ଏହି ଦୁଇ ଗାଁରେ ହୁଏନି କୌଣସି ଅପରାଧ, ୧୧ ବର୍ଷ ହେବ ଥାନାକୁ ଯାଇନାହାନ୍ତି ଲୋକେ

ଆମ ଦେଶରେ ବିଭିନ୍ନ ଗାଁ ରହିଛି । ସବୁ ଗାଁର ସ୍ୱତନ୍ତ୍ରତା ଭିନ୍ନ । ସମାନ ଭାବେ ଭୋପାଲରେ ଏମିତି ଦୁଇଟି ଗାଁ ଅଛି ଯେଉଁଠାରେ ଦୀର୍ଘ ୧୧ ବର୍ଷ ହେବ ଗୋଟିଏ ବି ଅପରାଧ ହୋଇନାହିଁ । ବେତୁଲ ଜିଲ୍ଲାର କେଓଲାଝିର ରାଇସନେ ଗାଁର ଲୋକମାନେ ଅପରାଧ ଠାରୁ ଦୂରେଇ ରହୁଛନ୍ତି । ୨୦୧୧ ମସିହାରେ ଘଟିଥିବା ଏକ ଭୟଙ୍କର ଘଟଣା ପରେ ଗାଁର ଲୋକମାନଙ୍କ ମଧ୍ୟରେ ଏଭଳି ପରିବର୍ତ୍ତନ ହୋଇଥିଲା ।
ଗ୍ରାମବାସୀମାନେ ଏକାଠି ଶପଥ ନେଇଥିଲେ ଯେ ସମୋନେ ଗାଁରେ କୌଣସି ଅପରାଧ ହେବାକୁ ଦେବେ ନାହିଁ । ଗ୍ରାମବାସୀଙ୍କ ଶପଥ ଏବଂ ସଂକଳ୍ପ ପାଇଁ ଏହା ‘ରାମ ରାଜ୍ୟ’ର ମାନ୍ୟତା ପାଇଛି । ରାମ ରାଜ୍ୟର ଖାସ କଥା ହେଉଛି ଏଥିରେ ସରକାର କିମ୍ବା ପୋଲିସର କୌଣସି ଭୂମିକା ନାହିଁ ବରଂ ଗାଁର ଲୋକମାନେ ହିଁ ଗାଁକୁ ରାମ ରାଜ୍ୟ କରିଛନ୍ତି । ୨୬ ଜାନୁୟାରୀ ୨୦୧୧ରେ ବତେୁଲର ଶାହପୁର ଥାନା ଅଞ୍ଚଳର କଭେଲାଝିର ଗାଁରେ ଘଟିଥିବା ଏକ ଘଟଣା ସମସ୍ତ ଗ୍ରାମବାସୀଙ୍କ ମଧ୍ୟରେ ପରିବର୍ତ୍ତନ ଆଣିଥିଲା ।
ସୂଚନା ଅନୁସାରେ ଗାଁରେ ସାମାନ୍ୟ ବିବାଦ ପାଇଁ ୬ ଜଣ ଲୋକ ରାମ କିଶୋର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ପୋଲିସ ଗାଁରେ ପହଞ୍ଚି ସମସ୍ତ ଅପରାଧୀଙ୍କୁ ଗିରଫ କରି ନେଇ ଯାଇଥିଲା । ଫଳରେ ଅନକେ ଘର ନଷ୍ଟ ହୋଇଯାଇଥିଲା। ଏହି ଘଟଣା ଗ୍ରାମବାସୀଙ୍କ ମାନସିକତାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା ।
ଘଟଣା ପରେ ଗ୍ରାମବାସୀମାନେ ଶପଥ ନେଇଥିଲେ ଯେ ସମୋନେ ନିଜ ଗାଁରେ କୌଣସି ଅପରାଧ ଘଟାଇବାକୁ ଦବେେ ନାହିଁ । ଏଥିପାଇଁ ଗ୍ରାମବାସୀ ସଂଗଠିତ ହୋଇ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ଯେଉଁଥିରେ ଗାଁରେ ଘଟୁଥିବା ସମସ୍ତ ଛୋଟ ଏବଂ ବଡ ବିବାଦ ଗ୍ରାମବାସୀଙ୍କ ମଧ୍ୟରେ କଥାବାର୍ତ୍ତା କିମ୍ବା ପଞ୍ଚାୟତ ସାହାଯ୍ୟରେ ସମାଧାନ ହେଲା । କେଓଲାଝିର ଗ୍ରାମବାସୀଙ୍କ ପଦକ୍ଷପେ ଧୀରେ ଧୀରେ କାମ ଦେଲା ।
କୌଣସି ର୍ପବ ହେଉ କିମ୍ବା ଅନ୍ୟ କୌଣସି ଧାର୍ମିକ-ସାମାଜିକ କାର୍ଯ୍ୟକ୍ରମ ହେଉ ପଞ୍ଚାୟତ ଦ୍ୱାରା ସ୍ଥିର କରାଯାଇଥିବା ନିୟମକୁ ସମସ୍ତେ ମାନିବା ଆରମ୍ଭ କଲେ । ଯଦି କେହି ନିୟମ ଭାଙ୍ଗନ୍ତି କିମ୍ବା ବିବାଦ ହୁଏ ତେବେ ଉକ୍ତ ବ୍ୟକ୍ତିକୁ ବୁଝାଯାଏ । ଯଦି ସେ ନବୁଝନ୍ତି ତେବେ ତାଙ୍କୁ ପଞ୍ଚାୟତର ନିୟମ ଅନୁଯାୟୀ ଜରିମାନା ଦେବାକୁ ପଡ଼େ । ପ୍ରତ୍ୟେକ ମାସର ୧୦ ତାରିଖ ଦିନ ଗାଁରେ ପଞ୍ଚାୟତ ବସେ । ସରପଞ୍ଚ ଏବଂ ଗାଁର ବରିଷ୍ଠମାନେ ଏଥିରେ ବସନ୍ତି ଏବଂ ସେମାନେ ହିଁ ଗାଁ ଲୋକଙ୍କ ବିବାଦର ସମାଧାନ କରନ୍ତି ।
ଏହି ଅପରାଧମୁକ୍ତ ଗାଁର ଖ୍ୟାତି ଧୀରେ ଧୀରେ ବ୍ୟାପିବାରେ ଲାଗିଲା, ସେହି ଜିଲ୍ଲାର ବାଚା ନାମକ ଅନ୍ୟ ଏକ ଗାଁର ଲୋକମାନେ ଏହି ନିୟମକୁ ଖୁବ୍ ପସନ୍ଦ କଲେ। କେଓଲାଝିର ଗାଁ ପରି ସେମାନେ ମଧ୍ୟ ତାଙ୍କ ଗାଁକୁ ୧୦୦ ପ୍ରତିଶତ ଅପରାଧ ମୁକ୍ତ କରିବାକୁ ସ୍ଥିର କରିଥିଲେ । ଗାଁର ଏକ ପ୍ରତିନିଧୀ ଦଳ କେଓଲାଝିର ଯାଇ ସଠୋରେ ଥିବା ପଞ୍ଚାୟତ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ନିୟମକୁ ବୁଝିଥିଲେ ଏବଂ ବାଚା ଗାଁରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ର୍ବତ୍ତମାନ ଗୋଟିଏ ଜିଲ୍ଲାର ଦୁଇଟି ଗାଁ, କେଓଲାଝିର ଏବଂ ବାଚା ୧୦୦ ପ୍ରତିଶତ ଅପରାଧମୁକ୍ତ ଗାଁ ଭାବେ ସୁନାମ ଅର୍ଜନ କରିଛି । ଏହି ଗାଁକୁ ଦେଖିବା ପାଇଁ ଦେଶ ତଥା ବିଦେଶରୁ ଲୋକମାନେ ଆସିଥାନ୍ତି ।
ପୋଲିସର ସୂଚନାନୁସାରେ କେଓଲାଝିର ଏବଂ ବାଚା ଅନ୍ୟ ଗାଁ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଯଦି ପ୍ରତ୍ୟକେ ଗାଁ ଅପରାଧ ମୁକ୍ତ ହେବ ତେବେ ପୋଲିସ କର୍ମଚାରୀଙ୍କୁ ସାହାଯ୍ୟ ମିଳିବ । ବାଚା ଏବଂ କେଓଲାଝିର ଗାଁ ଏବେ ଆର୍ଦଶ ଗାଁ ଭାବେ ସାରା ଦେଶର ପରିଚୟ ହାସଲ କରିଛି ।