ରାଜ୍ୟ

ମା’ ହେଲା ସିଂହୀ ‘ବିଜଲୀ’, ଜନ୍ମ ଦେଲା ୫ଟି ଶାବକ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର । ଚତୁର୍ଥ ଥର ପାଇଁ ମା’ ହେଲା ସିଂହୀ ‘ବିଜଲୀ’ । ଏକା ସାଙ୍ଗରେ ୫ଟି ଶାବକ ଜନ୍ମ ଦେଇଛି ସିଂହୀ ‘ବିଜଲୀ’ । ସିଂହ ‘ସମ୍ରାଟ’ ସହ ମିଳନ ପରେ ଗର୍ଭବତୀ ହୋଇଥିଲା ‘ବିଜଲୀ’ । ଉଭୟ ମା’ ଓ ଛୁଆଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ମାଆ ବିଜଲୀ ଛୁଆମାନଙ୍କ ଯତ୍ନ ନେଉଛି ।

୨୦୨୧ ମସିହା ଜୁଲାଇ ୨୧ରେ ବିଜଲୀ ପ୍ରଥମଥର ପାଇଁ ମା ହୋଇ ୪ ଟି ଛୁଆ ଜନ୍ମକରିଥିଲା । ୨୦୨୨ ମାର୍ଚ୍ଚ ୧୭ ରେ ଦ୍ୱିତୀୟ ଥର ଓ ନଭେମ୍ବର ୨୨ରେ ତୃତୀୟ ଥର ପାଇଁ ମାଆ ହୋଇଥିଲା ବିଜଲୀ । ଏବେ ଚତୁର୍ଥ ଥର ପାଇଁ ମାଆ ହୋଇଛି ସିଂହୀ । ଏହାପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button