ଦେଶ- ବିଦେଶ

ରେଲୱେ ପଟରୀରେ ପଥର କାହିଁକି ବିଛାଯାଇଥାଏ, ଜାଣନ୍ତୁ ଏହି ଭଳି କିଛି ପ୍ରଶ୍ନର ଉତ୍ତର ଯାହା ୯୯% ଲୋକଙ୍କୁ ଜଣା ନାହିଁ

କେବେ ଆପଣ ଭାବିଛନ୍ତି କି ରେଳ ପଟରୀରେ ପଥର କାହିଁକି ବିଛା ହୋଇଥାଏ, ଟ୍ରେନ ପଛରେ “X” କାହିଁକି ଲେଖାହୋଇଥାଏ, କୋଲ୍ଡ ଡ୍ରିଂକ ବୋତଲ ଠିପି ଭିତରେ ଏକ ପ୍ଲାଷ୍ଟିକ ଡିସ୍କ କାହିଁକି ଥାଏ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା ।

ରେଳ ପଟରୀରେ ପଥର

ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରିଥାନ୍ତି ସେତେବେଳେ ଏହି ପଥରକୁ ଦେଖିଥାନ୍ତି ଯାହାକୁ ଗୋଡି ମଧ୍ୟ କୁହାଯାଏ । ତେବେ ଏହା ପଟରୀ ଦୁଇ ପାଖରେ କାହିଁକି ବିଛାଯାଇଥାଏ ? ଯେଉଁ ପଟରୀ ଆପଣ ଦେଖିଥାନ୍ତି ତାହା ଏତେ ସିମ୍ପଲ ହୋଇନଥାଏ । ସେହି ପଟରୀ ତଳେ କଂକ୍ରିଟ ର ଲମ୍ବା ଲମ୍ବା ପ୍ଲେଟ ଥାଏ ଯାହାକୁ ଶ୍ଲୀପର କହିଥାନ୍ତି । ତା ତଳକୁ ପଥର ର ଏକ ଲେୟାର ବିଛା ହୋଇଥାଏ ଯାହାକୁ ବାଲାଷ୍ଟ କହିଥାନ୍ତି ।

ତା’ ତଳକୁ ଆଉ ଦୁଇଟି ଲେୟାର ଥାଏ ଓ ତା’ ପରେ ନ୍ଯାଚୁରାଲ ମାଟି ଥାଏ । ଆମକୁ ଲାଗେ କି କେବଳ ମାଟି ଉପରେ ପଟରୀ ବିଛା ହୋଇଥାଏ । କିନ୍ତୁ ଏହା ସତ ନୁହେଁ । ଯଦି ଆପଣ ଟ୍ରାକ କୁ ଦେଖିବେ ତେବେ ଜାଣି ପାରିବେ ଏହା ଭୂମି ଠାରୁ କିଛି ଉଚ୍ଚତାରେ ଥାଏ । ତା ତଳେ ବହୁତ ସେଟିଂସ ଥାଏ । ଏହି କଂକ୍ରିଟ ର ଶ୍ଲୀପର ଲୁହାର ପଟରୀ ର ଗ୍ୟାପ କୁ ସ୍ଥିର ରଖିଥାଏ ଓ ଏହି ସ୍ଳିପର କୁ ଗୋଟିଏ ଜାଗାରେ ସ୍ଥିର କରି ପଥର ରଖିଥାଏ ।

ଅର୍ଥାତ ମୁଖ୍ୟ କାମ ଏଠାରେ ପଥର କରିଥାଏ । ଗୋଟିଏ ଟ୍ରେନ ର ଓଜନ ପ୍ରାୟ ୧୦ ଲକ୍ଷ କେଜି ହୋଇଥାଏ । ତେବେ ଆପଣ ଭାବି ପାରୁଥିବେ କି ଏହି ଲୁହାର ପଟରୀ ଟ୍ରେନ ର ଓଜନ କୁ ସମ୍ଭାଳି ପାରିବନି । ପଥର ରେଳ ଟ୍ରାକ କୁ ଗୋଟିଏ ଜାଗାରେ ସ୍ଥିର ରଖିଥାଏ । କିନ୍ତୁ ମେଟ୍ରୋ ଟ୍ରେନ ରେ ଏହା ଫାଲୋ ହୋଇ ନଥାଏ କାରଣ ତାହା ଭୂମି ଉପରେ ନୁହେଁ ଭୂମି ତଳେ କିମ୍ବା ବ୍ରିଜ ଉପରେ ଯାଇଥାଏ ଓ ତାହାର ଓଜନ ମଧ୍ୟ କମ ଥାଏ ।

ଟ୍ରେନ ର ଲାଷ୍ଟ ଡବାରେ “X”

ଆପଣ ଦେଖିଥିବେ କି ଟ୍ରେନର ଲାଷ୍ଟ ଡବା ପଛରେ “X” ଲେଖା ହୋଇଥାଏ । ତେବେ ଏହି “X” କଣ ଅଟେ ? ପ୍ରକୃତରେ ଏହା ଏକ ସାଇନ ଅଟେ ଯାହା ଦର୍ଶାଇଥାଏ କି ଏହା ଟ୍ରେନର ଶେଷ ଡବା ଅଟେ । କେବଳ “X” ନୁହେଁ LV ମଧ୍ୟ ଲେଖା ହୋଇଥାଏ । ଏହି LV ର ମାନେ ହୋଇଥାଏ Last Vehicle ଅର୍ଥାତ ଶେଷ ଡବା । ଯେତେବେଳେ ଟ୍ରେନ ସ୍ଟେଶନ ଦେଇ ଯାଇଥାଏ ସେତେବେଳେ ଟ୍ରେନ ମାଷ୍ଟର ସିଓର କରିଥାଏ କି ଶେଷ ଡବାରେ “X” ଲେଖା ଅଛି କି ନାହିଁ ।

ଯଦି ସେ ଦେଖିଲା କି ଟ୍ରେନ ପଛରେ “X” ଓ LV ଲେଖା ହୋଇନାହିଁ ତେବେ ସେ ତୁରନ୍ତ ରେଲୱେ ଡିପାର୍ଟମେନ୍ଟ କୁ ଖବର କରିଥାଏ । “X” ନଥିବାର ଅର୍ଥ କିଛି ଡବା ରାସ୍ତାରେ ହିଁ ଅଟକି ଯାଇଛି । ତା ପରେ ସେହି ପଟରୀରେ ଆସିବାକୁ ଥିବା ସବୁ ଟ୍ରେନ କୁ ପରିସ୍ଥିତି ସ୍ଵାଭାବିକ ହେବା ପର୍ଯ୍ୟନ୍ତ ଅଟକାଇ ଦିଆଯାଇଥାଏ ।

ରାତିରେ ଅନ୍ଧାର କାରଣରୁ “X” ଓ LV ଦେଖା ନା ଯିବା କାରଣରୁ “X” ତଳକୁ ଥିବା ଗୋଟିଏ ଛୋଟ ନାଲି ଲାଇଟ ସେହି କାମ କରିଥାଏ ଯାହା ସବୁବେଳେ ଧପ ଧପ ହେଉଥାଏ ।

ବୋତଲ ଠିପି ଭିତରେ ପ୍ଲାଷ୍ଟିକ ରବର ଡିସ୍କ

ଆପଣ ଦେଖିଥିବେ କୋଲ୍ଡ ଡ୍ରିଂକ ବୋତଲର ଠିପି ଭିତରେ ରବରର ଏକ ଡିସ୍କ ଥାଏ ଯାହା ପ୍ରକୃତରେ ଏକ ପ୍ରେସର ସିଲ ର କାମ କରିଥାଏ । ଯିଏ କୋଲ୍ଡ ଡ୍ରିଂକକୁ ଓ ତା ଭିତରେ ଥିବା ଗ୍ଯାସକୁ ବାହାରକୁ ବାହାରିବାରେ ଅଟକାଇ ଥାଏ ଓ ବୋତଲକୁ ଏୟାର ଟାଇଟ ମଧ୍ୟ କରିଥାଏ ଯାହା ଦ୍ଵାରା ବାହାର ଏୟାର ତା ଭିତରେ ପଶି ପାରିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button