନ ପ୍ରକ୍ରିୟାରେ ଏମବିବିଏସ ସିଟରେ ଏସସି, ଏସଟିର ୨୫୪ ଛାତ୍ରଛାତ୍ରୀ ବଞ୍ଚିତ ହେବେ। ୩୬୭ ଓବିସି ଛାତ୍ରଛାତ୍ରୀଙ୍କୁ ସିଟ୍ ମିଳିବନି। ପାଠ ପଢ଼ିବାର ସୁଯୋଗ ସେମାନେ ପାଇବେନି।ସମ୍ବିଧାନ ତିଆରି କରିଥିଲା କଂଗ୍ରେସ। ସେତେବେଳେ ବିଜେପି ନ ଥିଲା । ଗରିଵ ଖଟିଖିଆଙ୍କ ପାଇଁ ସଂରକ୍ଷଣ କଂଗ୍ରେସ କରିଛି । ବିଜେଡି ମଧ୍ୟ କଲାନି। ବିଜେପି ୯ ଵର୍ଷ କେନ୍ଦ୍ରରେ ଥିଲା କିନ୍ତୁ କାମ ହୋଇନି। ଏସଟି ଓବିସିକୁ ସମ୍ପୂର୍ଣ୍ଣ ସଫା କରିଦେଇଛନ୍ତି। କାଲି ମନ୍ତ୍ରୀ ସ୍ପଟ ଉତ୍ତର ରଖିଲେନି କାରଣ ତାଙ୍କ ହାତରେ କିଛି ନାହିଁ। କେବଳ ମିଛି ମୋଦି ଗ୍ୟାରେଣ୍ଟି ବୋଲି ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button